ନୂଆଦିଲ୍ଲୀ : ତାମିଲନାଡୁ ବିଧାନ ସଭାରେ ଗୋଟିଏ ବିଧେୟକ ପାରିତ ହୋଇଛି । ଯାହାକୁ ନେଇ ରାଜ୍ୟରେ ନିୟମ ପ୍ରସ୍ତୁତ ହେବା ପରେ ଆଉ ଡାକ୍ତରୀ ପଢ଼ିବା ପାଇଁ NEET ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ସାମାଜିକ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଶିକ୍ଷାର୍ଥୀ ମାନଙ୍କୁ ଡାକ୍ତରୀ ପଢ଼ିବା ପାଇଁ ଦ୍ଵାଦଶ ପରୀକ୍ଷା ନମ୍ୱର୍ କୁ ଆଧାର କରି ଦିଆଯିବ ।
ତା ସହିତ ଏହି ବିଲ୍ ଆଧାରରେ ସରକାରୀ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ୭.୫% ଆରକ୍ଷଣ ର ସୁବିଧା ଦିଆଯିବ । ତାମିଲନାଡୁ ମୁଖ୍ୟ ମନ୍ତ୍ରୀ ଙ୍କ ଏମ କେ ଷ୍ଟାଲିନ୍ ବିଲ୍ ଆଗତ କରି ଥିଲେ ଓ ତାକୁ ବିରୋଧୀ ଦଳ ପକ୍ଷରୁ ସମର୍ଥନ କରା ଯାଇଥିଲା ।
କିନ୍ତୁ ଏହାକୁ ବିଜେପି ପକ୍ଷରୁ ବିରୋଧ କରା ଯାଇଥିଲା । ଭାରତୀୟ ଜନତା ପାର୍ଟି ସରକାର ଙ୍କ ର ଏହି ପଦକ୍ଷେପ କୁ ବିରୋଧ କରି ସଦନ ଛାଡ଼ି ଥିଲେ । ଏହା ପୂର୍ବରୁ ବିପକ୍ଷ ଦଳର ନେତା ପଲମି ସ୍ବାମୀ ୧୯ ବର୍ଷୀୟ ଯୁବକ ଧନୁଷ ଙ୍କ ର ଆତ୍ମହତ୍ୟା ଉଠାଇ ଥିଲେ ।
ବିପକ୍ଷଦଳ କଂଗ୍ରେସ , AIADMK , PMK ଇତ୍ୟାଦି ଏହାକୁ ସମର୍ଥନ କରିଥିବା ବେଳେ ବିଜେପି ଏହାକୁ ବିରୋଧ କରିଥିଲା ।
Comments are closed.