ନୂଆଦିଲ୍ଲୀ : କେନ୍ଦ୍ରର ମୋଦି ସରକାର ଧନ ଜନ ଖାତା ଧାରକଙ୍କ ପାଇଁ ଜୀବନ ବୀମା ଓ ଦୁର୍ଘଟଣା କଭର ଦେବା ପାଇଁ ଆଲୋଚନା କରୁଛନ୍ତି । ସରକାର , ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଅନୁସାରେ ବୀମା କଭର ଦେବାକୁ ଚାହୁଁଛନ୍ତି । ବିତ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଦିନ ଜାରୀ ବୟାନ ରେ କୁହାଯାଇଛି ” ଏହି ବିଷୟରେ ବ୍ୟାଙ୍କ୍ ଗୁଡ଼ିକୁ ପୂର୍ବରୁ ସୂଚିତ କରି ଦିଆ ଯାଇଛି । ” ସରକାରଙ୍କର ଏହି ପଦକ୍ଷେପ ଦ୍ଵାରା ୪୩ କୋଟି ଖାତା ଧାରକ ଲାଭ ପାଇବେ ।
ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଅନୁସାରେ ପ୍ରତିଦିନ ୧ ଟଙ୍କାରୁ କମ୍ ପ୍ରିମିୟମ ରେ ୨। ଲକ୍ଷ ଟଙ୍କାର ଜୀବନ ବୀମା ମିଳିବ । ବର୍ଷକୁ ୩୩୦ ଟଙ୍କାର ପ୍ରିମିୟମ ଦେବାକୁ ପଡ଼ିଥାଏ । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଆକସ୍ମିକ ଦୁର୍ଘଟଣା କୁ କଭର କରିଥାଏ । ଏହି ଯୋଜନା ଆକସ୍ମିକ ମୃତ୍ୟୁ ଓ ପୂର୍ଣ୍ଣ ବିକଳାଙ୍ଗ କୁ ୨ ଲକ୍ଷ ଟଙ୍କା କଭର ଦେଇଥାଏ । ଆଂଶିକ ବିକଳାଙ୍ଗ ପାଇଁ ୧ ଲକ୍ଷ ପ୍ରିମିୟମ ଓ ସେଥିପାଇଁ ବର୍ଷକୁ ୧୨ ଟଙ୍କା ଦେବାକୁ ପଡିଥାଏ । କହିବାର ଅର୍ଥ ଏହା ଯେ ମାତ୍ର ୩୪୨ ଟଙ୍କା ଖର୍ଚ୍ଚ କରି ଜନଧନ ଯୋଜନା ର ବୀମା ଅନୁସାରେ ୪ ଲକ୍ଷ ଟଙ୍କାର ସୁବିଧା ପାଇ ପାରିବେ ।
ପ୍ରଧାନମନ୍ତ୍ରୀ ଜନଧନ୍ ଯୋଜନା ଅନୁସାରେ ବ୍ୟାଙ୍କ୍ ଖାତା ଧାରକ ଙ୍କ ସଂଖ୍ୟା ୪୩ କୋଟିରୁ ଅଧିକ ଅଟେ । ଏହି ଖାତା ର ଜମାରାଶି ୧.୪୬ ଲକ୍ଷ କୋଟିରୁ ଅଧିକ ହୋଇ ସାରିଲାଣି । ବିତ ମନ୍ତ୍ରଣାଳୟ ର ସୂଚନା ଅନୁସାରେ ଅର୍ଦ୍ଧ୍ ସହରୀ ଓ ଗ୍ରାମୀଣ ଅଞ୍ଚଳ ରେ ଖାତା ଧାରକ ଙ୍କ ସଂଖ୍ୟା ୪୩.୦୪ ହୋଇ ଯାଇଛି ।
Comments are closed.