ନୂଆପଡା-୧୦/୧୦ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମ ପଞ୍ଚାୟତ କାମପୁର ଗ୍ରାମ କନକପଡା ଅଙ୍ଗନବାଡି ଗ୍ରୁହ ପରିସର ଅତ୍ୟନ୍ତ ଦୟନୀୟ ହୋଇ ପଡିଛି, କୁନି କୁନି ପୁଅ ଝିଅ ବଣବୁଦା ଦେଇ ଜାତ ଆତ କରୁଛନ୍ତି ଏଣୁ ଯାତାୟାତ ପାଇଁ ରାସ୍ତା ନିର୍ମାଣ କରିବାକୁ ପଡାବାସୀ ଦାବି କରିଛନ୍ତି। ପ୍ରକାଶଯୋଗ୍ୟ ଯେ ଆଜିକୁ ଦିର୍ଘଦିନ ହେଲା କାମପୁର ଗ୍ରାମ କନକପଡା ଅଙ୍ଗନବାଡି ଗ୍ରୁହ ପରିସର ରେ ଖାଲଖମା ହୋଇ ରହିଥିବା ବେଲେ ଗ୍ରୁହ କୁ ଯାତାୟାତ କରିବାକୁ ପକ୍କା ରାସ୍ତା ଟିଏ ନାହିଁ। ଉକ୍ତ ଅଙ୍ଗନବାଡି ଗ୍ରୁହ ଆଜି କୁ ୧୦ ବର୍ଷ ହେବ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ଗ୍ରୁହ ର ଦୟନୀୟ ଅବସ୍ଥା, ଛାତରୁ ପାଣି ଝରୁଛି। ତାର ରକ୍ଷଣାବେକ୍ଷଣ ପାଇଁ ବାରମ୍ବାର ପ୍ରଶାସନ କୁ ଜଣାଇବା ସତ୍ୱେ କୌଣସି ପଦକ୍ଷେପ ନେଉନଥିବା ପଡା ବାସୀ ପ୍ରକାଶ କରୁଛନ୍ତି। କରୋନା ଯୋଗୁ ଅଙ୍ଗନବାଡି ପ୍ରାକ ବିଦ୍ୟାଳୟ ବନ୍ଦ ରହିଥିବା ବେଲେ ସୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି। ହେଲେ ଉକ୍ତ ଅଙ୍ଗନବାଡି ଗ୍ରୁହ କୁ ଯିବାଆସିବା ରେ ପକ୍କା ରାସ୍ତା ଟିଏ ନଥିବାରୁ ପରିସର ବଣବୁଦା ରେ ଭର୍ତ୍ତି ହୋଇ ହୋଇ ରହିଛି। ଯାହା ଫଲରେ ପଡା ବାସୀ ଅଙ୍ଗନବାଡି ଗ୍ରୁହ କୁ ଯାଇ ପାରୁନଥିବା ବେଲେ ସେଣ୍ଟର ର ନଲକୂପ ପାଣି ଫୋଲ୍ଲୋରାଇଡ୍ ଯୁକ୍ତ ଯୋଗୁଁ ବ୍ୟବହାର ଅନୁପଯୋଗୀ ବୋଲି
ଅଭିଯୋଗ ହେଉଛି। ଆଗାମୀ ଦିନରେ ଏହାର ସମାଧାନ ନକରାଯାଏ ତେବେ ରାଜରାସ୍ତାକୁ ବାଧ୍ୟରେ ଜନସାଧରଣ ଆସି ଆନ୍ଦୋଳନ କରିବୁବୋଲି ଦୁର୍ଯୋଧନ ମହାନନ୍ଦ, ଜୟଦେବ ସାଗର, ବିବେକାନନ୍ଦ ତାଣ୍ତି, କୁମରମଣି ମହାନନ୍ଦ, ସୁସାନ୍ତ ସାଗର, ଚତୁର ସାଗର, ସମେତ ପଡାର ଅନେକ ଲୋକ ଚେତାବନୀ ଦେଇଛନ୍ତି। ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେବକୁ ଦାବୀ ହେଉଛି।
Comments are closed.