Odisha news

ମିଶନ ଚାଟଶାଳୀରେ ପାଠ ପଢିବେ ୫ ଲକ୍ଷ ଶିଶୁ।

ନର୍ଲା (ଦୀପକ କୁମାର ଠାକୁର) କରୋନା ଯୋଗୁଁ ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ବିପର୍ଯ୍ୟୟ ହୋଇ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଆତ୍ମଶକ୍ତି ଟ୍ରଷ୍ଟ ଇଣ୍ଡିଆ, ମହିଳା ଶ୍ରବଜୀବି ମଞ୍ଚ ଓଡ଼ିଶା, ଓଡ଼ିଶା ଶ୍ରମଜୀବି ମଞ୍ଚ ଓ କଳାହାଣ୍ଡିର ନାଗରିକ ବିକାଶ ସଂଗଠନ ଦ୍ଵାରା ଶିଶୁମାନଙ୍କୁ ପାଠ ପଢ଼ାଯାଉଛି। ଏଥର ମିଶନ ଚାଟଶାଳୀରେ ଅଧିକ ୫ ଲକ୍ଷ ଶିଶୁ ମାନଙ୍କୁ ପଢାଯିବ ବୋଲି ସଂଗଠନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

୨୦୨୧ ଫେବୃଆରୀ ମାସଠାରୁ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଓ କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମରେ ମୋ ଚାଟଶାଳୀ କ୍ଲାସ ଖୋଲାଯାଇ ଗ୍ରାମରେ ଥିବା ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ଶିକ୍ଷା ଶିକ୍ଷା ପ୍ରଦାନ କରାଯାଉଥିଲା। ଏଥିରେ ରାଜ୍ୟର ୧ ଲକ୍ଷ ଶିଶୁ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ଉପଲବ୍ଧ କରାଇ ୫ଲକ୍ଷ ଛାତ୍ର ଛାତ୍ରୀଙ୍କୁ ମିଶନ ଚାଟଶାଳୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବାର ଶୁଭାରମ୍ଭ କରାଯାଇଛି। ଏଥିରେ ନାଗରିକ ବିକାଶ ସଂଗଠନର ଝିଲୀ ବଗର୍ତ୍ତି, ଗୀତା ବିଶି, କୁମାରୀ ହରିଜନ, କୁମାରୀ ବଗର୍ତ୍ତି ଓ ମହାସଂଘର ମହିଳା ମାନେ ଯୋଗ ଦେଇଥିଲେ।

Comments are closed.