ବିଦେଶୀ ନାଗରିକ ଗିରଫ : ମୁମ୍ବାଇ ଆଣ୍ଟି ନାର୍କୋଟିକ୍ସ ର କାର୍ଯ୍ୟାନୁଷଠାନ , କ୍ରାଇମବ୍ରାଞ୍ଚ୍ ଙ୍କ ଦ୍ଵାରା ପାଖାପାଖି ୪କୋଟି ଟଙ୍କାର କୋକିନ ଜବତ
ମୁମ୍ବାଇ : ମୁମ୍ବାଇ ପୋଲିସ ର ଆଣ୍ଟି ନର୍କୋଟିକ୍ସ ସେଲ ଦ୍ଵାରା ମୁମ୍ବାଇ ଡ୍ରଗସ ସପ୍ଲାଏ କରୁଥିବା ନାଇଜେରିଆନ ଗ୍ୟାଙ୍ଗ ର ଗୋଟିଏ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନିତ ଭାବରେ ଖୁଲାସା କରିଛି । ନାଇଜେରିଆନ ଡ୍ରଗସ ଗ୍ୟାଙ୍ଗ କୁ ନେଇ ଯାଞ୍ଚ ସମୟରେ ତଥ୍ୟ ବାହାରିଛି ଯେ ସେମାନେ ଆଣ୍ଟି ନାର୍କୋଟିକ ଯାଞ୍ଚ ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଆଳରେ ଭାରତ ଆସୁଥିଲେ ।
ମିଳିଥିବା ସୂଚନା ଅନୁସାରେ ଯାଞ୍ଚ ଏଯେନ୍ସି ମାନଙ୍କର ନଜର ରୁ ରକ୍ଷା ପାଇବା ପାଇଁ ଏହି ଡ୍ରଗସ ପେଡଲାର ମାନେ ବିଭିନ୍ନ ଆଳ ରେ ଭାରତକୁ ଆସୁଥିଲେ । ଯେପରିକି ଏଜୁକେଶନ , ମେଡିକାଲ କିମ୍ବା ଟୁରିଷ୍ଟ ଭିସରେ ଭାରତକୁ ଆସି ଥାଆନ୍ତି । ଏହି ଆଫ୍ରିକୀୟ ନାଗରିକ ମାନେ ମୁମ୍ବାଇ ରେ ଡ୍ରଗସ କାର୍ଯ୍ୟ ଆରମ୍ଭ କରୁଥିଲେ । ସେମାନେ ଏଥିପାଇଁ ଏପରି କରି ଥାଆନ୍ତି କାରଣ ନୂଆ ଲୋକମାନେ ପୋଲିସ ର ରାଡର୍ ରେ ଆସି ପାରିବେ ନାହିଁ ।
ଆଣ୍ଟି ନାର୍କୋଟିକ୍ ବିଭାଗ ଅନୁସାରେ ଏହି ନାଇଜେରିଆନ ମାନେ ସ୍ଵତନ୍ତ୍ର ଭାବରେ ସୋସିଆଲ ମିଡ଼ିଆ ଗ୍ରୁପ୍ ତିଆରି କରିଛନ୍ତି । ଏବଂ ଏହି ସୋସିଆଲ ମିଡ଼ିଆ ଗ୍ରୁପ୍ ଜରିଆରେ ଆଫ୍ରିକୀୟ ନାଗରିକ ମାନଙ୍କ ସମ୍ପର୍କ ରେ ରହୁଛନ୍ତି । ସେହି ଭାରତୀୟ ବ୍ୟକ୍ତିମାନଙ୍କ ନିକଟରେ ଅର୍ଥ ଅଭାବ କାରଣରୁ ସେମାନେ ଏହି ଡ୍ରଗସ କାରବାର ରେ ସଂପୃକ୍ତ ରହୁଥିଲେ । ନର୍କୋଟିକ ବିଭାଗର ଉପରିସ୍ଥ ଅଧିକାରୀ ମାନେ ଅନେକ ତଥ୍ୟ ଦେଇଛନ୍ତି । କିନ୍ତୁ ଯେଉଁ ମାନଙ୍କ ନାମରେ ଯାଞ୍ଚ ଚାଲିଛି ସେମାନଙ୍କର ପୂର୍ବରୁ କୌଣସି କ୍ରିମିନାଲ ରେକର୍ଡ ନାହିଁ । ବର୍ତ୍ତମାନ୍ ମଧ୍ୟ ମୁମ୍ବାଇ ରେ ଆଣ୍ଟି ନାର୍କୋତିକ ସେଲ ଏହି ଯାଞ୍ଚ ରେ ଲାଗି ପଡ଼ିଛି ।
ଆଣ୍ଟି ନାର୍କୋଟିକସ ବିଭାଗର ଡିସିପି ଦତ୍ତା କହିଛନ୍ତି ଯେ ଗତ ୬ ମାସରେ ୮ ଟି ଆଫ୍ରିକୀୟ ନେସନାଲ ର ଡ୍ରଗସ ମାମଲାରେ ଗିରଫ କରାଯାଇଛି । ଏହି ଯାଞ୍ଚ ରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସିଛି , ଏହି ନାଇଜେରିଆନ ମାନେ ଡ୍ରଗସ ତସ୍କରି ପାଇଁ ଭାରତୀୟ ମାନଙ୍କର ବ୍ୟବହାର କରୁଛନ୍ତି ।
Comments are closed.