Odisha news

ଆଜି ହେଉଛି ମାର୍ଗଶିର ମାସ ଗୁରୁବାର : ଏହିଦିନ ମାତା ଲକ୍ଷ୍ମୀଙ୍କ ର ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ଓ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ

0
ଆମ ଓଡ଼ିଆ ଘରେ ମାର୍ଗଶିର ମାସ ଗୁରୁବାର ଦିନଟି ର ଖୁବ୍ ମହତ୍ତ୍ଵ ରହିଛି । ଏହିଦିନ ପ୍ରତି ଘରେ ମାତା ଲକ୍ଷ୍ମୀଙ୍କୁ ଉପାସନା କରାଯାଇ ଥାଏ । ପ୍ରତିଟି ଓଡ଼ିଆ ନାରୀ ଏହି ଦିନଟିକୁ ଭକ୍ତି ପୂର୍ଣ୍ଣ ଭାବରେ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଧିବଦ୍ଧ ଓ ନୀତିନିୟମ ଭାବରେ ପୂଜା କରି ଥାଆନ୍ତି । ହିନ୍ଦୁ ପରମ୍ପରା ଅନୁସାରେ ମାତା ଲକ୍ଷ୍ମୀଙ୍କୁ ଧନ ଓ ବୈଭବ ର ଦେବୀ ବୋଲି କୁହାଯାଇ ଥାଏ । ତେଣୁ ପ୍ରତି ଗୁରୁବାର ଦିନଟି ମାତା ଲକ୍ଷ୍ମୀଙ୍କୁ ସୁଖ ସମୃଦ୍ଧି ପାଇଁ ପୂଜା କରାଯାଇଥାଏ ।
* କୁହାଯାଏ ଯେ ଏହି ମାସରେ ଗୁରୁବାର ଦିନ ଲକ୍ଷ୍ମୀଙ୍କୁ ପୂଜା କରାଯିବା ଦ୍ଵାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ । ଏହିଦିନ ପୂଜା କରିବା ଦ୍ୱାରା ଜୀବନର ସମସ୍ତ ସଙ୍କଟ ଦୁର ହୋଇଥାଏ ।
* ପ୍ରତି ଗୁରୁବାର ଦିନ ଆମ ଓଡ଼ିଆ ଘରେ ଯେପରି ଚାଉଳ ପିଠଉ ରେ ଝୋଟି ପକାଯାଏ ସେହିପରି ଝୋଟି ପକାଇବା ବେଳେ ବିଶେଷ ଭାବରେ ଲକ୍ଷ୍ମୀ ଙ୍କ ପାଦ ସ୍ଥାପନା କରିବା ବିଶେଷ ଜରୁରୀ ଅଟେ । ମାନ୍ୟତା ଅନୁସାରେ କୁହାଯାଏ ଯେ ଏହାଦ୍ବାରା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
– ମାର୍ଗଶିର ଗୁରୁବାର ଦିନ ଘରେ କଳହ କରିବା ଉଚିତ୍ ନୁହେଁ ।
– ଏହିଦିନ ଛୋଟ ପିଲାଙ୍କୁ ମାରିବା ଠିକ୍ ନୁହେଁ, କାରଣ ଲକ୍ଷ୍ମୀ ଙ୍କୁ ଛୋଟ ପିଲା ଖୁବ୍ ଭଲ ଲାଗି ଥାଆନ୍ତି ।
– ଗୁରୁବାର ଦିନ ଅଗ୍ରଜ ଗଣପତି ଙ୍କ ପୂଜା କରିବା ପରେ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଆର୍ଥିକ ସଙ୍କଟ ଦୁର ହୋଇଥାଏ ।
– ଯେବେବି ଲକ୍ଷ୍ମୀଙ୍କୁ ପୂଜା କରୁଛନ୍ତି ଧାନ ଓ କଉଡ଼ି ତ ଅର୍ପଣ କରନ୍ତି ତା ସହିତ ଶଙ୍ଖା ସିନ୍ଦୁର ମଧ୍ୟ ଅର୍ପଣ କରିବେ । କାରଣ ଏପରି କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ।
* ମାର୍ଗଶିର ମାସ ଗୁରୁବାର ଦିନ ୨ଟି ମନ୍ତ୍ରକୁ ବିଶେଷ ଭାବରେ ପାଠ କରିବା ଉଚିତ୍ । ଏହାକୁ ପାଠ କଲେ ସୁଖ ସମୃଦ୍ଧି ପ୍ରାପ୍ତ ହେବ ଓ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ।
-: ” ଓଁ ଶ୍ରିଂ ହ୍ରିଂକମଳେ କମଳା ଳୟେ ପ୍ରଶିଦା ପ୍ରସିଦା ଶ୍ରିଂ ହ୍ରିଂ ଓଁ ମହାଲକ୍ଷ୍ମୟେ ନମଃ ” ।
-: ” ଶ୍ରିଂ ହ୍ରିଂ କ୍ଳିଁ କମଳ ବାସିନୌ ସ୍ୱାହା ” ।
Govt
Leave A Reply