Odisha news

ଟ୍ରେନ ଯାତ୍ରୀ ମାନଙ୍କ ପାଇଁ ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା

ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଚଳାଚଳ କରୁଥିବା କେତେକ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ ସେବାକୁ ବୃଦ୍ଧି କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି |  ଏହା ମଧ୍ୟରେ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସେବାକୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଏବଂ 10 ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସେବାକୁ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ନିମ୍ନଲିଖିତ ଅନୁଯାୟୀ ବୃଦ୍ଧି କରାଯାଇଅଛି |

ସ୍ଵତନ୍ତ୍ର ଟ୍ରେନର ସେବାଗୁଡିକ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବୃଦ୍ଧି :

A: ପ୍ରତ୍ୟେକ ମଙ୍ଗଳବାର ଦିନ ହାଓଡ଼ାରୁ ଛାଡୁଥିବା ଏବଂ ଗୁରୁବାର ଦିନ ଯଶୋବନ୍ତପୁରରୁ ଛାଡୁଥିବା 08087/08088 ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ଏସି  ସ୍ପେଶାଲ୍ ସେବା ହାଓଡ଼ା ଠାରୁ 4 ଜାନୁଆରୀ’2022 ଠାରୁ ଏବଂ ଯଶୋବନ୍ତପୁରରୁ 06.01.2022 ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |

B. ପ୍ରତ୍ୟକ ଶନିବାର ଦିନ ହାଓଡ଼ା ରୁ ଏବଂ ରବିବାର ଦିନ ତିରୁପତି ଠାରୁ ଛାଡୁଥିବା 08089/08090 ହାଓଡ଼ା-ତିରୁପତି-ହାଓଡ଼ା ଏସି ସ୍ପେଶାଲ୍ ହାଓଡ଼ା ରୁ 11 ସେପ୍ଟେମ୍ବର 2021 ଠାରୁ ଏବଂ ତିରୁପତି ଠାରୁ 12 ସେପ୍ଟେମ୍ବର 2021 ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଅଛି  |

ଡିସେମ୍ବର ଶେଷ ପର୍ଯ୍ୟନ୍ତ ଚଳାଚଳ ବୃଦ୍ଧି କରିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ :

A .    02835/02836 ହଟିୟା-ଯଶୋବନ୍ତପୁର-ହଟିୟା ସ୍ୱତନ୍ତ୍ର ଟ୍ରେନ୍ ହଟିୟା ଠାରୁ 28 ଡିସେମ୍ବର 2021 ପର୍ଯ୍ୟନ୍ତ ଏବଂ ଯଶୋବନ୍ତପୁରରୁ 30 ଡିସେମ୍ବର 2021 ପର୍ଯ୍ୟନ୍ତ ଚଳାଚଳ କରିବ |

B .    08117/08118 ହାଓଡ଼ା-ମହୀଶୂର-ହାଓଡ଼ା ସ୍ପେଶାଲ୍ ହାଓଡ଼ା ରୁ 31 ଡିସେମ୍ବର 2021 ପର୍ଯ୍ୟନ୍ତ ଏବଂ ମହୀଶୂରରୁ 2 ଜାନୁଆରୀ 2022 ପର୍ଯ୍ୟନ୍ତ ଚଳାଚଳ କରିବ |

C .    08645/08646 ହାଓଡ଼ା-ହାଇଦ୍ରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ରୁ 31 ଡିସେମ୍ବର 2021 ପର୍ଯ୍ୟନ୍ତ ଏବଂ ହାଇଦ୍ରାବାଦରୁ 2 ଜାନୁୟାରୀ 2022 ପର୍ଯ୍ୟନ୍ତ ଚଳାଚଳ କରିବ |

D .    02873/02874 ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ରୁ 31 ଡିସେମ୍ବର 2021 ପର୍ଯ୍ୟନ୍ତ ଏବଂ ଯଶୋବନ୍ତପୁରରୁ 2 ଜାନୁୟାରୀ 2022 ପର୍ଯ୍ୟନ୍ତ ଚଳାଚଳ କରିବ |

E .    08047/08048 ହାଓଡ଼ା-ଭାସ୍କୋ ଡା ଗାମା-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ରୁ 30 ଡିସେମ୍ବର 2021 ପର୍ଯ୍ୟନ୍ତ ଏବଂ ଭାସ୍କୋ ଡା ଗାମା ଠାରୁ 2 ଜାନୁଆରୀ 2022 ପର୍ଯ୍ୟନ୍ତ ଚଳାଚଳ କରିବ |

F .    02867/02868 ହାଓଡ଼ା-ପଣ୍ଡିଚେରୀ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ଠାରୁ 26 ଡିସେମ୍ବର 2021 ପର୍ଯ୍ୟନ୍ତ ଏବଂ ପଣ୍ଡିଚେରୀରୁ 29 ଡିସେମ୍ବର 2021 ପର୍ଯ୍ୟନ୍ତ ଚଳାଚଳ କରିବ |

G .    02837/02838 ହାଓଡ଼ା-ପୁରୀ-ହାଓଡ଼ା ସ୍ପେଶାଲ୍ ହାଓଡ଼ା ରୁ 31 ଡିସେମ୍ବର 2021 ପର୍ଯ୍ୟନ୍ତ ଏବଂ ପୁରୀରୁ 1 ଜାନୁୟାରୀ 2022 ପର୍ଯ୍ୟନ୍ତ ଚଳାଚଳ କରିବ |

H .    02877/02878 ହାଓଡ଼ା-ଏର୍ଣ୍ଣାକୁଲମ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ୍ ହାଓଡ଼ା ରୁ 25 ଡିସେମ୍ବର 2021 ପର୍ଯ୍ୟନ୍ତ ଏବଂ ଏର୍ଣ୍ଣାକୁଲମ ଠାରୁ 27 ଡିସେମ୍ବର 2021 ପର୍ଯ୍ୟନ୍ତ ଚଳାଚଳ କରିବ |

I .    02449/02450 ଶାଲିମାର-ସିକନ୍ଦରାବାଦ-ଶାଲିମାର ସ୍ୱତନ୍ତ୍ର ଟ୍ରେନ୍ ଶାଲିମାରରୁ 29 ଡିସେମ୍ବର 2021 ପର୍ଯ୍ୟନ୍ତ ଏବଂ ସିକନ୍ଦରାବାଦରୁ 31 ଡିସେମ୍ବର 2021 ପର୍ଯ୍ୟନ୍ତ ଚଳାଚଳ କରିବ |

J .    08637/08638 ହାଟିୟା-ବାଙ୍ଗାଲୋର କ୍ୟାଣ୍ଟ-ହାଟିୟା ସ୍ୱତନ୍ତ୍ର ଟ୍ରେନ୍ ହଟିୟାରୁ 25 ଡିସେମ୍ବର 2021 ପର୍ଯ୍ୟନ୍ତ ଏବଂ ବାଙ୍ଗାଲୋର କ୍ୟାଣ୍ଟରୁ 28 ଡିସେମ୍ବର 2021 ପର୍ଯ୍ୟନ୍ତ ଚଳାଚଳ କରିବ |

Comments are closed.