କିଡ୍ନୀ ହେଉଛି ଶରୀରର ଗୋଟିଏ ମହତ୍ଵପୁର୍ଣ ଅଙ୍ଗ l ଯାହା ଅନେକ ପ୍ରକାରର କାର୍ଯ୍ୟକୁ ଠିକ ଭାବରେ କରାଇ ଥାଏ l ଶରୀରରେ କିଡ୍ନୀ ୨ଟି ରହିଥାଏ ଯାହା ଆକାରରେ ଖୁବ ଛୋଟ ହୋଇଥାଏ l କିଡ୍ନୀ ର ସବୁଠୁ ଗୁରୁତ୍ୱପୂର୍ଣ କାର୍ଯ୍ୟ ହେଲା ଶରୀରର ଟକ୍ସିନ କୁ ବାହାର କରିବା, ରକ୍ତ ସଫା ରଖିବା, ୟୁରିନ ନିର୍ମାଣ କରିବା l ତା ସହିତ ଶରୀରରେ ଏସିଡ, ଇଲେକ୍ଟ୍ରୋ ଲାଇଟ୍ସ,କୁ ବାଲାନ୍ସ ରଖିବାରେ ସାହାଯ୍ୟ କରିଥାଏ l ଯଦି ଆପଣ କିଡ୍ନୀ ରେ କୌଣସି ଲକ୍ଷଣ ଅନୁଭବ କରୁଛନ୍ତି ତେବେ ଡାକ୍ତରଙ୍କୁ ତୁରନ୍ତ ପରାମର୍ଶ କରନ୍ତୁ l
ଏହିସବୁ କାର୍ଯ୍ୟକୁ କରିବା ଉଚିତ ନୁହେଁ :-
* ପରିସ୍ରାକୁ ଦୀର୍ଘ ସମୟ ଧରି ଅଟକାଇବା – କିଛି ଲୋକ ଦୀର୍ଘ ସମୟ ପର୍ଯ୍ୟନ୍ତ ପରିସ୍ରାକୁ ଅଟକାଇ ରଖି ଥାଆନ୍ତି l ୟୁରିନ କୁ ଦୀର୍ଘ ସମୟ ଧରି ଅଟକାଇବା ଦ୍ୱାରା କିଡ୍ନୀ ଅସୁସ୍ଥ ହୋଇଥାଏ l ପରିସ୍ରା ଅଟକାଇବା ଦ୍ୱାରା ଷ୍ଟୋନ ସମସ୍ୟା ମଧ୍ୟ ଦେଖା ଦେଇଥାଏ l
* ତରଳ ପଦାର୍ଥ ସେବନ କମ କରିବା – କିଡ୍ନୀ କୁ ସୁସ୍ଥ ରଖିବା ପାଇଁ ପାଣି ପ୍ରଚୁର ପରିମାଣରେ ପୀଇବା ଆବଶ୍ୟକ l ଏହାଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ l ଟକ୍ସିନ ବାହାରିବାରେ ସାହାଯ୍ୟ କରିଥାଏ l
* ପ୍ରୋସେସ ଫୁଡ ସେବନ କରିବା – ଆଜିକାଲି ଲୋକମାନେ କାର୍ଯ୍ୟ ବହୁଳ ହେତୁ ନିଜପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସହଜ ହୋଇ ନଥାଏ l ତେଣୁ ସମସ୍ତେ ପ୍ରାୟ ପ୍ରୋସେସ ଫୁଡ କୁ ଗୁରୁତ୍ୱ ଦେଉଛନ୍ତି l ଏଥିରେ ସୋଡିୟମ, ଫସଫରସ, ମାତ୍ରା ଅଧିକ ରହିଥାଏ ଯାହା କିଡ୍ନୀ କୁ କ୍ଷତି କରିଥାଏ l
* ମଦ୍ୟପାନ ଓ ଧୁମ୍ରପାନ – ଯଦି ଆପଣ ପ୍ରତିଦିନ ଧୁମ୍ରପାନ ଓ ମଦ୍ୟପାନ ନିୟମିତ କରି ଥାଆନ୍ତି ତେବେ ଏହା ଆପଣଙ୍କ କିଡ୍ନୀ ପ୍ରତି କ୍ଷତିକାରକ ହୋଇଥାଏ l ଧୁମ୍ରପାନ କରିବା ଦ୍ୱାରା ପରିସ୍ରାରେ ପ୍ରୋଟିନ ମାତ୍ରା ବଢିବାକୁ ଲାଗିଥାଏ l ଯାହା କିଡ୍ନୀ ପାଇଁ ଠିକ ନୁହେଁ l
* ଖାଦ୍ୟ ପଦାର୍ଥରେ ପୋଷାକ ତତ୍ୱର କମି -ସୁସ୍ଥ ରହିବା ପାଇଁ ସୁସ୍ଥ ଖାଦ୍ୟ ପଦାର୍ଥ ନିହାତି ଆବଶ୍ୟକ l ଯେଉଁ ଥିରେ ପୋଷାକ ତତ୍ୱର ପରିମାଣ ଖୁବ ରହିଥାଏ l ଖାଦ୍ୟରେ ପୋଷାକ ତତ୍ୱ କମିବା ଦ୍ୱାରା କିଡ୍ନୀ ପ୍ରଭାବିତ ହୋଇଥାଏ l
* ଏହା ମଧ୍ୟ କରିବା ଉଚିତ ନୁହେଁ –
– ଅଧିକ ମାତ୍ରାରେ ପେନ କିଲର ଖାଇବା ଦ୍ୱାରା କିଡ୍ନୀ ପ୍ରଭାବିତ ହୋଇଥାଏ l
– ଅଧିକ ମାତ୍ରାରେ ମିଠା ଖାଇବା କିଡ୍ନୀ ପକ୍ଷରେ ହାନି କାରକ l
– ଅଧିକ ଲୁଣ ମଧ୍ୟ ଖାଇବା ଦ୍ୱାରା କିଡ୍ନୀ ସମସ୍ୟା ଦେଖା ଦେଇଥାଏ l
– ନିଦ୍ରାରେ ବାଧା ଉପୁଜିବା, ପରିସ୍ରାରେ ରକ୍ତ ପଡିବା,ପାଦ ଓ ଗଣ୍ଠି ଫୁଲିବା, ଦୀର୍ଘ ଦିନ ଧରି ଶରୀରରେ ସଂକ୍ରମଣ ରହିବା l
Comments are closed.