Odisha news

ବାସ୍ତୁ ଟିପ୍ସ : ଆର୍ଥିକ ଅସୁବିଧା ଦେଇ ଗତି କରୁଛନ୍ତି କି? ତେବେ ଘରର ମୁଖ୍ୟ ଦ୍ୱାରରେ କରନ୍ତୁ ଏହିସବୁ ଉପାୟ

ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟଦ୍ଵାର ଖୁବ ଗୁରୁତ୍ୱପୂର୍ଣ ଅଟେ l କାରଣ ଏହିଦ୍ୱାର ମାଧ୍ୟମରେ ଘରକୁ ପଜିଟିଭ ଏନର୍ଜି ଓ ନେଗେଟିଭ ଏନର୍ଜି ଆସିଥାଏ l ଯଦି ଏହି ସ୍ଥାନରେ କୌଣସି ଦୋଷ ରହିଛି ତେବେ ଏହାର ପ୍ରଭାବ ପରିବାରର ପ୍ରତେକ ସଦସ୍ୟ ମାନଙ୍କ ଉପରେ ପଡିଥାଏ l ତେଣୁ ଯଦି ଆପଣ ଆର୍ଥିକ ଅନାଟନ ମଧ୍ୟରେ ରହୁଛନ୍ତି ତେବେ ଘରର ମୁଖ୍ୟ ଦ୍ୱାରରେ ଏହିସବୁ ଉପାୟକୁ କରନ୍ତୁ l

* ମୁଖ୍ୟଦ୍ଵାରରେ ଲଗାନ୍ତୁ ତ୍ବରଣ – ଯଦି ଆପଣଙ୍କ ପରିବାରରେ ଲଗାତାର ଭାବରେ ଧନ ସମ୍ବନ୍ଧୀୟ ଅସୁବିଧା ରହୁଛି ତେବେ ତେବେ ମୁଖ୍ୟ ଦ୍ୱାରରେ ଫୁଲ କିମ୍ବା ପତ୍ରର ତ୍ବରାଣ ଲଗାନ୍ତୁ l ମାନ୍ୟତା ରହିଛି ଯେ ଯେଉଁ ଘରର ମୁଖ୍ୟ ଦ୍ୱାରରେ ତ୍ୱରଣ ରହିଥାଏ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସେହି ପରିବାର ଉପରେ ରୁହେ l ଏହି ତ୍ୱରଣ ଆମ୍ବ କିମ୍ବା ଅଶୋକା ପତ୍ରର ହେବା ଉଚିତ l

* ମୁଖ୍ୟ ଦ୍ୱାରରେ ଲଗାନ୍ତୁ ସୂର୍ଯ୍ୟ ଯନ୍ତ୍ର – ସୂର୍ଯ୍ୟ ଦେବ ଙ୍କ ନିକଟରୁ ସମସ୍ତ ପ୍ରାଣୀ ଜଗତ ଉର୍ଜା ପାଇ ଥାଆନ୍ତି l ସୂର୍ଯ୍ୟଙ୍କ ନିକଟରୁ ସକାରାତ୍ମକ ଶକ୍ତି ମିଳିଥାଏ l ତେଣୁ ଘରର ମୁଖ୍ୟ ଦ୍ୱାରରେ ସୂର୍ଯ୍ୟ ଯନ୍ତ୍ର ସ୍ଥାପନା କରିବା ଦ୍ୱାରା ନକାରାତ୍ମକ ଉର୍ଜା ପ୍ରବେଶ କରି ନଥାଏ l

* ମୁଖ୍ୟ ଦ୍ୱାରରେ ରଖନ୍ତୁ ତୁଳସୀ ଗଛ – ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟଦ୍ଵାରରେ ତୁଳସୀ ଗଛ ଲଗାଇବା ଦ୍ୱାରା ସକାରାତ୍ମକ ଉର୍ଜା ଲାଭ ହୋଇଥାଏ l ଘରେ ତୁଳସୀ ପୂଜନ ହେଲେ ଆର୍ଥିକ ଅସୁବିଧା ଦୂର ହୁଏ l

* ସ୍ୱସ୍ତିକ ଚିହ୍ନ କରନ୍ତୁ – ଘରେ କୌଣସି ବାସ୍ତୁ ଦୋଷ ରହିଥିଲେ ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ କରନ୍ତୁ l ଏହି ସ୍ୱସ୍ତିକ ଚିହ୍ନ ନାଲି ରଙ୍ଗରେ କରନ୍ତୁ , ଦେଖିବେ ଜୀବନରେ ଆସିଥିବା ସମସ୍ତ ଅସୁବିଧା ଦୁରେଇ ଯିବ l

Comments are closed.