Odisha news

କେବଳ ଶାରୀରିକ ସମ୍ବନ୍ଧ ଯୋଗୁଁ ହୋଇପାରିଲା ଜୀବନ ରକ୍ଷା : ୫୨ ବର୍ଷୀୟା ମହିଳା ଶୁଣାଇଲେ ନିଜ ଉପରେ ବିତିଥିବା ଘଟଣା

0
ନୂଆଦିଲ୍ଲୀ : ଜଣେ ମାଧ୍ୟମ ବୟସ୍କା ମହିଳା ଦାବି କରିଛନ୍ତି ଯେ ଆକ୍ଟିଭ ସେକ୍ସ ଲାଇଫ କାରଣରୁ ତାଙ୍କର ଜୀବନ ରକ୍ଷା ହୋଇ ପାରିଛି l ମହିଳା ଜଣଙ୍କ କହିଛନ୍ତି ତାଙ୍କ ସ୍ୱାମୀ ସ୍ତନରେ କିଛି ଗୋଟାଳିଆ ଭଳି ଜାଣି ପାରିଥିଲେ ଯାହା ପ୍ରକୃତରେ କ୍ୟାନ୍ସର ବୋଲି ଜଣା ପଡିଥିଲା l ସମୟ ଥାଉ ଥାଉ କ୍ୟାନ୍ସର ବ୍ୟାପିବା ପୂର୍ବରୁ ମହିଳାଙ୍କ ଚିକିତ୍ସା ହୋଇ ପାରିଥିଲା l

୫୨ ବର୍ଷୀୟା ଟିନା ଗ୍ରେ ଙ୍କୁ ୨ବର୍ଷ ପୂର୍ବରୁ ମନପୋଜ ହୋଇଥିଲା l ସେ କିନ୍ତୁ ନିଷ୍ପତି ନେଇଥିଲେ ଯେ ସେକ୍ସ ବନ୍ଦ କରିବେ ନାହିଁ l ଟିନା ଙ୍କ ସ୍ୱାମୀଙ୍କ ବୟସ ୫୧ ବର୍ଷ ଓ ଉଭୟ ନିଜର ସେକ୍ସ ଲାଇଫ କୁ ଆକ୍ଟିଭ ରଖିବେ l ଟିନା କହିଥିଲେ ମନପୋଜ ଉଭୟଙ୍କୁ ଅଧିକ ନିକଟତର କରି ଦେଇଥିଲା l ଏକଦା ତାଙ୍କୁ ନିଜ ବ୍ରେଷ୍ଟ ରେ କିଛି ଗୋଟିଏ ଗୋଟାଳିଆ ଜିନିଷ ଭଳି ଅନୁଭବ ହୋଇଥିଲା l ସେ ତାଙ୍କ ସ୍ୱାମୀଙ୍କ ପରାମର୍ଶ କ୍ରମେ ଜଣେ ଡାକ୍ତରଙ୍କ ନିକଟକୁ ଯାଇଥିଲେ l

ତାଙ୍କ ସ୍ୱାମୀ କହିଥିଲେ ଯେ ମୋ ଛଡା ଟିନା ଶରୀର ସହିତ କେହି ସେତିକି ପରିଚିତ ନଥିଲେ l ତେଣୁ ମୁଁ ଏହାକୁ ଖୁବ ଭଲରେ ଜାଣି ପାରିଲି l ଡାକ୍ତରଙ୍କୁ ପରାମର୍ଶ ପରେ ଜଣା ପଡିଥିଲା ଯେ ଉଭୟ ସ୍ତନ ରେ କ୍ୟାନ୍ସର ହୋଇଛି l ବର୍ତମାନ ଟିନା ଙ୍କ ଚିକିତ୍ସା ଚାଲିଛି l ସେ ତାଙ୍କ ସ୍ୱାମୀଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି l ଡାକ୍ତର କହିଛନ୍ତି ଯେ ମେନୋପୋଜ ହେବାପରେ ମଧ୍ୟ ଉଭୟ ପତିପତ୍ନୀ ଶାରୀରିକ ସମ୍ପର୍କ ରଖିବା ନିହାତି ଆବଶ୍ୟକ l

Leave A Reply