Odisha news

ତୁଟିଲା ଅସନ୍ତୁଷ୍ଟ ହସ୍ତଶିଳ୍ପ ବ୍ୟବସାୟୀଙ୍କ ବିବାଦ ଆସନ୍ତା କାଲିଠାରୁ ଆନ୍ଦୋଳନ ହେବ ପ୍ରତ୍ୟାହାର

ପ୍ରଶାସନ ର ତର୍ଜମାପାରେ୧୧ବ୍ୟବସାୟୀ ହେବେ ଥଇଥାନ

କୋଣାର୍କ:- ୨୩/୯ ଗୁରୁବାର ସନ୍ଧ୍ୟା ରେ ଆଜି ପୁରୀ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅସନ୍ତୁସ୍ଥ ହସ୍ତଶିଳ୍ପ ବ୍ୟବସାୟୀ ଙ୍କ ବିବାଦ କୁ ସମାଧାନ  କରିବା ନିମନ୍ତେ କୋଣାର୍କ ଏନଏଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଏମ.ଶ୍ରୀନିବାସନ ଓ ଅସନ୍ତୁଷ୍ଟ ବ୍ୟବସାୟୀ ଙ୍କ ପକ୍ଷରୁ  ସମାଧାନ ପାଇଁ ନେତୃତ୍ୱ ନେଇଥିବା କୋଣାର୍କ ନଗର ବିଜେଡି ସଭାପତି ଶ୍ରୀଗୋପାଳ ବେହେରା ଙ୍କୁ  ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି  ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ସହିତ ବିସ୍ତୃତ ଆଲୋଚନା ପରେ ସମାଧାନ ବାଟ ଫିଟିଥିବା ଜଣା ପଡିଛି ।ଖବର ନେବାରେ ଜଣାପଡିଛି ପ୍ରଶାସନ ର ଲଟେରୀ ରେ ପ୍ଲଟ ପାଇ ଅସନ୍ତୁଷ୍ଟ ଥିବା ବ୍ୟବସାୟୀ ଙ୍କୁ ସେମାନଙ୍କ ସହମତି ଅନୁଯାୟୀ ନବନିର୍ମିତ ହସ୍ତଶିଳ୍ପ ବଜାର ର ବ୍ଲକ ୨ ରେ  ତୁରନ୍ତ ଥଇଥାନ ହେବେ ଓ ପ୍ଲଟ ପାଇନଥିବା ଅବଶିଷ୍ଟ ୧୧ଜଣ ବ୍ୟବସାୟୀଙ୍କୁ ପ୍ରଶାସନ ପକ୍ଷରୁ ତର୍ଜମା ପରେ କରାଯିବ ଥଇଥାନ ।

ସ୍ଥଗିତ ରହିଥିବା ୨୬ ଜଣ ବ୍ୟବସାୟୀ ଙ୍କୁ ପରବର୍ତୀ ସମୟରେ ତଦନ୍ତ କରାଯାଇ ସେମାନଙ୍କ ବିଷୟରେ ନିଷ୍ପତି ନିଆଯିବ ବୋଲି ସୂଚନ ମିଳିଛି ।ତତ ସହିତ ଅସନ୍ତୁଷ୍ଟ ଗୋଷ୍ଟି ଜବର ଦଖଲ କରିଥିବା ଆଇଓସିଏଲ ପାଚେରୀ କଡ଼ରୁ ଏହାର ସୌନ୍ଦର୍ଯ୍ୟ କରଣ ନିମନ୍ତ୍ୱ ତୁରନ୍ତ ହଟିଯିବା ସହ ଆସନ୍ତା କାଲିଠାରୁ ଆନ୍ଦୋଳନ  ପ୍ରତ୍ୟାହାର କରିବାକୁ ଜିଲ୍ଲାପାଳଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।ତାସହିତ ସୂର୍ଯ୍ୟ ମନ୍ଦିର ସମୁଖ ରେ ଥିବା ଅବଶିଷ୍ଟ ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ଅକ୍ଟୋବର୨ ପୂର୍ବରୁ ଉଛେଦ ସହ ଥଇଥାନ ପାଇଁ ଜିଲ୍ଲାପାଳ ନିଦେଶ ଦେଇଛନ୍ତି । ଏଠାରେ ସୂଚନା ଥାଉକିମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ କୋଣାର୍କ ସହର ତଥା ସୂର୍ଯ୍ୟ ମନ୍ଦିର ର ପାରିପାର୍ଶ୍ବିକ ବିକାଶର କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ରୁ ହସ୍ତଶିଳ୍ପ ବ୍ୟବସାୟୀ ଙ୍କୁ ସ୍ଥାନାନ୍ତର କରି ନୂତନ ସ୍ଥାନରେ ଥଇଥାନ  କରିବାରେ ଉପୁଜିଥିଲା ବିବାଦ। ପ୍ରଶାସନ ପକ୍ଷରୁ ସମୁଦାୟ ୨୨୩ ଜଣ ବ୍ୟବସାୟୀ ଙ୍କୁ ନୂତନ ହସ୍ତଶିଳ୍ପ ବଜାର ରେ ଥଇଥାନ କରାଯାଇଥିବା ବେଳେ  ୧୧ ଜଣ ବ୍ୟବସାୟୀ ଙ୍କୁ ଥଇଥାନ କରାଯାଇନଥିବା ଅଭିଯୋଗ ରେ କୋଣାର୍କ ରେ ଦେଖାଦେଇଥିଲା ବିବାଦ।

