Odisha news

ନର୍ଲା ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ।

ନର୍ଲା (ଦୀପକ କୁମାର ଠାକୁର) କଳାହାଣ୍ଡି ଜିଲ୍ଲା ନର୍ଲା ଥାନାରେ ୪ ମାସ ହେବ ଆଇଆଇସି ପଦବୀ ଖାଲି ପଡିଥିଲା। ବର୍ତ୍ତମାନ ନୂତନ ଆଇଆଇସି ରୂପେ ରେଣୁକା ସୁନା ଯୋଗଦାନ କରିଛନ୍ତି। ଇତି ପୂର୍ବରୁ ଭବାନୀପାଟଣା ବିଦ୍ୟୁତ ଥାନାର ଆଇଆଇସି ରୂପେ କାର୍ଯ୍ୟ ନିର୍ବାହ କରିଥିଲେ। ଏଠାରେ ଯୋଗଦାନ କରି ନର୍ଲା ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଥିବା ଚୋରି, ଡକାୟତି, ରାହାଜାନୀ ଓ ସଟ୍ଟା ଆଡ୍ଡା ଉପରେ ବିଶେଷ ଦୃଷ୍ଟି ଦେବେ ବୋଲି ପ୍ରକାଶ କରିଛନ୍ତି।

Comments are closed.