Odisha news

ଶୀତଋତୁରେ ବଢି ଯାଇଥାଏ ହୃଦଘାତ ସମସ୍ୟା : ଏହିପରି ଭାବରେ ନିଜକୁ ସୁରକ୍ଷିତ ରଖନ୍ତୁ ହୃଦଘାତ ସମସ୍ୟାରୁ

0

ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଶୀତଋତୁରେ ତାପମାତ୍ରା କମିବାକୁ ଲାଗିଥାଏ ଓ ଏହି ସମୟରେ ସୈରକୁ ଗରମ ରଖିବା ପାଇଁ ସଂକେତ ମିଳିଥାଏ l କମ୍ ତାପମାତ୍ରା ନର୍ଭସ ସିଷ୍ଟମକୁ ଆକ୍ଟିଭ କରିଥାଏ l ଯେଉଁ କାରଣରୁ କେଟୋକଲମାଇନ ସ୍ତର ବୃଦ୍ଧି ପାଇଥାଏ l ଏହା ରକ୍ତ ବାହିକା ଗୁଡିକୁ ସଂକୁଚିତ କରିଥାଏ l ଯେଉଁ କାରଣରୁ ହୃଦୟ ଗତି , ବ୍ଲଡ଼ ପ୍ରେସର,ଓ କୋଲେଷ୍ଟ୍ରଲ ସ୍ତର ବଢ଼ିଯାଇ ଥାଏ l ରକ୍ତ ବାହିକା ସଂକୁଚିତ ହେବାଦ୍ବାରା ବ୍ଲଡ଼ କ୍ଲାଟିଙ୍ଗ ହେବାକୁ ଲାଗିଥାଏ l ଏହି ସମସ୍ତ କାରଣ ହୃଦଘାତ ର କାରଣ ହୋଇଥାଏ l

* ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୀତଋତୁରେ ଗରମ ପୋଷାକ ସବୁବେଳେ ପିନ୍ଧିବା ଆବଶ୍ୟକ l ଗରମ ଖାଦ୍ୟ ଖାଇ ଶରୀରକୁ ଗରମ ରଖିବା ଉଚିତ l

* ଅତ୍ୟଧିକ ପରିମାଣରେ ଧୂମ୍ର ସେବନ ଓ ମଦ୍ୟପାନ କରିବା ଠିକ ନୁହେଁ l କାରଣ ଏହା ହୃଦଘାତ ସମସ୍ୟାକୁ ଅଧିକ ବଢ଼ାଇ ଦେଇଥାଏ l

* ଶାରୀରିକ ବ୍ୟାୟାମ ଶୀତଋତୁରେ ନିହାତି ଜରୁରୀ ଅଟେ l ଏହା ଶରୀରକୁ ସୁସ୍ଥ ରଖିବା ସହ ହାର୍ଟ କୁ ମଧ୍ୟ ସୁରକ୍ଷିତ ରଖିଥାଏ l

* ବିଶେଷ ଭାବରେ ବିଭିନ୍ନ ଶୀତଋତୁ ପନିପରିବା ଓ ଫଳମୂଳ ଖାଇବା ଆବଶ୍ୟକ l ଯାହା ଶରୀରକୁ ପୋଷାକ ତତ୍ୱ ଯୋଗାଇବା ସହିତ ହୃତ୍ପିଣ୍ଡକୁ ମଧ୍ୟ ବସୁରକ୍ଷା ପ୍ରଦାନ କରିଥାଏ l

* ଶୀତଋତୁରେ ଅନ୍ୟ ଋତୁ ଅପେକ୍ଷା ଦୀର୍ଘ ସମୟ ଧରି ଶୋଇ ଥାଆନ୍ତି, ତେଣୁ ଏହାକୁ ପରିତ୍ୟାଗ କରିବା ପାଇଁ ଶୀତଋତୁରେ ମେଡ଼ିଟେସନ ନିହାତି କରିବା ଆବଶ୍ୟକ l

* ଶୀତଋତୁରେ ଯଦି ଆପଣ ନିୟମିତ ଭାବରେ ୪ଟି ଅଳମଣ୍ଡ ଖାଇବେ ତେବେ ମନେରଖନ୍ତୁ ଆପଣଙ୍କ ଶରୀର ସୁସ୍ଥ ଓ ସତେଜ ରହିବ ଓ ହୃତ୍ପିଣ୍ଡ ପାଇଁ ଉପଯୋଗୀ l

* ପ୍ରତିଦିନ ଅଧିକାଂଶ ଲୋକ ଉଷୁମପାଣି ପିଇ ଥାଆନ୍ତି l କିନ୍ତୁ ଏହା ଅଧିକ ପରିମାଣରେ ସେବନ କରିବା ମଧ୍ୟ ଶରୀର ପକ୍ଷରେ ଠିକ ନୁହେଁ l କାରଣ ଏହାଦ୍ୱାରା ଶୁଖିଲା କାଶ ହେବାର ସମ୍ଭାବନା ଥାଏ l ତେଣୁ ନଖ ଉଷୁମ ପାଣି ପିଇବାକୁ ଚେଷ୍ଟା କରିବେ ଓ ପଇଡ ପାଣି ନିହାତି ପିଇବା ଉଚିତ l

Ad2
Leave A Reply