Odisha news

ଶିଶୁ ପାଇଁ ଦିନଟିଏ, ଜିଲ୍ଲା ଶିଶୁ ସୁରକ୍ଷା କମିଟି ବୈଠକ ଓ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ନିରାକରଣ ଟାସ୍କ ଫୋର୍ସ ଜିଲ୍ଲା ସ୍ତରୀୟ ବୈଠକ

ନୂଆପଡା :  ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ଥରୀୟ ଶିଶୁ ମାନଙ୍କ ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର କର୍ମକର୍ତ୍ତା ଙ୍କୁ ନେଇ ଶିଶୁ ପାଇଁ ଦିନଟିଏ, ଜିଲ୍ଲା ଶିଶୁ ସୁରକ୍ଷା କମିଟି ଓ ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ନିବାରଣ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ଵଧାଦେବ ସିଂହ ଙ୍କ ଅଧକ୍ଷ୍ୟତାରେ ଜିଲ୍ଲା ସ୍ଥରୀୟ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦେବେନ୍ଦ୍ର କୁମାର ରାଉତ ଜିଲ୍ଲା ରେ ଥିବା ଅସହାୟ ଓ ସମ୍ବେଦନଶିଳ ଶିଶୁ ମାନଙ୍କ ସମସ୍ୟା ଓ ନିରାକରଣ ଉପାୟ ଉପସ୍ଥାପନ କରିଥିଲେ. ଆଗାମୀ ଦିନରେ ନୂଆପଡା ଜିଲ୍ଲା କୁ ବିଭିନ୍ନ ବିଭାଗର ସାହାଯ୍ୟ ଓ ସହଯୋଗ କ୍ରମେ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ନିମନ୍ତେ ଘୋଷଣା ଓ ଗଠନ କରିବା ଲାଗି ଜିଲା ଶିଶୁ ସମାଜ କଲ୍ୟାଣ ଅଧିକାରୀ ଆସ୍ତେରିଆ କେର୍କେଟା ଯୋଜନା ଉପସ୍ଥାପନ କରିଥିଲେ. ସ୍ଥାନୀୟ ଶିଶୁ ମଙ୍ଗଳ ସମିତି ଜିଲ୍ଲା ର ଶିଶୁ ମାନଙ୍କର ଆଗାମୀ ଦିନରେ କିପରି ଶିଶୁ ସମସ୍ୟା ର ସମାଧାନ ହୋଇପାରିବ ସେ ବିଷୟରେ ମତାମତ ରଖିଥିଲେ . ସ୍ଥାନୀୟ ଚାଇଲଡ ଲାଇନ ସଂଯୋଜକ ମୁକେଶ ଯୋଶୀ ବାଲ୍ୟ ବିବାହ ର କୁ ପ୍ରଭାବ ଭୟାବହତା ଓ ଚାଇଲଡ ଲାଇନ ସହାୟତା ନମ୍ବର ୧୦୯୮ ଉପରେ ସୂଚନା ପ୍ରଦାନ କରିଥିଲେ . ଏଡ଼ ଏଟ ଆକ୍ସନ ର ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ସାହୁ ବାଲ୍ୟ ବିବାହ ର ସ୍ତିତି ଓ ଗ୍ରାମ୍ୟ ସ୍ଥର ରେ ଥିବା ଶିଶୁ ମାନଙ୍କ ଅସହାୟତା ଆକଳନ ଏବଂ ଯୋଜନା ପ୍ରସ୍ତୁତ ଉପରେ ଉପସ୍ଥାପନ କରିଥିଲେ. ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ଶ୍ରୀମତୀ ନମିତା ପ୍ରଧାନ, କୋମନା ବ୍ଲକ ଅଧକ୍ଷ ମନୋଜ ମିଶ୍ର, ନୂଆପଡା ବ୍ଲକ ଅଧକ୍ଷ୍ୟା ତରେଶ୍ୱରୀ ସାହୁ ଏସ ପି ପ୍ରତ୍ୟୁଷ ଦିବାକର, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କାଳିପ୍ରସାଦ ବେହେରା ଶିଶୁ ମଙ୍ଗଳ ସମିତି ର ଅଧକ୍ଷ ରମେଶ ଚନ୍ଦ୍ର ଭୋଇ, ଜିଲ୍ଲା କିଶୋର ନ୍ୟାୟ ବୋର୍ଡ ର ସଭ୍ୟ ଅହଲ୍ୟା ରଥ ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଯନ୍ତ୍ରୀ କର୍ଣ୍ଣ ସୁନା ଓ ଖରିଆର ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ଆଚାର୍ଯ୍ୟ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଶାନ୍ତ କୁମାର ରଣା, ମିଶନ ଶକ୍ତି ସଂଯୋଜକ ରାମ ତାଣ୍ଡି, ସଭ୍ୟ ଡିଏଲଏସଏ ,ସୁଧୀର ଖେତରି, ଶ୍ରୀନିଵାସ ବେହେରା, ସୁନାଧର ସୁନାନୀ . ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଦେବେନ୍ଦ୍ର କୁମାର ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସମାଜ କଲ୍ୟାଣ ଅଧିକାରୀ ଆସ୍ତେରିଆ କେର୍କେଟା ପ୍ରମୁଖ ସହଯୋଗ କରିଥିଲେ ।

Comments are closed.