Odisha news

ସାବଧାନ : ଲାପଟପ ଓ ମୋବାଇଲ ଅଧିକ ବ୍ୟବହାର କରୁଛନ୍ତି କି ? ଚର୍ମ ହୋଇପାରେ କ୍ଷତି ଗ୍ରସ୍ତ

ଏହିସବୁ ଉପାୟ ଅବଲମ୍ବନ କରି ଯତ୍ନ ନିଅନ୍ତୁ ଚର୍ମର

ଆଜିକାଲି ଆମେ ସମସ୍ତେ ଅଧିକ ପରିମାଣ ରେ ମୋବାଇଲ ଓ ଲାପଟପ ବ୍ୟବହାର କରୁଛୁ l ଚାକିରୀ କରୁଥିବା ବ୍ୟକ୍ତି କିମ୍ବା ଛାତ୍ରଛାତ୍ରୀ ସମସ୍ତଙ୍କ ଅଧିକ କାମ ମୋବାଇଲ ରେ ରହୁଛି l କାରଣ ୱାର୍କ ଫ୍ରମ ହୋମ ସହିତ ଅନଲାଇନ କ୍ଲାସ ରେ ପ୍ରାୟ ସମସ୍ତେ ବେସ୍ତ ରହୁଛନ୍ତି l କିନ୍ତୁ ମୋବାଇଲ ଓ ଲାପଟପ ରୁ ବାହାରିଥିବା କିରଣ ତ୍ୱଚା ଓ ଚର୍ମ ଉପରେ ଖୁବ ପ୍ରଭାବ ପକାଇଥାଏ  l ଆମେ ଏହିସବୁ ଜିନିଷକୁ ଅଧିକ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ କୁଞ୍ଚନ ଓ ଆଖିତଳ କଳା ହୋଇଯାଏ l ଏହି ସମୟରେ ଆପଣଙ୍କୁ ନିଜର ତ୍ୱଚା ର ବିଶେଷ ଯତ୍ନ ନେବା ଆବଶ୍ୟକ l

– ଆପଣ ନିଜ ତ୍ୱଚାରେ ଟମାଟୋ ରେ ପ୍ରସ୍ତୁତ ପେଷ୍ଟ ଲଗାଇ ପାରିବେ l ଏହି ପେଷ୍ଟ ଆପଣଙ୍କ ତ୍ୱଚାରୁ ଡେଡ଼ ସେଲ କୁ ବାହାର କରିଦେବ ଓ ଆପଣଙ୍କ ତ୍ୱଚା କୋମଳ ହୋଇଯିବ l

– ଦିନ ଯାକ ଲାପଟପ ରେ କାମ କରିବା ଦ୍ୱାରା ଆଖି ଉପରେ ଏହାର ପ୍ରଭାବ ପଡିଥାଏ l ତେଣୁ କିଛି ବରଫ ଖଣ୍ଡ ନେଇ ଆଖି ଚାରି ପାଖରେ ଘଷିବା ଦ୍ୱାରା ଆଖିର ଥକାପଣ ଦୂର ହୋଇଥାଏ ଓ ଆରମ୍ ମିଳିଥାଏ l
– ଆପଣ ସବୁଦିନ ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳରେ ମୁହଁକୁ ପୋଛି ନିଅନ୍ତୁ l ଏହାପରେ ମୁହଁ ରେ ରାଶି ର ଲେପ ଲଗାନ୍ତୁ l ଦେଖିବେ ଆପଣଙ୍କ ତ୍ୱଚାରେ ଚମକ ଆସିବ l
– ଆପଣ ନିଜ ତ୍ୱଚାରେ ଲେମ୍ବୁ ଓ କାକୁଡି ରସ ଲଗାନ୍ତୁ l ଦେଖିବେ କିଛିଦିନ ମଧ୍ୟରେ ତ୍ୱଚାରେ ଚମକ ଆସିବ l
ଏହିସବୁ ଟିପ୍ସ କୁ ବ୍ୟବହାର କଲେ ତ୍ୱଚା ସୁନ୍ଦର ରହିବା ସହ ଚମକ ଆସିବ l

Comments are closed.