Odisha news

SBI ଗ୍ରାହକ ମାନଙ୍କ ପାଇଁ ବଡ ଖବର : ବର୍ତମାନ ATM ରୁ ପଇସା କାଢ଼ିବା ପାଇଁ ବଦଳି ଗଲା ନିୟମ

ନୂଆଦିଲ୍ଲୀ :SBI ର ଗ୍ରାହକ ମାନଙ୍କ ପାଇଁ ଜରୁରୀ ଖବର l ଭାରତୀୟ ଷ୍ଟେଟ ବ୍ୟାଙ୍କ ATM ରୁ ଟ୍ରାଞ୍ଜାକ୍ସନ କୁ ଆହୁରି ଅଧିକ ସୁରକ୍ଷିତ କରିବା ପାଇଁ ଗୋଟିଏ ନୂଆ ପ୍ରଣାଳୀ ଆରମ୍ଭ କରିଛନ୍ତି l ଏହି ନୂଆ ନିୟମରେ ଗ୍ରାହକ ଓଟିପି ଆଧାରରେ ATM ରୁ ପଇସା ବାହାର କରି ପାରିବେ l ଗ୍ରାହକଙ୍କୁ ତାଙ୍କ ପଂଜିକୃତ ମୋବାଇଲ ରେ ଗୋଟିଏ ଓଟିପି ମିଳିବ ତାହାକୁ ଦେବା ପରେ ସେ ପଇସା ବାହାର କରି ପାରିବେ l

ବ୍ୟାଙ୍କ ପକ୍ଷରୁ ଏହି ତଥ୍ୟ ଟୁଇଟ ଜରିଆରେ ଦିଅ ଯାଇଛି l ଏହି ଟୁଇଟ ରେ କୁହାଯାଇଛି ଯେ SBI ର ATM ଟ୍ରାଞ୍ଜାକ୍ସନ ପାଇଁ ଆମର ଓଟିପି ଆଧାରିତ ଅଟେ l ଏହା ଫ୍ରଡ ମାନଙ୍କ ପାଇଁ ଗୋଟିଏ ଟୀକା କରଣ ଅଟେ l ଅପାଙ୍କ ଠକ ମାନଙ୍କ ନିକଟରୁ ରକ୍ଷା କରିବା ଆମର ପ୍ରାଥମିକତା ଅଟେ l SBI ର ଗ୍ରାହକ ମାନେ ଏହାକୁ ଜାଣି ରଖିବା ଆବଶ୍ୟକ ଯେ ଓଟିପି ଦ୍ୱାରା ପଇସା ବାହାର କରିବା ପ୍ରଣାଳୀ କିପରି ହୋଇଥାଏ l

– ଏସବିଆଇ ଏଟିଏମ ରୁ ପଇସା କାଢ଼ିବା ପାଇଁ ଆପଣଙ୍କ ଓଟିପି ଆବଶ୍ୟକ ପଡିବ l ସେଥିପାଇଁ ଆପଣଙ୍କୁ ରେଜିଷ୍ଟାର ମୋଵାଈଲ ନମ୍ବର ରେ ଗୋଟିଏ ଓଟିପି ପଠା ଯିବ l
– ଏହି ଓଟିପି ୪ଅଙ୍କ ବିଶିଷ୍ଟ ଅଟେ ଓ ଏହାକୁ ଆପଣ ଥରେ ମାତ୍ର ଏଣ୍ଟ୍ରି କରିପାରିବେ l
– ଆପଣ ଯେତିକି ପଇସା ବାହାର କରିବାକୁ ଚାହୁଁଛନ୍ତି ତାହା ଆପଣ ଟାଇପ କରିବା ପରେ ଆପଣଙ୍କୁ ଓଟିପି ଦେବା ପାଇଁ କୁହାଯିବ l
– ଆପଣଙ୍କୁ ପଇସା ପାଇବା ପାଇଁ ଓଟିପିକୁ ଦରଜ କରିବା ନିହାତି ଆବଶ୍ୟକ ଅଟେ l

ବ୍ୟାଙ୍କ ପକ୍ଷରୁ ଏହି ପଦକ୍ଷେପ ଏଥିପାଇଁ ଗ୍ରହଣ କରାଯାଇଛି କାରଣ ଆପଣଙ୍କୁ ଠକ ମାନଙ୍କ ନିକଟରୁ ରକ୍ଷା କରାଯାଇ ପାରିବ l ଏହା କେବଳ ୧୦ ହଜାର କିମ୍ବା ଅଧିକ ରାଶି ପାଇଁ ଆବଶ୍ୟକ l

Comments are closed.