Odisha news

ଅପହରଣ ପରେ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ରେ ଚାରି ଅଭିଯୁକ୍ତ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଦଣ୍ଡପଦର ରେ ଅଭାବନୀୟ ଘଟଣା ଘଟିଛି l ଏକ ନାବାଳିକା ଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ରେ ବାଲିଗୁଡା ପୋଲିସ ଚାରି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଦଣ୍ଡପଦର ର ଚକାଡୋଳା ଡିଗାଲ, ମୁଣ୍ଡା ସାହିର ଜୋସେଫ ନାୟକ, ହାଟପଦା ର ଶିବ ସେଠୀ ଓ ସାରଙ୍ଗଡ଼ ର ରୀତିକ ନାୟକ l ସୂଚନାପ୍ରକାରେ ନାବାଳିକା ଜଣକ ନୟାଗଡ ର କିନ୍ତୁ ସେ ନିଜ ଆଇ ଘର ଫୁଲବାଣୀ ରେ ରହୁଥିବା ବେଳେ ସେଠାରୁ ଗତ ୨୬ ତାରିଖ ରାତିରେ ଚକାଡୋଳା ଓ ରୀତିକ ଏକ କାରଯୋଗେ ବାଲିଗୁଡା ସ୍ଥିତ ଦଣ୍ଡପଦର ସିଟି ସ୍କୁଲ ନିକଟରେ ଥିବା ଏକ ଘରକୁ ଆଣିଥିଲେ ସମ୍ପୃକ୍ତ ନାବାଳିକା ଚାରି ଅଭିଯୁକ୍ତ ଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ପରିବାର ପକ୍ଷରୁ ବାଲିଗୁଡା ଥାନା ରେ ଏତଲା ଦାୟର ହୋଇଥିଲା  l ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବାଲିଗୁଡା ଥାନା ପୋଲିସ କେଶ ନଂ. ୨୨୦/୨୧ ରେ ଏକ ମାମଲା ରୁଜ୍ଜୁ କରି ଚାରି ଅଭିଯୁକ୍ତ ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଥାନା ସୂତ୍ରରୁ ପ୍ରକାଶ l

Comments are closed.