Odisha news

ମଦ ମୁକ୍ତି ପାଇଁ ଅଣ୍ଟା ଭିଡ଼ିଲେ ମହିଳା ମାନେ। 

ନୂଆପଡା-୨୮/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି ସିନାପାଲି ବ୍ଲକ ଅନ୍ତର୍ଗତ ନୂଆମାଳପଡା ଗ୍ରାମ ପଞ୍ଚାୟତ ର ସମସ୍ତ ଗ୍ରାମକୁ ମଦ ମୁକ୍ତ କରିବା ପାଇଁ ନୂଆମାଳପଡା ଗ୍ରାମ ପଞ୍ଚାୟତ ର ମହିଳାମାନେ ଅଣ୍ଟାଭିଡି ଏକତ୍ରୀତ ହୋଇ ମଦ ମୁକ୍ତି ଆନ୍ଦୋଳନ କରିଛନ୍ତି। ଉକ୍ତ ପଞ୍ଚାୟତ ଠାରେ   ଗ୍ରାମର ସମସ୍ତ ମହିଳା ଏକତ୍ରୀତ ହୋଇ ବିଭିନ୍ନ ମଦମୁକ୍ତି ସମ୍ପର୍କିତ ବିଭିନ୍ନ ସ୍ଲୋଗାନଦେଇ ଗାଁ ପରିକ୍ରମା କରିଥିଲେ ଏବଂ ଗ୍ରାମର ସମସ୍ତ ମଦକୋଠି ଙ୍କୁ ଯାଇ ଆସନ୍ତା ନୂଆଖାଇ ମଧ୍ଯ ରେ ମଦ କୋଠି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ନହେଲେ ଆଗାମୀ ଦିନରେ ସିନାପାଲି ଥାନା ସମେତ ଦେଶି ମଦଭାଟି ବ୍ରାଞ୍ଚ ଙ୍କୁ ଘେରାଉ କରିବୁ ବୋଲି ମହିଳା ମାନେ ପ୍ରକାଶ କରିଛନ୍ତି। ପ୍ରକାଶଯୋଗ୍ୟ ଯେ ନୂଆମାଲପଡା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ବେଆଇନ ମଦ କୋଠି ରହି ଥିବା ବେଲେ ୨୪ ଘଣ୍ଟା ମଦ ବିକ୍ରୀ କରୁଛନ୍ତି। ଯାହା ଫଳ ରେ
ବିଭିନ୍ନ ସମୟରେ ପୁରୁଷ, ଯୁବକ ମାନେ ମଦ୍ଯପାନ କରି ପାରିବାରିକ ବିଶୃଙ୍ଖଳା ର କାରଣ ସାଜିଛନ୍ତି। ପରିବାର ଭିତରେ ଅଶାନ୍ତି ସୃଷ୍ଟି କରି ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କଲହ ସ୍ରୁଷ୍ଟି ହେବାର ମୁଖ୍ୟ କାରଣ ମଦ ବୋଲି ମହିଳାମାନେ ମତ ବ୍ୟକ୍ତ କରିଛନ୍ତି।
ବାରମ୍ବାର ଏମିତି ଗ୍ରାମ ରେ ବିଶୃଙ୍ଖଳା ଦେଖା ଦେଉଥିବା ରୁ ମହିଳା ମାନେ ବାଧ୍ଯ ହୋଇ ମଦ ମୁକ୍ତି ଆନ୍ଦୋଳନ କୁ ଓହ୍ଲାଇ ଥିବା ପ୍ରକାଶ କରିଛନ୍ତି। ମଦୁଆ ମାନେ ରାସ୍ତା ଉପରେ ମଦ୍ଯପାନ କରି ଅଶ୍ଳୀଳଭାଷା ପ୍ରୟୋଗ ଓ ଖରାପ ଇଙ୍ଗିତ କରୁଥିବା ବେଳେ ମହିଳା ମାନେ ଘରୁ ବାହାରି ବାକୁ ଭୟଭିତ ହେଉଛନ୍ତି। ଏହାସହ ଗ୍ରାମ ର କୋମଳମାତି ବାଳକ ବାଳିକାମାନଙ୍କୁ ମଧ୍ଯ କୁପ୍ରଭାବ ପଡୁଥିବା ପ୍ରକାଶ କରୁଛନ୍ତି।
ଏ ଅବସରରେ ନୂଆମାଲପଡା ପଞ୍ଚାୟତ ସ୍ତରୀୟ ମହାସଂଘ ସମ୍ପାଦିକା ଶାନ୍ତି ରଣା, ସଭାନେତ୍ରୀ ବିରାମଣି ଭାଟି, ମିଶନଶକ୍ତି ନୂଆମାଲପଡା ସଂଗୀତା ପୋଡ ଭୋଜମଣି ମାଝି, ଶାନ୍ତିଲତା ବେମାଲ, ଲଲିତା ବାଗ, ବିଲାଶ ମାଝି, କାନ୍ତୀରାଉତ ରାୟ, ସୁନେତ୍ରୀ ପତି, ସ୍ୱୟଂ ସହାୟକ ମହିଳାଦଳମାନେ ଉପସ୍ଥିତ ଥିଲେ।

Comments are closed.