ନୂଆପଡା-୨୩/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ରାଜ୍ୟ ସରକାର ଜନ୍ମରୁ ମମତା ଯୋଜନା ଆରମ୍ଭ କରି ମ୍ରୁତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା ଓ ଜାତୀୟ ପରିବାର କଲ୍ୟାଣ ଯୋଜନା କରିଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ଓ ସରପଞ୍ଚ ଙ୍କ ଲାଭଖୋର ନୀତି ଯୋଗୁ ପ୍ରକୃତ ହିତାଧିକାରୀ ଏହି ଯୋଜନା ପାଇବାରୁ ବଞ୍ଚିତ ହେଉଥିବା ଗୁରୁତର ଅଭିଯୋଗ ହୋଇଛି। ଏଭଲି ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନିଲଜି ପଞ୍ଚାୟତ ସଦର ଗ୍ରାମରୁ। ସୁଚନାଯୋଗ୍ୟ ଯେ ନିଲଜି ଗ୍ରାମ ର ଜୟମନୀ ଜଗତ (୪୩) ମଥୁରା କଟା (୩୮) ଓ ଜିପେନ୍ଦ୍ରି ସଗରିଆ (୪୩) ଆଜିକୁ ୧ ବର୍ଷ ହେବ ସ୍ୱାମୀ ଙ୍କ ମ୍ରୁତ୍ୟୁ ପରେ ବିଧବା ଭତ୍ତା ମିଲିନଥିବା ବେଲେ ନା ହରିଶ୍ଚନ୍ଦ୍ର ଯୋଜନା ସହାୟତା ନା ଜାତୀୟ ପରିବାର କଲ୍ୟାଣ ସହାୟତା ଏପର୍ୟ୍ଯନ୍ତ ମିଲିପାରି ନାହି। ଭତ୍ତା ଖଣ୍ତିଏ ପାଇଁ ଅନେକ ଥର ପଞ୍ଚାୟତ ରେ ଆବେଦନ କରିଥିଲେ ମଧ୍ଯ ଆଜି ପର୍ୟ୍ଯନ୍ତ ଭତ୍ତା ମିଲିନାହି। ତୁରନ୍ତ ତାଙ୍କୁ ବିଧବା ଭତ୍ତା ଓ ଜାତୀୟ ପରିବାର କଲ୍ୟାଣ ଯୋଜନା ରେ ସାମିଲ କରି ସହାୟତା ପ୍ରଦାନ ଦିଗରେ ଆବଶ୍ଯକ ପଦକ୍ଷେପ ନେବାକୁ ଦାବି ହେଉଛି।

Comments are closed.