ନୂଆଦିଲ୍ଲୀ : ହ୍ଵାଟ୍ସଆପ ଖୁବ ଶୀଘ୍ର ୟୁଜର୍ସ ମାନଙ୍କୁ ପ୍ଲାଟଫର୍ମ ରେ ସୁବିଧା ଲାଭ କରିବା ପାଇଁ ନିଜର ଆଇଡେଣ୍ଟିଟି ଭେରିଫାଇ କରିବାକୁ କହିପାରେ l ଏକ୍ସଡିଏ ଡେଭେଲପର୍ସ ଅନୁସାରେ ଲଟେଷ୍ଟ ହ୍ଵାଟ୍ସଆପ ବିଟା ରିଲିଜ ରେ ଦେଖାଯାଇଥିବା ନୂଆ କଣ୍ଟେଟ କହୁଛି ଯେ ୟୁଜର୍ସ ଭେରିଫିକେସନ ଡକୁମେଣ୍ଟ ଅପଲୋଡ଼ କରିବାର ଆବଶ୍ୟକତା ରହିଛି l ବର୍ତମାନ ୟୁଜର ଭାରତରେ ଯେତେବେଳେ ହ୍ଵାଟ୍ସଆପ ସେଟ କରୁଛନ୍ତି ସେବା କେବଳ ୟୁପିଆଇ ଆଧାରିତ ଦିଆନିଆ କୁ ଆନେବୁଲ କରିବା ପାଇଁ ଆପଣଙ୍କ ବ୍ୟାଙ୍କ ଖାତା ସହିତ ଯୋଡି ହୋଇଥିବା ଫୋନ ନମ୍ବରକୁ ଦେବାକୁ ପଡୁଛି l
ଖୁବ ଶୀଘ୍ର ମେସେଞ୍ଜର ପେମେଣ୍ଟ ର ସୁବିଧା ପାଇଁ କ୍ରେଡିଟ କିମ୍ବା ଡେବିଟ କାର୍ଡ କୁ ଭ୍ୟାଲିଡ଼ କରିବା ପାଇଁ ଫେସବୁକ ପେମେଂଟ ଉପଯୋଗ କରାଇ ଥାଏ l ରିପୋର୍ଟ ରେ କୁହାଯାଇଛି ଯେ ଏହି ସୁବିଧା ପାଇଁ ୟୁଜର୍ସ କୁ କୌଣସି ଡକୁମେଣ୍ଟ ଜମା କରିବାର ଆବଶ୍ୟକତା ନାହିଁ l ଏହା ଖୁବ ଶୀଘ୍ର ପ୍ରବର୍ତନ ହେବାକୁ ଯାଉଛି l
ହ୍ଵାଟ୍ସଆପ b2.21.22.6 ବିଟା ରେ କିଛିଟା ନୂଆ ଷ୍ଟ୍ରିଙ୍ଗ ସାମିଲ ରହିଛି ଯାହା ଦର୍ଶାଉଛି ଯେ ସେବା ପାଇବା ପାଇଁ ୟୁଜର କୁ ଭେରିଫିକେସନ ଡକୁମେଣ୍ଟ ଜମା କରିବା ଆବଶ୍ୟକ l ଏହା ସେହି ଲୋକ ମାନଙ୍କ ପର୍ଯ୍ୟନ୍ତ ସୀମିତ ରହିବ ଯିଏ ନିଜର ବ୍ୟବସାୟ ପାଇଁ ସୁବିଧା ପାଇବା ପାଇଁ ହ୍ଵାଟ୍ସଆପ ର ବ୍ୟବହାର କରୁଛନ୍ତି l
ଗୁଗୁଲ ପେ ,ଫୋନ ପେ ଏମିତିକି ହ୍ଵାଟ୍ସଆପ ପେ ଭଳି ୟୁପିଆଇ ଆଧାରିତ ଆପ୍ସ ପାଇଁ ୟୁଜର୍ସ ଙ୍କୁ ପଇସା ଟ୍ରାନ୍ସଫର କରିବା ଓ ପ୍ରାପ୍ତ କରିବା ପାଇଁ କୌଣସି ତଥ୍ୟ ଦେବାକୁ ପଡି ନଥାଏ l ପେଟିଏମ ଭଳି ଆପ RBI ର ନିର୍ଦେଶ କ୍ରମେ କେୱାଇସି ଭେରିଫିକେସନ ପାଇଁ କୁହାଯାଇଥାଏ l ହ୍ଵାଟ୍ସଆପ ବର୍ତମାନ ଏହି ପରିବର୍ତନ ବିଷୟରେ ଅଧିକାରିକ ଭାବରେ ଘୋଷଣା କରିନାହିଁ l ରିପୋର୍ଟ ରେ କୁହାଯାଇଛି ନୂଆ ଷ୍ଟ୍ରିଙ୍ଗ ବର୍ତମାନ ବିଟା ସଂକ୍ରମଣରେ ଆସିଛି l ତେଣୁ କମ୍ପାନୀ ଦ୍ୱାରା କୌଣସି ବିବରଣୀ ପ୍ରକାଶ କରିବାରେ ସମୟ ଲାଗିପାରେ l
Comments are closed.