କେନ୍ଦୁଝର ସ୍ବ-ପ୍ର- ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ପଞ୍ଚମଥର ପାଇଁ ନିର୍ବାଚିତ ବିଧାୟକ ଓ ମନ୍ତ୍ରୀପଦ ପାଇବାପରେ ନିର୍ବାଚନ ମଣ୍ଡଳୀର ସଂଗଠନକୁ ମଜବୁତ କରିବାରେ ସଫଳ ହୋଇଛନ୍ତି। ଏହି ପରିପ୍ରେକ୍ଷିରେ ଘଷିପୁରା ନିର୍ବାଚନ ମଣ୍ଡଳୀର ପଣ୍ଡା ପଡା,ସୁନାଟାଙ୍ଗିର,କୁରୁମୁଣ୍ଡା, ଓ ତୋରାଣି ପୋଖରୀ ପଞ୍ଚାୟତର ସତାଧିକ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଇଥିବା ଦେଖାଯାଇଛି। ଘଟଗାଁର ବଂଶିଧର ହୋଟେଲ ଠାରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ପାତ୍ରଙ୍କର କର୍ମନିଷ୍ଠା ଓ ଦୃଢ଼ ସଙ୍ଗଠନ ପ୍ରତି ଆସ୍ଥା ପ୍ରକଟ କରି ଏହି ଚାରି ଗୋଟି ପଞ୍ଚାୟତର ଶତାବ୍ଦୀକ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଇଛନ୍ତି।
ଆଗାମୀ ପଞ୍ଚାୟତ ନିର୍ବାଚନରେ ତୃଣମୂଳ ସ୍ତରରୁ ସଙ୍ଗଠନକୁ ମଜପୁତକରିବାପାଇ ନିଷ୍ପତି ନେଇଥିଲେ। ଏହି ମିଶ୍ରଣ ପର୍ବରେ ବିଧାୟକ ଶ୍ରୀ ପାତ୍ର ଉଦ୍ ବୋଧନ ଦେଇ କହିଥିଲେ ଯେ ୨ ହଜାର ମସିହାରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବାପରେ କେନ୍ଦୁଝର ଜିଲ୍ଲାଭଳି ଆଦିବାସୀ ଅଧ୍ୟୁଷିତ ଓ ଗମନାଗମନ କ୍ଷେତ୍ରରେ ପଛରେ ପଡିଥିବା ଜିଲ୍ଲା ପାଇଁ ବିକାଶର ତ୍ସୋତ ଦୀର୍ଘ ୨୧ବର୍ବ ଧରି ଚାଲିଛି। କେନ୍ଦୁଝର ଭଳି ଏକ ପଛୁଆ ଜିଲ୍ଲାର ବିକାଶ କ୍ଷେତ୍ରରେ ନବୀନ ସରକାରଙ୍କ ଅବଦାନ ସବୁଦିନ ଅବିସ୍ମରଣୀୟ ବୋଲି ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ। ଉକ୍ତ ମିଶ୍ରଣ ପର୍ବରେ ଘଟଗାଁ ବ୍ଲକ ବିଜେଡି ସଭାପତି ଦୋଳଗୋବିନ୍ଦ ବେହେରା, ବ୍ଲକ ଅଧ୍ୟକ୍ଷା ଦ୍ରୋତଦି ଦଣ୍ଡନାଟ, ଯୁବ ବିଜେଡ଼ି ସଭାପତି ରତନ କୁମାର ପଲେଇ ଓ ସିକନ ପାଢି, ବିକ୍ରମ ଜେନା,ପ୍ରଫୁଲ୍ଲ ସାହୁ, ସମେତ ବହୁ କର୍ମୀ ଯୋଗ ଦେଇଥିଲେ।
Comments are closed.