Odisha news

ଗଠନ ହେବ ଆଦର୍ଶ ଗୁରୁକୂଳ ସୋସାଇଟି : ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ

ପୁରୀ :ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଆଦର୍ଶ ଗୁରୁକୂଳ ସୋସାଇଟି ଗଠନ କରାଯିବ । ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ମରାମତି ଲାଗି ଏଏସ୍ଆଇ ସହିତ ଶ୍ରୀମନ୍ଦିର ପ୍ରଶାସନ ୫ ବର୍ଷିୟା ଚୁକ୍ତି କରିବ । ଆର୍ଥିକ ଦୁର୍ବଳ ସ୍ଥିତରେ ଥିବା ସେବାୟତଙ୍କୁ ବାସଗୃହ ନିର୍ମାଣ ଲାଗି ୬୦୦ବର୍ଗ ଫୁଟ୍ର ଜମି ଓ ଦୁଇଲକ୍ଷ ଟଙ୍କା ଲେଖାଏଁ ଯୋଗାଇଦିଆଯିବ । ପ୍ରତ୍ୟେହ ନୀତିକାନ୍ତିରେ ସମ୍ପୃକ୍ତ ସେବାୟତମାନଙ୍କୁ ଏଥିପାଇଁ ପ୍ରାଥମିକତା ଦିଆଯିବ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ନିଳାଦ୍ରୀଭକ୍ତ ନିବାସ ଠାରେ ଆଜି ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ମୁଖ୍ୟଶାସନ ସଚିବ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟପ୍ରଶାସକ ଡ଼ଃ କ୍ରିଷନ୍ କୁମାର, ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସମର୍ଥ ବର୍ମା,ଏସ୍ପି କନୱାର ବିଶାଳ ସିଂ ଓ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତଥିଲେ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଗଣମାଧ୍ୟମକୁ ସୂଚନାଦେଇ କହିଥିଲେଯେ, ପ୍ରଥମେ ପରିଚାଳନା କମିଟିର ନୂତନ ସଦସ୍ୟମାନଙ୍କୁ ସ୍ୱାଗତ କରାଯାଇଥିଲା । ଶ୍ରୀମନ୍ଦିର ପରିଚାଳନ କମିଟିର ନୂତନ ସଦସ୍ୟମାନଙ୍କ କାର୍ଯ୍ୟକାଳ ତିନି ବର୍ଷ ରହିବ । ଏହି ସମୟ ମଧ୍ୟରେ ମହାପ୍ରଭୁଙ୍କ ନୀତି କାନ୍ତିକୁ ପ୍ରାଥମିକତାଦେବାକୁ ସଦସ୍ୟ ମାନେ ସଂକଳ୍ପବଦ୍ଧ ଥିବା ପ୍ରକାଶ କରିଥିଲେ । ୨୦୨୧ ରଥାଯାତ୍ରା ସୁରୁଖୁରୁରେ ସମ୍ପାଦିତ ହୋଇଥିବାରୁ ରଥଯାତ୍ରାସହିତ ସମ୍ପୃକ୍ତ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ,ସେବାୟତ ଓ ପୁରୀସହରବାସୀଙ୍କୁ ପରିଚାଳନା କମିଟି ପକ୍ଷରୁ ଧନ୍ୟବାଦ ଦିଆଯାଇଥିଲା । ଶ୍ରୀମନ୍ଦିର ପରିଚାଳନା ଲାଗି ଆଇନ୍ ଗତ ଭାବେ କିଛି ସବ୍ କମିଟି ଗଠନ କରାଯାଇଥିଏ ।

