ପୋଲସରା 27/10/21(ରଂଜୟ ପାଣିଗ୍ରାହୀ ) : ପୋଲସରା ପଞ୍ଚାୟତ ସମିତି ଅନ୍ତର୍ଗତ କଳମ୍ବ ଗ୍ରାମ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସକାଶେ ସଭା ଗୃହ ନିର୍ମାଣ ନ କରି ଉକ୍ତ ପଞ୍ଚାୟତ ର ଜେଇ, ଏସ ଡି ଓ ଓ ଠିକାଦାର ମିଶି ଗୃହ ନକରି ଅର୍ଥ ଖାଇଯାଇଛନ୍ତି ଭାବି ଏହାର ତଦନ୍ତ କରିବା ପାଇଁ ଆଜି ଶତାଧିକ ସ୍ୱୟଂ ସହାୟକ ସଭ୍ୟା ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ସମୂହ ର ସଭାପତି ଓ ସମ୍ପାଦିକା ଜଣାଇଛନ୍ତି ଯେ କଳମ୍ବ ପଞ୍ଚାୟତ ରେ ଏକ ଶହ ରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି। ଏବଂ ଏହି ଗୋଷ୍ଠୀ ଗୁଡିକ ରେ ଏକ ହଜାର ର ଅଧିକ ସଭ୍ୟା ରହିଛନ୍ତି। ଏବଂ ନିୟମିତ ଭାବେ ଗୋଷ୍ଠୀ ଗୁଡିକ ର ବୈଠକ ଅନୁଷ୍ଠିତ ହେଉଛି। ତେବେ ବୈଠକ କରିବା ପାଇଁ ଗୃହ ଟି ପାଇଁ ଅନ୍ଧାରେ ଖୋଜି ଖୋଜି ହାଲିଆ ହୋଇ ନପାଇ ମହିଳା ଗୋଷ୍ଠୀ ମାନେ ବିଶେଷ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷରେ ଗତ ତିନି ବର୍ଷ ପୂର୍ବେ କଳମ୍ବ ଗ୍ରାମ ରେ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଜଣା ଯାଇଛି।
ତେବେ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ଉକ୍ତ ଗୃହ କୁ ବର୍ତ୍ତମାନ ସୁଦ୍ଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ହସ୍ତାନ୍ତର କରାଯାଇନାହିଁ। ସେସମୟର ଅନୁଦାନ ଟଙ୍କା ଯଦି ବିଲ ହୋଇଯାଇଛି କାମ ନହୋଇ ତାହେଲେ ଏହି ଟଙ୍କା କୁ ଏହି ପଞ୍ଚାୟତ ର ଜେଇ ଓ,ଏସଡିଓ ଓ ଖାଇଥିବା ମହିଳା ମାନେ ଅଭିଯୋଗ ଆଣିବା ସହ ଏ ବିଷୟରେ ଉନ୍ନୟନ ଅଧିକାରୀ ଅବଗତ ଅଛନ୍ତି କି ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନେ ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଦାବି ପତ୍ର ଦେବା ବେଳେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦୃନୀତି କରିଥିବା ଏହି ପଂଚାୟତ ର ଜେଇ,ବ୍ଲକ ର ଏସଡ଼ିଓ ଓ ଠିକାଦାର ବିରୁଦ୍ଧରେ କାଯ୍ୟନୁଷ୍ଠାନ ନହେଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀ ସମୂହ ର ସଭାନେତ୍ରୀ ମହାଲକ୍ଷ୍ମୀ ପ୍ରଧାନ , ସମ୍ପାଦିକା ସାବିତ୍ରୀ କୁମାରୀ ସାହୁ ଏବଂ କୋଷାଧ୍ୟକ୍ଷା ସୁନିତା କୁମାରୀ ସାହୁ ଙ୍କ ସମେତ ଅନ୍ୟ ସଭ୍ୟା ମାନେ ଚେତାବନୀ ଦେଇଛନ୍ତି।
Comments are closed.