Odisha news

ବିଶ୍ୱର ଅଦ୍ଭୁତ ସ୍ପା : ଯେଉଁଠାରେ ମଣିଷଙ୍କ ବଦଳରେ ସାପ କରି ଥାଆନ୍ତି ସ୍ପା ଓ ଦୂର ହୋଇଥାଏ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା

0

ନୂଆଦିଲ୍ଲୀ : ଶରୀରର ଅବସକୁ ଦୂର କରିବା ପାଇଁ ଲୋକମାନେ ବିଭିନ୍ନ ମସାଜ ନେଇ ଥାଆନ୍ତି l ତେବେ ସେତେବେଳେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଏହି ମାଲିସ ମଣିଷ ନୁହନ୍ତି ସାପ କରି ଥାନ୍ତି l ମିଶ୍ର ଦେଶର ରାଜଧାନୀ କାହିରା ର ଗୋଟିଏ ସ୍ପା ରେ ଏପରି ଘଟି ଥିବାର ଦେଖିବାକୁ ମିଳିଛି l ଏଠାରେ ହାତ ସାହାଯ୍ୟରେ ନୁହେଁ ସାପ ଦ୍ୱାରା ମାଲିସ କରାଯାଇ ଥାଏ l

ଏହି ମାଲିସ ରେ ବ୍ୟକ୍ତିଙ୍କ ଶରୀର ଉପରେ ଅନେକ ଗୁଡିଏ ସାପ ଛାଡି ଦିଆ ଯାଇଥାଏ l ଏହାପରେ ସାପ ଗୁଡିକ ଗ୍ରାହକ ମାନଙ୍କ ଶରୀର ଉପରେ ଘୁଷୁରୀ ଘୁଷୁରୀ ବୁଲିବାକୁ ଲାଗନ୍ତି l ଏହିପରି ମାଲିସ ସମୟରେ ଅନେକ ଲୋକ ଭୟରେ ଥରିବାକୁ ଲାଗି ଚିତ୍କାର ମଧ୍ୟ କରି ଥିବାର ଦେଖିବାକୁ ମିଳିଥାଏ l

ଆପଣ ଜାଣି ରଖନ୍ତୁ ଯେ ଏହି ମାଲିସ ସମୟରେ ବିଷାକ୍ତ ସାପ ମାନଙ୍କର ବ୍ୟବହାର ହୋଇ ନଥାଏ l ମାଲିସ ସେହି ସାପ ମାନଙ୍କ ଦ୍ୱାରା ହୋଇଥାଏ ଯେଉଁମାନେ ବିଷାକ୍ତ ହୋଇ ନଥାଆନ୍ତି l ଆରମ୍ଭରେ ଏଠାକୁ ଲୋକମାନେ ଆସିବାକୁ ଭୟ କରି ଥାଆନ୍ତି l କିନ୍ତୁ ଧୀରେ ଧୀରେ ଭାୟାରୁ ଦୁରେଇ ଯାଆନ୍ତି l

ଯେଉଁ ଲୋକମାନେ ଭୟାତୁର ହୋଇ ଥାଆନ୍ତି ସେମାନଙ୍କୁ ମାଲିସ ଦେବା ପୂର୍ବରୁ ଚେତାଇ ଦିଅ ଯାଇଥାଏ l ଏହି ମାଲିସ ପକ୍ଷରୁ ଦାବି କରାଯାଇଛି ଯେ ଏଠାରେ ମାଲିସ ହେବ ଦ୍ୱାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ l ଏହା ବ୍ୟତୀତ ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ l ଏହି ସାପ ମାନଙ୍କୁ ବିଶେଷ ଭାବରେ ଟ୍ରେନ କରାଯାଇ ଥାଏ l ଯେଉଁ କାରଣରୁ ସେମାନେ ଭଲରେ ମାଲିସ କରି ବ୍ୟକ୍ତିଙ୍କ ଶରୀରରୁ ଅଧଘଣ୍ଟା ମଧ୍ୟରେ ଦୁରେଇ ଯାଇ ଥାଆନ୍ତି l

Ad2
Leave A Reply