Odisha news

ଦକ୍ଷ ତହସିଲଦାରଙ୍କ ବଦଳିକୁ ନେଇ କବିସୂର୍ଯ୍ୟନଗରରେ ଅଶାନ୍ତି

କବିସୂର୍ଯ୍ୟନଗର (ସୁଶାନ୍ତ କୁମାର ପଟ୍ଟନାୟକ ।)
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ଛତ୍ରପୁର ବଦଳିକୁ ନେଇ ଏବେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀ ମିଶ୍ର ଜଣେ ଦକ୍ଷ ଅଧିକାରୀ ଭାବେ ଅଞ୍ଚଳରେ ବହୁ ସୁନାମ ଅର୍ଜନ କରିବା ସହିତ ଲୋକମାନଙ୍କ ପ୍ରିୟର ପାତ୍ର ପାଲଟିଥିଲେ। ବିଭିନ୍ନ ପଟ୍ଟା କ୍ଷେତ୍ରରେ ହେଉ କି ଗ୍ରାମ କଣ୍ଟକ ତଥା ମିଉଟେସନ୍ ସାର୍ଟିଫିକେଟ ଲୋକକୁଂ ନ ଦୌଡାଇ ତୁରନ୍ତ ସେବା ପ୍ରଦାନ କରିବା କ୍ଷେତ୍ରରେ ଶ୍ରୀ ମିଶ୍ର ଲୋକକଂ ଆସ୍ଥା ଭାଜନ ହୋଇଥିଲେ। କୋଭିଡ୍ ସମୟରେ ଲୋକଙ୍କୁ ସଚେତନତା କରାଇବା ସହ କୌଣସି ଅପ୍ରୀତିକର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ତତ୍ପରତାର ସହ କାର୍ଯ୍ୟ କରି କବିସୂର୍ଯ୍ୟନଗର ତହସିଲ ଅଞ୍ଚଳରେ ଲୋକକଂ ମନରେ ଏକ ଉତ୍ତମ ବ୍ଯକ୍ତି ଭାବେ ପରିଚିତ ହୋଇଛନ୍ତି ପ୍ରକାଶ ଚନ୍ଦ୍ର ମିଶ୍ର। ଏହି ତହସିଲରେ ଶ୍ରୀ ମିଶ୍ର ଦାୟିତ୍ବ ଗ୍ରହଣ କରିବା ଠାରୁ କାର୍ଯ୍ଯାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ପରସ୍ପର ବୁଝାମଣା ସହ ଆଲୋଚନା ସହଭାଗିତା ଏବଂ ସଠିକ ସମୟରେ କାର୍ଯ୍ଯ ସଂପାଦନକୁ ଗୁରୁତ୍ବ ଦେଇଥିଲେ। ତେବେ ବର୍ତ୍ତମାନ ତାଙ୍କର ଛତ୍ରପୁର କୁ ବଦଳି ହେଉଥିବା ଖବର ପାଇ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଏହି ବଦଳିକୁ ବାତିଲ୍ କରିବା ପାଇଁ ଦାବି କରିଛନ୍ତି।

Comments are closed.