Odisha news

ମୁଖ୍ୟ ଶାସନ ସଚିବ ଦୁଇଦିନିଆ କନ୍ଧମାଳ ଗସ୍ତରେ : ସ୍ମାର୍ଟ ସ୍କୁଲ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ଘୁ.ଉଦୟଗିରି: ଦୁଇଦିନିଆ କନ୍ଧମାଳ ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ହଳଦୀ ପ୍ରୋସେସିଙ୍ଗ ୟୁନିଟ ବୁଲି ଦେଖିଲା ପରେ ନୂତନ ଭାବରେ ନିର୍ମାଣ ହୋଇଥିବା ଓପିଟିସିଏଲ ୧୩୨/୩୩ କେଭି ବିଦ୍ୟୁତ ଗ୍ରୀଡ଼ ଷ୍ଟେସନ ପରିଦର୍ଶନ କରିଛନ୍ତି। ଏହା ପରେ ମୁଖ୍ୟ ଶାସନ ସଚିବ ଘୁ. ଉଦୟଗିରି ସରକାରୀ ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥବା ଦେଖିବାକୁ ମିଳିଛି।

ସରକାରୀ ବାଳିକା ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଭାବରେ ଘୋଷଣା କରିବା ପରେ ଏହାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଜାରି ରହଛି। ଏଠାରେ ବିକାଶମୂଳକ କାମ କିଭଳି ରହିଛି, ତାହା ମୁଖ୍ୟ ଶାସନ ସଚିବ ଆଜି ଅବଗତ ହେବା ସହିତ ପରିଦର୍ଶନ କରିଛନ୍ତି।

 

ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତରେ କନ୍ଧମାଳ ଜିଲ୍ଲାପାଳ ଡ଼ି ବୃନ୍ଦା ଥିଲେ। ଘୁ ଉଦୟଗିରି ତହସିଲଦାର ଡ଼ ଜନ୍ମେଜୟ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ। ସ୍ଥାନୀୟ ପୁଲିସ ଥାନା ଅଧିକାରୀ ରେବତୀ ଶବର ସୁରକ୍ଷା ଦାୟିତ୍ୱ ତୁଲାଇ ଏହି ପରିଦର୍ଶନ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Comments are closed.