ତିହିଡ଼ି,୧୯ା୦୮: ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦକ୍ଷିଣ ପାଶ୍ୱର୍ ଗୁରୁବାର ଦିନ ଅବରୋଧ ମୁକ୍ତ ହୋଇଛି । ପ୍ରଶାସନ ପକ୍ଷରୁ ଭଦ୍ରକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ରେ ଥିବା କେତେକ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବା ପରେ ସ୍ୱାସ୍ଥ୍ୟକେନ୍ଦ୍ରର ସାମ୍ନା ପାଶ୍ୱର୍ ଫଙ୍କା ହୋଇଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଶୌଚାଳୟ ସମେତ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ କରାଯିବା ପାଇଁ କିଛି ମାସ ପୂର୍ବେ ଶିଳାନ୍ୟାସ କରାଯାଇଥିଲା । ପ୍ରଶାସନ ପକ୍ଷର ଉଠା ଦୋକାନୀ ମାନଙ୍କୁ ସେଠାରୁ ଉଠିଯିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ମାତ୍ର ସେହି ଦୋକାନୀମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଦୋକାନୀ ମାନଙ୍କୁ ଥଇଥାନ କରାଯିବା ପରେ ଉଚ୍ଛେଦ କରିବାକୁ ହାଇକୋର୍ଟ ପକ୍ଷରୁ ନିଦେ୍ର୍ଦଶ ଦିଆଯିବା ପରେ ପ୍ରଶାସନ ହରଡଘଣାରେ ପଡିଯାଇଥିଲା । ଯାହାଫଳରେ ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯିବା ସମ୍ଭବପର ହୋଇନଥିଲା ।
ଏହାର କିଛି ମାସ ପରେ ପ୍ରଶାସନ ପକ୍ଷରୁ ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯିବାକୁ ସ୍ଥିର କରାଯାଇଥିଲା । ରାସ୍ତାର ଟ୍ରାଫିକ ସମସ୍ୟା, ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି ପରି ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହା ସ୍ଥିର କରାଯିବା ସହ ବୁଧବାର ସେହି ଦୋକାନୀ ମାନଙ୍କୁ ଜାଗା ଖାଲି କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ମାତ୍ର ଦୋକାନୀ ମାନେ ଜାଗା ନ ଛାଡିବାରୁ ଗୁରୁବାର ପୂର୍ବାହ୍ଣରେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଆଇଆଇସି ତପନ ପ୍ରଧାନ ଘଟଣାସ୍ଥଳକୁ ଯାଇ ଦୋକାନୀ ମାନଙ୍କୁ ଜିନିଷପତ୍ର କାଢି ନେଇ ଜାଗା ଖାଲି କରିବାକୁ କହିଥିଲେ । କେତେକ ଦୋକାନୀ ଫାଙ୍କା କରିଥିବା ବେଳେ ନାରାୟଣ ନାଥ ନାମକ ଜଣେ ଫଳ ଦୋକାନୀ ତାଙ୍କ ଦୋକାନ ଫାଙ୍କା କରି ନଥିଲେ । ଭାଟପଡା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ପ୍ରତାପ ଜେନା, ସମାଜସେବୀ ରଘୁନାଥ ପାତ୍ର ପ୍ରମୁଖ ଦୋକାନୀଙ୍କୁ ବୁଝାଶୁଝା କରିଥିଲେ । ପରେ ଜେସିବି ସହାୟତାରେ ଦୋକାନ ଗୁଡିକୁ ଭଙ୍ଗା ଯାଇ ଜାଗା ଫାଙ୍କା କରାଯାଇଥିଲା । ଶନିବାର ଦିନ ସ୍ୱାସ୍ଥ୍ୟକେନ୍ଦ୍ର ବାମପାଶ୍ୱର୍ସ୍ଥ ଉଠାଦୋକାନ ଗୁଡିକୁ ଉଚ୍ଛେଦ କରାଯିବା ବୋଲି ତହସିଲଦାର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।
Comments are closed.