Odisha news

ଆଶ୍ଚର୍ଯ୍ୟ ହେଲେବି ସତ : ପୂଜାରେ ଘଣ୍ଟି ଓ ଶଙ୍ଖ ବଜାଇବା କାରଣରୁ ପଡୋଶୀ ଜୀବନରେ ମାରିବାର ଧମକ ଦେଲେ

ନୂଆଦିଲ୍ଲୀ : ଦିଲ୍ଲୀର କାଳନ୍ଦୀ କୁଞ୍ଜ ଅଞ୍ଚଳରୁ ଗୋଟିଏ ଛାତି ଥାରାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ଗୋଟିଏ ହିନ୍ଦୁ ପରିବାର କୁ ନିଜ ଘରେ ପୂଜା କରୁଥିବା କାରଣରୁ ଧମକ ମିଳୁଛି । ତାଙ୍କ ପଡୋଶୀ ପୂଜା ସମୟରେ ଘରେ ଘଣ୍ଟି ଓ ଶଙ୍ଖ ଫୁଙ୍କିବା କୁ ନେଇ ଧମକ ଦେଇ କହିଛନ୍ତି ଯେ ଯଦି ଆଗକୁ ଏପରି ଆଉ ପୂଜା ସମୟରେ ଶଙ୍ଖ ଓ ଘଣ୍ଟି ବଜାଇବେ ତେବେ ଏହାର ପରିଣାମ ଭୟଙ୍କର ହେବ ବୋଲି କହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ରୋସନ୍ ପାଠକ ଙ୍କ ପରିବାର ଗତ ୨୪ ବର୍ଷ ହେଲାଣି ମଦନପୁର ଏକସ୍ଟେନସନ୍ ରେ ରହୁଛନ୍ତି । ସେ ପେଶାରେ ଜଣେ ରିକ୍ସା ଚାଳକ । ତାଙ୍କର ପତ୍ନୀ ନିଜର ୨ଟି ସନ୍ତାନଙ୍କ ସହିତ ଏହି ଘରେ ରହୁଛନ୍ତି । ତାଙ୍କ ଝିଅ ଅକ୍ଟୋବର ୧୯ ତାରିଖ ରେ ପୂଜା କରୁଥିବା ସମୟରେ , ସେତେବେଳେ ପଡୋଶୀ ଦାନିସ୍ ଆସି ତାଙ୍କ ପୂଜାକୁ ବିରୋଧ କରିଥିଲେ । ସେ କହିଥିଲେ ଏହି ଶଙ୍ଖ ଓ ଘଣ୍ଟି ବଜାଇବା ବନ୍ଦ୍ କରିଦିଅ ମୋର ଶୋଇବାର ବାଧା ହେଉଛି ।
ଏହାପରେ ସେ ନିକଟରେ ରହୁଥିବା ସମସ୍ତ ମୁସଲିମ ପରିବାର ଙ୍କୁ ଡାକି ଥିଲେ ଓ ସମସ୍ତ ମୁସଲମାନ ପରିବାର ମିଶି ମିଳିତ ଭାବରେ ଧମକ ଦେଇଥିଲେ । ସେମାନଙ୍କୁ ପୂର୍ବରୁ ଏପରି ଅସୁିଧାରଧର ସମ୍ମୁଖିନ ହେବାକୁ ପ଼ଡୁ ନଥିଲା । କିନ୍ତୁ ଯେତେବେଳେ ଅଲଗା ସମ୍ପ୍ରଦାୟର ଲୋକେ ଏଠାରେ ରହିଲେ, ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଗତ ୩ବର୍ଷ ହେଲାଣି ଏହି ପରିବାର ଏପରି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପୀଡିତ ପରିବାର ପକ୍ଷରୁ ଏହି ଘଟଣାକୁ ନେଇ କାଳନ୍ଦୀ କୁଞ୍ଜ ଥାନାରେ ଗୋଟିଏ ଏଫ୍ ଆଇ ଆର୍ ଦିଆ ଯାଇଛି ।
କିନ୍ତୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ଏହି ମାମଲାରେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି ଘଟଣାରେ କେତୋଟି ହିନ୍ଦୁ ସଂଗଠନ ସାମ୍ନାକୁ ଆସିଛନ୍ତି ଓ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.