Odisha news

ମହେଶ୍ଵରପୁର ଓ ଜଙ୍ଗଲପଡା ଗ୍ରାମରେ ବାଲଗ୍ରାମ ସଭା ଅନୁଷ୍ଠିତ

ନର୍ଲା (ଦୀପକ କୁମାର ଠାକୁର) ମହାମାରୀ କରୋନା କାଳରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଶିକ୍ଷାଦାନ ବନ୍ଦ ଥିବାରୁ ଛାତ୍ର ଛାତ୍ରୀମାନେ ଶିକ୍ଷା ପାଇବାରେ ବଞ୍ଚିତ ହେଉଛନ୍ତି। ତେଣୁ ଏଠାରେ ବିକଳ୍ପ ବ୍ୟବସ୍ଥା ସ୍ଵରୂପ ମୋ ଚାଟଶାଳୀ ମାଧ୍ୟମରେ ଶିକ୍ଷା ପ୍ରଦାନ ପାଇଁ ଦାବି ହେଉଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ମହେଶ୍ଵରପୁର ଓ ଜଙ୍ଗଲପଡା ଗ୍ରାମରେ ଗ୍ରାମ୍ୟ ଶିକ୍ଷା କମିଟିର ଏକ ସଭା ହୋଇଥିଲା। ଏଥିରେ ସଭାପତି ରୀତା ହରିଜନ, ଗୀତା ବିଶି ଓ ନାଏବ ସରପଞ୍ଚ ଶ୍ରୀମତୀ ସୂର୍ଯ୍ୟ ମଙ୍ଗରାଜ ଓ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କୁ ଏଥିରେ ସାମିଲ କରାଯାଇଥିଲା। ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ମୋ ଚାଟଶାଳୀରେ ଶିକ୍ଷା ଦାନ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଶିଶୁ କମିଟିର ଆବାହକ ମାନେ ମତ ରଖିଥିଲେ। ବାଲଗ୍ରାମ ସଭାର ପ୍ରସ୍ତାବିତ ସଙ୍କଳ୍ପପତ୍ର ପ୍ରସ୍ତୁତ କରାଯାଇଥିଲା। ପ୍ରସ୍ତାବିତ ସଙ୍କଳ୍ପକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପଠାଇବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା।

Comments are closed.