Odisha news

ପୁରୀ : ବିଭିନ୍ନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ମୁଖ୍ୟଶାସନ ସଚିବ

ପୁରୀ : ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିବା ସହିତ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି । ମୁଖ୍ୟଶାସନ ସଚିବ ସକାଳୁ ଏଠାରେ ପହଞ୍ଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ତାଙ୍କୁ ସ୍ୱାଗତ କରିଥିଲେ । ଶ୍ରୀମହାପାତ୍ର ପ୍ରଥମେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉମାନଙ୍କ ଦର୍ଶନ କରିବା ସହିତ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସେ କୋଭିଡ଼ କଟକଣା ମଧ୍ୟରେ ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ଅନୁଧ୍ୟାନ କରିଥିଲେ । ଏଥିସହିତ ଶ୍ରୀମନ୍ଦିର ମଧ୍ୟରେ ଥିବା ଜୟ ବିଜୟ ଦ୍ୱାର,ବେହରଣ ଦ୍ୱାର,ଭୋଗମଣ୍ଡପର ପଶ୍ଚିମ ଦ୍ୱାର ଓ ସାତପାହାଚ ଠାରେ ନୂତନଭାବେ ଲଗିଥିବା ରୂପାକବାଟ ଓ ଶ୍ରୀମନ୍ଦିର ଚତଃୁପାଶ୍ୱର୍ ସୌନ୍ଦର୍ଯ୍ୟ କରଣ ଆଦିର କ୍ଷେତ୍ରୀୟସ୍ତରୀୟ ସମୀକ୍ଷା କରିଥିଲେ ।

ଏଥିସହିତ ଜଗନ୍ନାଥ ବଲ୍ଲଭ ତୀର୍ଥ ଯାତ୍ରା ସ୍ଥଳ, ପୁରୁଣା ଜେଲ୍ରୋଡରେ ବହୁତଳ ବିଶିଷ୍ଟ ପାର୍କଂ ନିର୍ମାଣର ଅଗ୍ରଗତି ସମୀକ୍ଷା କରି କାର୍ଯ୍ୟକୁ ତ୍ୱରାନ୍ନିତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପରେ ମୁଖ୍ୟଶାସନ ସଚିବ ସ୍ୱର୍ଗଦ୍ୱାର ପରିଦର୍ଶନ କରି ଶବଦାହ ପିଣ୍ଡି , ପ୍ରଶାସନିକ ବ୍ଳକ, ପ୍ରତୀକ୍ଷାଳୟ ଓ ପଥଶ୍ରାଦ୍ଧ ଗୃହନିର୍ମାଣ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ ସହ ଶବସକ୍ରାର ସମ୍ପର୍କରେ ଆବଶ୍ୟକ ସେବା ପ୍ରଦାନ ଓ ଅନ୍ତେଷ୍ଟି କ୍ରିୟାରେ ସାମିଲ ବନ୍ଧୁ ପରିଜନ ଯେପରି ଉତ୍ତମ ଅନୁଭୂତି ନେଇ ଫେରିବେ ସେଥିଲାଗି ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲାପ୍ରଶାସନକୁ ସେ ନିଦେ୍ର୍ଦଶ ଦେଇଥିଲେ । ମୁଖ୍ୟପ୍ରଶାସକଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ଜିଲ୍ଳାପାଳ ସମର୍ଥ ବର୍ମା,ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ଓଡ଼ିଶା ସେତୁ ନିର୍ମାଣ ନିଗମର ମୁଖ୍ୟପରିଚାଳନା ନିଦେ୍ର୍ଦଶକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତଥିଲେ ।

Comments are closed.