କୋଣାର୍କ: କୋଣାର୍କ – ପୁରୀ ମେରାଇନ ଡ୍ରାଇଭ ରାସ୍ତା, ଚନ୍ଦ୍ରଭଗା ବେଳାମାର୍ଗର କଇଁଛ ସୁରକ୍ଷା ଘର ପାର୍ଶ୍ଵ ସମୁଖ ଜଙ୍ଗଲ ରୁ ରବିବାର ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଏକ ଝାଉଁ ଗଛରେ ଦେଖିବାକୁ ମିଳିଥିଲା।ସୂଚନା ମୁତାବକ ମୃତ ଯୁବକଙ୍କ ନାଁ ଆଦିତ୍ୟ ନାରାୟଣ ପଣ୍ଡା(୩୦) ସେ ପିପିଲି ଥାନା ଦୁର୍ଗାଦାସପୁର ର ବାସିନ୍ଦା ଅଟନ୍ତି।ଗତ ଦୁଇ ଦିନ ତଳେ ୨୭ ତାରିଖ ଦିନ ଘରୁ ବରୁଣେଇ ପାହାଡ଼ ରେ ଭୋଜି କରିବା ପାଇଁ ଘରୁ ବାହାରି ଆସିଥିଲେ ଆଦିଦ୍ୟ।ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବା ରୁ ପରିବାର ଲୋକେ ଆଦିତ୍ୟ ଙ୍କୁ ବହୁ ଖୋଜା ଖୋଜି ପରେ ନପାଇବାରୁ ସେ ନିଖୋଜ ଥିବା ନେଇ ପିପିଲି ଥାନା ରେ ଗତ ୨୭ ତାରିଖ ରାତିରେ ପିପିଲି ଥାନା ରେ ଏକ ଏତଲା ଦେଇଥିଲେ।
ପରିବାର ଲୋକଙ୍କ ଏତଲା ଗ୍ରହଣ କରି ପିପିଲି ପୋଲିସ ଉକ୍ତ ଯୁବକଙ୍କ ମୋବାଇଲ ଟ୍ରାକ କରିବାରୁ ସେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ଚନ୍ଦ୍ରଭଗା ରାସ୍ତା ନିକଟରେ ଥିବା ଜାଣିବାକୁ ପାଇଥିଲେ। ପରେ କୋଣାର୍କ ପୋଲିସ , ଚନ୍ଦ୍ରଭଗା ମେରାଇନ ପୋଲିସ ର ସହାୟତା ରେ ପିପିଲି ପୋଲିସ ଆଦିତ୍ୟ ଙ୍କ ପରିବାର ଲୋକଙ୍କ ସହ ଗତକାଲି ମେରାଇନ ଡ୍ରାଇଭ ରାସ୍ତା ରେ ରାତି ତମାମ ଖୋଜାଖୋଜି କରିବା ପରେ ଭୋର ରୁ ଚନ୍ଦ୍ରଭଗା ବେଳାମାର୍ଗ ପାର୍ଶ୍ଵ କଇଁଛ ସୁରକ୍ଷା ଘର ପାର୍ଶ୍ଵରେ ଏକ ଝାଉଁ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିଥିଲେ।ତେବେ ଘଟଣା ସ୍ଥଳରେ ଆଦିତ୍ୟଏକ ନାଲି ଗାମୁଛା ରେ ନିଜ ବେକରେ ବାନ୍ଧି ଝୁଲନ୍ତା ଅଵସ୍ଥା ରେ ଥିବା ବେଳେ ତାଙ୍କ ପାଖରେ ଏକ କଳା ରଙ୍ଗର ହିରୋହଣ୍ଡା ସ୍ପଲେଣ୍ଡର ମଟରସାଇକଲ ଏବଂ ଏକ ପାଣି ବୋତଲ ପଡିଥିବା ଦେଖିବାକୁ ମିଳିଥିଲା।ପୋଲିସ ଗଳିତ ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ୟୁଡି କେଶ ନମ୍ବର ୧୫ ରେ ଏକ ମାମଲା ରୁଜ୍ଜୁ କରିଥିବା ଜଣାପଡ଼ିଛି।
Comments are closed.