ବୋରିଗୁମ୍ମା (କେ.ସାକିଲି ଦୋରା)—ବୋରିଗୁମ୍ମା ୬୩ ନମ୍ବର ଜାତୀୟ ରାଜପଥ ମୃତ୍ତିକା ବିଭାଗ କାର୍ଯ୍ୟାଳୟ ନିକଟରେ ପରିବହନ ବିଭାଗ ଓ ପୋଲିସ ମିଳିତ ଭାବେ ଏମ ଭି ଚେକିଂ କରିଥିଲେ।ଯେଉଁ ବାଇକ ଚାଳକ ବିନା ହେଲମେଟ ଓ ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଳାଉଥିଲେ ସେମାନଙ୍କ ନିକଟ ରୁ ଫାଇନ ଆଦାୟ କରାଯାଉଥିଲା। ସେହିଭଳି ଯେଉଁ କାର ଚାଳକ ମାନେ ବିନା ସିଟ ବେଲ୍ଟ ରେ ଗାଡି ଚଳାଉଥିଲେ ସେମାନଙ୍କ ନିକଟ ରୁ ପରିବହନ ବିଭାଗ ର ଅଧିକାରୀ ମାନେ ଫାଇନ ଆଦାୟ କରିଥିଲେ। ଏମ ଭି ଆଇ ଟି.ହେମରାମ ୨୦ଜଣଙ୍କ ଠାରୁ ୧,୩୪,୦୦୦ ଟଙ୍କା ଫାଇନ ସ୍ୱରୂପ ଆଦାୟ କରିଥିବା ବେଳେ ସହକାରୀ ଏମ ଭି ଆଇ ପି.ନଗଭୁସନ ରାଓ ୨୪ ଜଣଙ୍କ ନିକଟ ରୁ ୨,୨୪,୪୫୦ ଟଙ୍କା ଫାଇନ ଆଦାୟ କରିଥିଲେ।ପୋଲିସ ବିଭାଗ ପକ୍ଷରୁ ଏ ଏସ ଆଇ ସଞ୍ଜୟ ମଣ୍ଡଳ ଓ କର୍ମଚାରୀ ମାନେ ଚେକିଂ ସମୟରେ ଉପସ୍ଥିତ ଥିଲେ।
Comments are closed.