Odisha news

‘ନୂଆଖାଇର ମୂଳ ପରମ୍ପରା କେବେ ବଦଳିବ ନାହିଁ’ : ଲାଇଫ୍‌ରେଚର୍ ପକ୍ଷରୁ ନୂଆଖାଇର୍ ମିଲନ୍ କାର୍ଯ୍ୟକ୍ରମ

ନର୍ଲା (ଦୀପକ ଠାକୁର): ନୂଆଖାଇ ସହ ଜଡ଼ିତ ସାଂସ୍କୃତିକ ପରମ୍ପରା ଧୀରେଧୀରେ ବଦଳି ଆସୁଛି । ପୂର୍ବରୁ ନୂଆଖାଇ ବେଳେ ଆୟୋଜନ ହେଉଥିବା ଘୁମ୍‌ରା, ଢାପ୍‌, ବଜାଶାଲ୍‌, ବନାବାଡ଼ି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବର୍ତ୍ତିତ ହୋଇ ଏବେ ଡିଜେ, ଡିସ୍କୋ, ପାଶ୍ଚାତ୍ୟ ନାଚଗୀତରେ ପହଞ୍ଚିଛି । ଏହା ଆଗକୁ ଆହୁରି ବଦଳିବ । ତେବେ ମୂଳ ପ୍ରଥା ପରମ୍ପରା ଏବେ ବି ଅକ୍ଷୁଣ୍ଣ ଅଛି ଏବଂ ଆଗକୁ ମଧ୍ୟ ରହିବ ବୋଲି ଜୀବନଶୈଳୀ ଓ ସାହିତ୍ୟକୁ ନେଇ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଗ୍ଲୋବାଲ୍ ଲାଇଫ୍‌ରେଚର୍ ଫାଉଣ୍ଡେସନ୍ ତରଫରୁ ଆୟୋଜିତ ‘ଖୁସିର୍ ଝରନ୍ : ନୂଆଖାଇର୍ ମିଲନ୍‌’ କାର୍ଯ୍ୟକ୍ରମରେ ଅତିଥିମାନେ ମତପ୍ରକାଶ କରିଛନ୍ତି ।

ଫାଉଣ୍ଡେସନ୍‌ର ଆବାହକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ସମ୍ମାନିତ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ଡ. ନୃପରାଜ ସାହୁ, ଅନ୍ତର୍ଜାତୀୟ ମେନେଜ୍‌ମେଣ୍ଟ ବ୍ୟକ୍ତିତ୍ୱ ଡ. ତପନ ପଣ୍ଡା, ବିଶିଷ୍ଟ କଥାଶିଳ୍ପୀ ଡ. ହୀରଣ୍ମୟୀ ମିଶ୍ର, ବିଶିଷ୍ଟ ଭାଷାବିତ୍ ତଥା ନାଟ୍ୟକାର ପରମେଶ୍ୱର ମୁଣ୍ଡ ଓ ବିଶିଷ୍ଟ ଲୋକସଂସ୍କୃତି ଗବେଷକ ସତ୍ୟନାରାୟଣ ମୁଣ୍ଡଛିନା ଯୋଗଦେଇଥିଲେ । ଏଥିରେ ଯୁବ କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇ, ନୀଳାଞ୍ଚଳ ପାନ୍‌, ଲିପ୍‌ସା ମହାରଣା ଓ ତ୍ରିନାଥ ଶ୍ୟାମ କୁମାର ଲୋକସଂଗୀତ ପରିବେଷଣ କରିଥିଲେ । ଫାଉଣ୍ଡେସନ୍‌ର ଅନ୍ୟତମ ଆବାହକ ଡିଲେଶ୍ୱର ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଦର୍ଶକ ଯୋଗଦେଇଥିଲେ ।

Comments are closed.