Odisha news

ସୁପ୍ରିମ କୋର୍ଟଙ୍କ ଗୁରୁତ୍ୱ ପୁର୍ଣ ରାୟ : ମନ୍ଦିର ସମ୍ପତ୍ତିର ମାଲିକ ମନ୍ଦିରର ପୂଜକ ନୁହେଁ , ଜମିର ମାଲିକ କେବଳ ଭଗବାନ୍ ଅଟନ୍ତି

ନୂଆଦିଲ୍ଲୀ : ମନ୍ଦିର ର ସମ୍ପତିକୁ ନେଇ ସୁପ୍ରିମ କୋର୍ଟ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ମନ୍ଦିର ଜମି ର ମାଲିକ୍ ମନ୍ଦିରର ପୂଜକ ନୁହେଁ , କେବଳ ସେହି ଜମିର ମାଲିକ ଭଗବାନ୍ ଅଟନ୍ତି । ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ଏ ଏସ ବୋପାନା ଗୋଟିଏ ଖଣ୍ଡପୀଠ ର ଶୁଣାଣି କରି କହିଛନ୍ତି ଯେ କେବଳ ଏହି ଜମିର ମାଲିକ ଭଗବାନ୍ ଅଟନ୍ତି ପୂଜକ କେବଳ ଏହାକୁ ଦେଖା ଚାହାଁ କରି ପାରିବେ ।
ସୁପ୍ରିମ କୋର୍ଟ କହିଛନ୍ତି ଯେ କେବଳ ଓନରସିପ ରେ ଠାକୁରଙ୍କ ନାମ ଲେଖାହେବ । କାରଣ ଭଗବାନ୍ ନାୟିକ ବ୍ୟକ୍ତି ହୋଇ ଥିବାରୁ ସେହିଁ କେବଳ ମାଲିକ ହୋଇ ପାରିବେ । ସେହି ଜମି ଉପରେ କେବଳ ଦେବତା ଙ୍କ ଅଧିକାର ରହିଥାଏ । ସେବକ କେବଳ ଏହାକୁ ଦେଖା ଚାହାଁ କରି ପାରିବେ । ତେଣୁ ମନ୍ଦିର କମିଟି ର ମ୍ୟାନେଜର , ସେବକ କିମ୍ବା ଅନ୍ୟ କାହାର ନାମ ମାଲିକାନା କାଗଜରେ ରହିବ ନାହିଁ ।
ଯଦି ସେବାୟତ ନିଜ କାର୍ଯ୍ୟକୁ ଠିକ୍ ରେ ତୁଲାଇବା ଅକ୍ଷମ ହେବେ ତେବେ ତାଙ୍କୁ ପରିବର୍ତ୍ତନ କରା ଯାଇ ପାରିବ । ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ପ୍ରଦେଶର ହାଇ କୋର୍ଟ ବିରୁଦ୍ଧରେ ଗୋଟିଏ ଶୁଣାଣି କରୁଥିବା ସମୟରେ ଏହି ଶୁଣାଣି କରିଛନ୍ତି । ରେଭିନ୍ୟୁ ୧୯୫୯ ଅନୁସାରେ ଜାରୀ ହୋଇଥିବା ସର୍କୁଲାର କୁ ରଧ କରା ଯାଇଥିଲା । ଏଥିରେ ପୂଜକ ର ନାମକୁ ରାଜସ୍ବ ରେକର୍ଡ ରୁ ହଟାଇବାକୁ କୁହା ଯାଇଥିଲା । କାରଣ ସେବାୟତ ମନ୍ଦିର ର ସମ୍ପତ୍ତିକୁ ଅବୈଧ ଭାବରେ ଯେପରି ବିକ୍ରି କରି ପାରିବେ ନାହିଁ ।

Comments are closed.