ନୂଆଦିଲ୍ଲୀ : ଓପୋ ର ସ୍ମାର୍ଟ ଫୋନ ସମସ୍ତଙ୍କର ଖୁବ ପସନ୍ଦ ଅଟେ l ବର୍ତମାନ କମ୍ପାନୀ ନୂଆ ସେକ୍ଟର ରେ ନିଜର ଭାଗ୍ୟ ଆପଣାଇବା କୁ ଯାଉଛି l ଓପୋ କଥିତ ଭାବରେ ୨୦୨୩ ଓ ୨୪ ରେ ଭାରତ ରେ OPPO EV ଇଲେକ୍ଟ୍ରିକ ସ୍କୁଟର କୁ ଲଞ୍ଚ କରିବାର ପ୍ଲାନିଂ ବର୍ତମାନ ଚାଲିଛି l ଯାହାର ଅର୍ଥ ଲଞ୍ଚ ର ସମାୟାରେଖା ବର୍ତମାନ ଅନିଶ୍ଚିତ ରହିଛି l ହୋଇପାରେ ଏହାକୁ ଆଗକୁ ବୃଦ୍ଧି କରାଯାଇ ପାରେ l
OPPOEV ଇଲେକ୍ଟ୍ରିକ ସ୍କୁଟର ର ବଜାର ମୂଲ୍ୟ ମଧ୍ୟ ସେପରି କିଛି ଅଧିକ ରହିନାହିଁ l ଏହାର ମୂଲ୍ୟ ରହିବ ୬୦ ହଜାର ଟଙ୍କା l ବର୍ତମାନ ପ୍ରାୟ ଅଧିକାଂଶ ସ୍କୁଟର ର ମୂଲ୍ୟ ପାଖାପାଖି ୧ଲକ୍ଷ ଟଙ୍କା l କମ୍ପାନୀ ସ୍ପଷ୍ଟ ଭାବରେ ବ୍ୟାଟେରୀ ଓ ଅନ୍ୟ କାମ୍ପୋନେଣ୍ଟ ପାଇଁ ମ୍ୟାନୁଫାକଚର ସହିତ କଥାବାର୍ତା ଆରମ୍ଭ ହୋଇଛି l ଏଥି ମଧ୍ୟରୁ କିଛି କମ୍ପାନୀ ଗୁଡିକ ଟେସ୍ଲା ଭଳି ବ୍ରାଣ୍ଡ କୁ ମଧ୍ୟ ଅନୁମତି ଦେଇଛନ୍ତି l ୨୦୧୮ ରେ ଓପୋ ଏଥିପାଇଁ ପୂର୍ବରୁ ଡେ଼ନମାର୍କ ପାଇଁ ଆବେଦନ କରିଥିଲା l ବର୍ତମାନ କମ୍ପାନୀ ଭାରତୀୟ ଇବି ସ୍ପେସ ରେ ପ୍ରବେଶ କରିବାକୁ ଚାହୁଁଛି l