ଗୋପ,ତା,୨୮,୮ : ଦିନକୁ ଦିନ ଗୋପ ଥାନା ଅଞ୍ଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଛି ।କେତେ ବେଳେ ଗୋଟିଏ ସପ୍ତାହ ତଳେ ବଦଳି ହୋଇଥିବା ଥାନା ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଗୁଳି କରି ହତ୍ୟା ଧମକ ଦେଇଥିବା ବେଳେ କେତେ ବେଳେ ଗୋପ ଥାନା ର ମହିଳା ଏସ୍ଆଇ ଅଭିଯୋଗକାରୀ ଙ୍କ ଅଭିଯୋଗ ଚିରି ଫୋପାଡି ଦେଉଛନ୍ତି ।ଏ ଭଳି ସମୟରେ ଗୋପ ପୋଲିସ ଶୁକ୍ରବାର ଥାନା ଭିତରେ ଭୋଜିଭାତରେ ମସଗୁଲ୍ ରହିଥିବା ବେଳେ ଏହି ଥାନା ଅନ୍ତର୍ଗତ ମଦରଙ୍ଗ ବଜାର ରୁ ଗୋଟିଏ ରାତିରେ ୪ ଗୋଟି ଦୋକାନ ରୁ ଚୋରି ହୋଇଥବା ଥାନା ପକ୍ଷରୁ ଜଣାପଡିଛି । ଏହି ସବୁ ଅଭିଯୋଗ କୁ ନେଇ ଗୋପ ଥାନା ରେ ୪୦୮/୨୧ ମୋକଦ୍ଦମା ରୁଜ୍ଜୁ କରାଯାଇଥିବା ବେଳେ କାହାକୁ ହେଲେ ପୋଲିସ ଗିରଫ କରି ପାରି ନାହିଁ । ପ୍ରକାଶ ଯେ ଗୋପ ପୋଲିସ ଏବେ ବିଭିନ୍ନ ଘଟଣା କୁ ନେଇ ଏବେ ନିନ୍ଦିତ ହୋଇ ପଡିଥିବା ବେଳେ ଗୋପ ଥାନା ଅଞ୍ଚଳରେ ସାଧାରଣ ଲୋକ ମାନଙ୍କ ର ଗୋପ ପୋଲିସ ଉପରୁ ଭରସା ତୁଟି ଯାଉଛି । ଶୁକ୍ରବାର ଗୋପ ପୋଲିସ ଥାନା ଭିତରେ ଭୋଜିଭାତରେ ମସଗୁଲ୍ ରହିଥିବା ବେଳେ ମଦରଙ୍ଗ ବଜାର ରେ ଦୋକାନ ଦେଇଥିବା ବିଚିତ୍ରାନନ୍ଦ ପ୍ରଧାନ, ବଟକୃଷ୍ଣ ପ୍ରଧାନ,ଜାକେଶ୍ ପ୍ରଧାନ,ପ୍ରଦିପ୍ତ ପ୍ରଧାନ ଙ୍କ ଦୋକାନ ରୁ କୁଣ୍ତା ଓପାଡି ଚୋରି ହୋଇ ଥିବା ଜଣାପଡିଛି । ଶନିବାର ଦିନ ଏ ସଂପର୍କରେ ଗୋପ ଥାନା ରେ ଅଭିଯୋଗ ହୋଇଛି । ଏଠାରେ ପ୍ରଶ୍ନ ଉଠେ ଗତ ସପ୍ତାହରେ ନାଗପୁର ହାଟରୁ ୪ ଗୋଟି ମୋଟର ସାଇକେଲ ଚୋରି ହେବା ଅଭିଯୋଗ ହେବାପରେ ପୋଲିସ ସିସିଟିଭି କ୍ୟାମେରା ଫୁଟେଜ କୁ ଯାଞ୍ଚ କରୁଥିବା ବେଳେ କାହାରି କୁ ଗିରଫ କରିପାରି ନାହିଁ । ସେହିପରି ବେଗୁନିଆ ଛକ ଠାରେ ଥିବା ଏକ ନ୍ୟାସନାଲ ବ୍ୟାଙ୍କ ର ଏଟିଏମ୍ ଭଙ୍ଗା ଘଟଣା ସାଙ୍ଗ କୁ ଗୋପ ବ୍ଲକ ନିକଟରୁ ଏକ ମୋଟର ସାଇକେଲ ଚୋରି ହେବା ପରେ ପୋଲିସ ହାତ ଖାଲି ରହିଛି । ଅପରପକ୍ଷରେ ଗୋପ ଥାନା ଅଞ୍ଚଳ ରେ ଏବେ ଦିନ ଦ୍ବିପହରରେ ଧଳାଜହର ସାଙ୍ଗ କୁ ସରକାରୀ ଭାଙ୍ଗ ଦୋକାନ ରେ ଗଞେଇ ଅଫମ ବିକ୍ରି ହେଉଥିବା ସମୟରେ ନୟାହାଟ ଫାଣ୍ଡି ନିକଟରେ ବେଆଇନ ଭାବରେ ମଦ ବିକ୍ରି ସହିତ ଫାଣ୍ତି ଅଞ୍ଚଳରେ ଜୁଆ ଖେଳ ବୃଦ୍ଧି ପାଉଛି । ଗୋପ ଥାନା ଓ ନୟାହାଟ ଫାଣ୍ଡି ଅଞ୍ଚଳର ପୋଲିସ ବଟି ଆଦାୟ ସହିତ ମାସିକିଆ ନେଉଥିବାରୁ ଏପରି ଅବସ୍ଥା ଦେଖା ଯାଉଛି ବୋଲି ବୃଦ୍ଧିଜିବି ମାନେ କହିଛନ୍ତି । ଅପରପକ୍ଷରେ ଏହି ସବୁ ଥାନା ଓ ଫାଣ୍ତି ରେ କାର୍ଯ୍ୟରତ ପୋଲିସ ଅଧିକାରୀ ଙ୍କ ସହ ଥାନା କର୍ମଚାରୀ ମାନଙ୍କୁ ବଦଳି କରିବାକୁ ସାଧାରଣ ରେ ଦାବି ହେଉଛି । ଏପରି ଅଭିଯୋଗ ସଂପର୍କରେ ଗୋପ ଥାନା ଅଧିକାରୀ ଦାୟିତ୍ଵ ରେ ଥିବା ଏସ୍ ଆଇ ବଂଶିଧର ବିଶ୍ବାଳ ଙ୍କୁ ପଚାରିବା ରେ ଅଭିଯୋଗ କୁ ନେଇ ମୋକଦ୍ଦମା ରୁଜ୍ଜୁ କରାଯାଇଛି । କିନ୍ତୁ ଅଭିଯୁକ୍ତ ମାନଙ୍କୁ ତଦନ୍ତ ପରେ ଗିରଫ କରାଯିବ ବୋଲି କହିବା ବେଳେ ଅନ୍ୟ କଥା କୁ ଏଡ଼ାଇ ଦେଇଛନ୍ତି ।
Comments are closed.