Odisha news

ଯଦି ଆପଣ ଲଗାତାର ଭାବରେ ଥଣ୍ଡା , କଫ ଓ କାସରେ ସଂକ୍ରମିତ ରହୁଛନ୍ତି ତେବେ ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ୍ ଚାଲିଥିବା ବର୍ଷା ଋତୁରେ ପ୍ରାୟ ସମସ୍ତେ ଥଣ୍ଡା , କାଶ ଓ କଫ ଦ୍ଵାରା ଆକ୍ରାନ୍ତ ହେଉଛନ୍ତି । କିଛି ବ୍ୟକ୍ତିଙ୍କ ନିକଟରୁ ଥଣ୍ଡା ଶୀଘ୍ର ଦୂରେଇ ଯାଇଥାଏ , କିନ୍ତୁ ଆଉ କିଛି ବ୍ୟକ୍ତିଙ୍କ ନିକଟରେ ଥଣ୍ଡା ଦୀର୍ଘ ସମୟ କିମ୍ବା ବାରମ୍ବାର ଛାଡ଼ି ବାରମ୍ବାର ହୋଇଥାଏ ।
ତେଣୁ ଏପରି ସ୍ଥିତି ରେ କିଛିଟା ଖାଦ୍ୟକୁ ବିଶେଷ ଭାବରେ ନିଜ ଆହାର ରେ ସାମିଲ କରି ଥଣ୍ଡା ଜନିତ ସମସ୍ୟା ରୁ ରକ୍ଷା ପାଇ ପାରିବେ ।
* କସ୍ତୁରୀ – ଥଣ୍ଡା ଜନିତ ସମସ୍ୟା ପାଇଁ ଜୀଙ୍କ୍ ଯୁକ୍ତ ଖାଦ୍ୟ ର ଖୁବ୍ ଆବଶ୍ୟକତା ରହିଛି ବୋଲି ଗବେଷଣା ରୁ ଜଣା ପଡ଼ିଛି । କାରଣ ଆମେ ଯଦି ଜୀଙ୍କ ସେବନ କରିବା ତେବେ ଦୀର୍ଘ ସମୟ ଧରି ରହୁଥିବା ଥଣ୍ଡା ଖୁବ୍ ଶୀଘ୍ର ଛାଡିଯାଏ । ଯଦି ଆପଣ ଦୀର୍ଘ ସମୟ ଧରି ଥଣ୍ଡା ରେ ଆକ୍ରାନ୍ତ ରହୁଛନ୍ତି ତେବେ କସ୍ତୁରୀ ସହିତ କାବୁଲି ବୁଟ, ଚୀନା ବାଦାମ, ଦହି , କାଜୁ ଓ ଓଟସ ସେବନ କଲେ ଥଣ୍ଡା ନିୟନ୍ତ୍ରିତ ହେବ ।
* ଚିକେନ ସୂପ୍ – ଚିକେନ ଶୂପ୍ ଥଣ୍ଡା ଓ କାଶ ସହିତ ଲଢ଼ିବା ପାଇଁ ଗୋଟିଏ ଭଲ ବିକଳ୍ପ ଅଟେ । ଚିକେନ ସୁପ ରେ ରହିଛି ଔଷଧୀୟ ଗୁଣ କାର୍ନସିନ । ଯାହା ଚିକେନ ର ବ୍ରେଷ୍ଟ ଓ ସୋରବା ରେ ଗୋଟିଏ ଯୌଗିକ ଭାବରେ ରହିଛି । ଏହା ଶରୀରର ଇମ୍ୟୁନ ସିଷ୍ଟମ କୁ ମଜବୁତ୍ କରିଥାଏ ଓ ଥଣ୍ଡା ଠାରୁ ଦୂରେଇ ରଖିଥାଏ ।
* ମହୁ – ରାତିରେ ଶୋଇବା ସମୟରେ କାଶ ହେବାର ଆମେ ପ୍ରାୟ ଦେଖିବାକୁ ପାଇଥାଉ । ମହୁ ହେଉଛି କାଶ ର ଗୋଟିଏ ପ୍ରାକୃତିକ ଉପଚାର । ତେଣୁ ରାତିରେ ଶୋଇବା ପୁର୍ବରୁ ମହୁ ସେବନ କରି ଶୋଇଲେ କାଶ ସମସ୍ୟା ଦୂର ହୋଇଥାଏ ।
* ଆଲମଣ୍ଡ – ଏହା ଗୋଟିଏ ଏପରି ଯୌଗିକ ଯାହା ଆମ ଶରୀରକୁ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିବା ସହିତ ଆମର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ । ଆଲମଣ୍ଡ ଖାଇଲେ ଆମ ରକ୍ତର ହ୍ବାଇଟ୍ ବ୍ଲଡ଼ ସେଲ ର ରୋଗ ସହିତ ଲଢ଼ିବା ପାଇଁ କ୍ଷମତା ବଢ଼ିଥାଏ ।

Comments are closed.