ଏ ନେଇ ଅସନ୍ତୁଷ୍ଟ ଗୋଷ୍ଠୀର ଦୀର୍ଘ ୧୧ ଦିନର ଅନଶନ ପରେ ଗତ ୧୫ ତାରିଖ ସନ୍ଧ୍ୟା ରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ଅଧ୍ୟକ୍ଷତାରେ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଉପ ଜିଲ୍ଲାପାଳ ଭଵତରଣ ସାହୁ, ଓ କୋଣାର୍କ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏମ ଶ୍ରୀ ନିବାସଙ୍କ ଉପସ୍ଥିତ ରେ ହସ୍ତଶିଳ୍ପ ବ୍ୟବସାୟ ମହାସଂଘ ର ସଭାପତି ସୁବାଷ ଚନ୍ଦ୍ର ନାୟକ ଙ୍କ ସହ  ମହାସଂଘ ର ୩ ଜଣ ସଦସ୍ୟ ଏବଂ ଅସନ୍ତୁଷ୍ଟ ଗୋଷ୍ଠୀ ର ମୁଖିଆ ତଥା ବିଜେଡି ର ନେତା  ଶ୍ରୀଯୁକ୍ତ ଭରତ ଚନ୍ଦ୍ର ନାୟକ ଙ୍କ ସହ ସେହି ଗୋଷ୍ଠୀ ର ଅନ୍ୟ ୩ ମୁଖିଆ ଙ୍କୁ ନେଇ ବସିଥିଲା ବୈଠକ।

ଏହି ବୈଠକରେ ସର୍ବସ୍ୱ ଆଲୋଚନା ପରେ ବାହାରିଥିବା ନିଷ୍କର୍ସ ଅନୁସାରେ ପ୍ରାଥମିକ ଭାବେ ଅସନ୍ତୁଷ୍ଟ ଗୋଷ୍ଠୀ ର ୧୧ ଜଣଙ୍କୁ ପ୍ରଥମେ  ପ୍ରଶାସନ ପକ୍ଷରୁ ଥଇଥାନ କରାଯିବା ସହ ପୂର୍ବ ନିର୍ଦ୍ଦେଶନାମା ଅନୁସାରେ ବନ୍ଦ ରହିଥିବା ହସ୍ତଶିଳ୍ପ ବଜାର ର ନିର୍ମାଣ କାର୍ଯ୍ୟ ଆସନ୍ତା କାଲି ଠାରୁ ଆରମ୍ଭ ହେବ ବୋଲି  ନିସ୍ପିଟିି ନିଆଯାଇଥିଲା,ତାସହିତ ଅସନ୍ତୁସ୍ଥ  ଗୋଷ୍ଠୀ ଦାବି ମୁତାବକ ସ୍ଥଗିତ ରଖାଯାଇଥିବା ୨୬ ଜଣ ହସ୍ତଶିଳ୍ପ ବ୍ୟବସାୟୀ ଙ୍କ ଥଇଥାନ ବାବଦରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଯୁକ୍ତ ତଦନ୍ତ କରାଯାଇ ପୁନଃ ବିଚାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା ।ଅସନ୍ତୁଷ୍ଟ ଗୋଷ୍ଠୀ ଙ୍କ ଅନ୍ୟ ଏକ ଦାବି ମୁତାବକ ପୁନଃ ଲଟେରୀ ଉଠାଣ ହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ମନାକରାଯିବା ସହ ଅସନ୍ତୁଷ୍ଟ ଗୋଷ୍ଠିର ଅନ୍ୟ ସବୁ ଦାବି କୁ ପ୍ରଶାସନ ମାନିନେଇଥିଲେ ।ମାତ୍ର ପରଦିନ ଅସନ୍ତୁସ୍ଥ ବ୍ୟବସାୟୀ ଗୋଷ୍ଠୀ ଯିଲଲପାଳଙ୍କୁ ଦେଇଥିବା ପ୍ରତିଶୃତି ରୁ ଓହରିଯାଇ ପୁଣି ଆନ୍ଦୋଳନ ରେ ବସିରହିବା ସହ ଉଛେଦ ହୋଇଥିବା ଜାଗାକୁ ପୁଣି ଦଖଲ କରି ବ୍ୟବସାୟ କରିଥିଲେ ଯାହା କୁ ନେଇ ଜିଲ୍ଲା ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ଚେତାବନୀ ଦେଇଥିଲା ।

Comments are closed.