କିଛି ଅତିରିକ୍ତ ସବ୍କମିଟି ମଧ୍ୟ ଗଠନ କରାଯାଇଥାଏ । ଆଜି ଅର୍ଥ , ନୀତି,ରତ୍ନଭଣ୍ଡାର,ଅପିଲ୍,(ଲ୍ୟାଣ୍ଡ ଓ ପ୍ରକଳ୍ପ)ଜମି ଓ ଉନ୍ନୟନ,ସେବକ କଲ୍ୟାଣ,ଶ୍ରୀଜଗନ୍ନାଥ ପ୍ରଚାର ପ୍ରସାର ଓ ପେନ୍ସନ ଆଦି ୮ଗୋଟି ସବ୍କମିଟି ଗଠନ କରାଯାଇଛି । ଗୁରୁକୂଳ ପାଇଁ ଚୁଡ଼ାନ୍ତ ନିଷ୍ପତ୍ତି ହୋଇଛି । ଏଥିପାଇଁ ଶ୍ରୀମନ୍ଦିର ଗୁରୁକୂଳ ସୋସାଇଟି ଗଠନ କରାଯିବ । ଗଜପତି ମହାରାଜା ଏହାର ଅଧ୍ୟକ୍ଷ ରହିବେ । ଶ୍ରୀମନ୍ଦିର ପରିଚାଳନା କମିଟି ଅଧିନରେ ଏହା କାର୍ଯ୍ୟ କରିବ । ଶ୍ରୀମନ୍ଦିର ଗୁରୁକୂଳ ଫଣ୍ଡ ଗଠନ କରାଯିବ । ଗୁରୁକୂଳ ପାଇଁ ମାଟିତୋଟାରେ ୧୭ ଏକର ଜମି ଚିହ୍ନଟ କରାଯାଇଛି । ଗୁରୁକୂଳ ଲାଗି ଏକ ଘରୋଇ ସଂସ୍ଥା ସହିତ ଏମ୍ଓୟୁ ହେବ । ଆଦର୍ଶ ଗୁରୁକୂଳ ପାଇଁ ରାଜ୍ୟ ସରକାର ୨୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ମରାମତି ଲାଗି ଏଏସ୍ଆଇ ସହିତ ଶ୍ରୀମନ୍ଦିର ପ୍ରଶାସନ ୫ ବର୍ଷିୟା ଚୁକ୍ତି କରିବ । ରକ୍ଷଣାବେକ୍ଷଣ ପାଇଁ ଅଧିକ ଅର୍ଥ ଆବଶ୍ୟକ ହେଲେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକକାର ତାହା ଯୋଗାଇଦେବେ । ଅବଢା ଯୋଜନାରେ ଆର୍ଥିକ ଦୁର୍ବଳ ସ୍ଥିତରେ ଥିବା ସେବାୟତଙ୍କୁ ୬୦୦ବର୍ଗ ଫୁଟ୍ର ବାସଗୃହଜମି ଯୋଗାଇଦିଆଯିବ । ଘର ନିର୍ମାଣ ପାଇଁ ଦୁଇଲକ୍ଷ ଟଙ୍କା ଲେଖାଏଁ ସାହାୟତା ଦିଆଯିବ । ପ୍ରତ୍ୟେହ ନୀତିକାନ୍ତିରେ ସମ୍ପୃକ୍ତ ସେବାୟତମାନଙ୍କୁ ଏଥିପାଇଁ ପ୍ରାଥମିକତା ଦିଆଯି । ରଥଯାତ୍ରା ପରେ ରଥର ଚକ ଓ ଅନ୍ୟ ଅଂଶକୁ ମାଗଣାରେ ଯୋଗାଇ ଦିଆଯିବ । ଏଥିପାଇଁ ଏକ ସବ୍ କମିଟିକୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ଅର୍ଥସବ୍ କମିଟିର ଅନୁମୋଦନ ପରେ ସେପ୍ଟମ୍ବର ଶେଷ ସପ୍ତାହରେ ହେବାକୁ ଥିବାଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ବଜେଟକୁ ଅନୁମୋଦନ କରାଯିବ । ଶ୍ରୀମନ୍ଦିର କରିଡ଼ର କାର୍ଯ୍ୟ ପାଇଁ ବହୁ ଅନୁମୋଦନର ଆବଶ୍ୟକତା ରହିଛି । ସଂସ୍କୃତି ନିଦେ୍ର୍ଦଶାଳୟ ପକ୍ଷରୁ ଏଥିପାଇଁ ପ୍ରେଜେକ୍ଟ ପ୍ରସ୍ତୁତ କରାଯାଉଛି । ମହାପ୍ରଭୁଙ୍କ କୃପାରୁ ସେହି ସବୁକାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ । ଏଥି ପାଇଁ ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ହେବ ନାହିଁ ବୋଲି ମୁଖ୍ୟପ୍ରଶାସକ କହିଥିଲେ ।

Comments are closed.