ଆଫଗାନିସ୍ତାନ ଛାଡ଼ିବା ପରେ ପ୍ରଥମ ଥର ପାଇଁ ଦୁନିଆ ଆଗକୁ ଆସିଲେ ଅସାରଫ ଗନୀ : ଶରଣ ନେଇଛନ୍ତି ଏହି ଦେଶରେ
ନୂଆଦିଲ୍ଲୀ : ଅଶରଫ ଗନୀ ବୁଧବାର ଦିନ ୟୁଏଇ ରୁ ନିଜ ଦେଶ ବାସୀଙ୍କ ପାଇଁ ସନ୍ଦେଶ ଜାରୀ କରିଛନ୍ତି । ଗନୀ ଆଫଗାନିସ୍ତାନ ଛାଡ଼ିବା ପରେ ପ୍ରଥମ ଥର ପାଇଁ ଦୁନିଆ ସାମ୍ନାକୁ ଆସିଛନ୍ତି । ସେ କହିଛନ୍ତି ଯଦି ମୁଁ କାବୁଲ ରେ ରହି ଥାଆନ୍ତି ତେବେ ହଣା କଟା ଆରମ୍ଭ ହୋଇ ଯାଇ ଥାଆନ୍ତା । ଦେଶ ଛାଡ଼ି ମୁଁ ଦେଶର ନାଗରିକ ମାନଙ୍କୁ ରକ୍ତାକ୍ତ ହେବାରୁ ବଞ୍ଚାଇଛି । ସେ ଆଗକୁ କହିଛନ୍ତି ଯେ ଶାନ୍ତିର ସହିତ ତାଲିବାନ୍ କୁ ଗାଦୀ ହସ୍ତାନ୍ତର କରିବାକୁ ଚାହିଁ ଥିଲି ।
ମିଳିଥିବା ସୂଚନା ଅନୁସାରେ ଗନୀ ଦେଶକୁ ଫେରିବା ପାଇଁ କଥାବାର୍ତ୍ତା ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କୁ ଦେଶରୁ ବେଦଖଲ କରାଯାଇଛି । ପଇସା ନେଇ ପଳାୟନ କରିବା ଘଟଣାକୁ ନେଇ ଗନୀ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ପଇସା ନେଇ ପଳାୟନ କରିବା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ଅଟେ , ସେ ଆହୁରି ମଧ୍ୟ କହିଛନ୍ତି ମୁଁ ମୋର ସୁରକ୍ଷା କର୍ମୀ ଓ ସୈନ୍ୟ ମାନଙ୍କ ନିକଟରେ ରୁଣି ଅଟେ । ତେଣୁ କରି ମୋ ବିଷୟରେ ଯେଉଁ ମାନେ କିଛି ଜାଣି ନାହାନ୍ତି ସେମାନେ ଏପରି ଭୁଲ୍ ତଥ୍ୟ ଦିଅନ୍ତୁ ନାହିଁ ।
ୟୁଏଇ ମାନବୀୟ ଅଧିକାର କୁ ନେଇ କଲା ସ୍ବୀକାର –
ସଂଯୁକ୍ତ ଆରବ ଏମିରଟ କହିଛି ଯେ ସେ ଆଫଗାନ ରାଷ୍ଟ୍ରପତି ଓ ତାଙ୍କ ପରିବାର କୁ ମାନବୀୟ ଅଧିକାର କୁ ନେଇ ଶରଣ ଦେଇଛି । ତାଲିବନ୍ କାବୁଲ ନିକଟରେ ପହଞ୍ଚିବା ପୂର୍ବରୁ ଗନୀ ଦେଶ ଛାଡ଼ି ଚାଲି ଯାଇଥିଲେ । ୟୁଏଇ ର ସରକାରୀ ସମାଚାର ସମିତି ବୁଧୁବାର ଦିନ ଏହି ବିଷୟରେ ତଥ୍ୟ ଦେଇଥିଲେ କହି ନଥିଲେ ଯେ ଗନୀ ୟୁଏଇ ରେ କେଉଁଠି ଅଛନ୍ତି ।
Comments are closed.