Odisha news

ଗୋରୁ ବୋଝେଇ ଟ୍ରକ ଜବତ,ଡ୍ରାଇଭର ଗିରଫ

ସିମୁଳିଆ : ସିମୁଳିଆ ପୋଲିସ ପକ୍ଷରୁ ଜାମ୍ମୁଝାଡି ତନଖି ଫାଟକରେ ତନଖି ସମୟରେ ଗୋରୁ ବୋଝେଇ ଟ୍ରକ ଜବତ କରି ୪୮ଟି ଗୋରୁ ଉଦ୍ଧାର ହୋଇଥିବାବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଗିରଫ ହୋଇଯାଇଥିବାର ଜଣାଯାଇଛି । ବିବରଣୀରୁ ପ୍ରକାଶ ୧୬ନଂ ଜାତୀୟ ରାଜପଥ ଦେଇ ପ୍ରତିଦିନ ଶହ ଶହ ଗୋରୁ ଗାଡି ଚାଲାଣ ହେଉଥିବାର ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିଦେ୍ର୍ଦଶକ୍ରମେ ଜାମ୍ମୁଝାଡିଠାରେ ତନଖି ଫାଟକ କରାଯାଇ ତନଖି ଚାଲିଥିବାବେଳେ ଗୁରବାର ଦିନ ଭୋରୁ ସମୟରେ ସିମୁଳିଆ ଥାନାଧିକାରୀ ଜୟନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏ.ଆସ.ଇ ରବିନ୍ଦ୍ର କୁମାର ପଟ୍ଟନାୟକ,ଡ୍ରଇାଭର ରାଧାକାନ୍ତ ଶିଅଳ ଗୋରୁ ବୋଝେଇ ଟ୍ରକକୁ ଜବତ କରିଥିଲେ । ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଭଦ୍ରକ ଥାନା ଅଞ୍ଚଳର ସରକାରନଗରର ଓରି ସାହାଙ୍କୁ ଗିରଫ କରି ତଦନ୍ତ ଜାରୀ ରଖିଛି । ଉଦ୍ଧାର ୪୮ଟି ଗୋରୁକୁ ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁରସ୍ଥିତ ରୁଦ୍ରାଶ୍ରମ ଗୋଶାଳାରେ ଛଡାଯାଇଛି

Ad2

Comments are closed.