Odisha news

ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରା ଅଲମ୍ପିକ୍ସ ୨୦୨୦ : ଆସନ୍ତୁ ଜାଣିବା ଭାରତୀୟ କ୍ରୀଡ଼ାବିତ ଓ ପାରା ଅଲମ୍ପିକ୍ସର ଖେଳ ସୁଚି ବିଷୟରେ

ନୂଆଦିଲ୍ଲୀ : ଭାରତ ଟୋକିଓ ରେ ଗୋଟିଏ ନୂଆ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି । ନିକଟରେ ଅଲମ୍ପିକ୍ସ ସମ୍ପୂର୍ଣ୍ଣ ହୋଇଥିବା ବେଳେ ପାରା ଅଲମ୍ପିକ୍ସ ପାଇଁ ଆଗାମୀ ସଂସ୍କରଣ ଆସିଯାଇଛି । ୧୯୮୪ ପରେ ଭାରତ ସମସ୍ତ ଗ୍ରୀଷ୍ମକାଳୀନ ପାରା ଅଲମ୍ପିକ୍ସ ରେ ଭାଗ ନେଇଛନ୍ତି । ଆମ ଦେଶରେ ଅଧିକରୀକ ଭାବରେ ପାରା ଅଲମ୍ପିକ୍ସ ୧୯୬୮ ରେ ହୋଇ ଥିଲା । ରିୟ ର ପାରା ଅଲମ୍ପିକ୍ସ ରେ ଭାରତ ୧୯ ଟି ଖେଳ ରେ ଭାଗ ନେଇଥିଲା । ଆଗାମୀ ପାରା ଅଲମ୍ପିକ୍ସ ପାଇଁ ଭାରତ ନିଜର ସବୁଠୁ ବଡ଼ ଧରଣର ଦଳ ଭାବରେ ଚୟନ କରି ପଠାଇବାକୁ ପ୍ରସ୍ତୁତ ହୋଇଛି । ଆଗାମୀ ସଂସ୍କରଣ ରେ ବ୍ଯାଡ ମିନ୍ଟନ୍ ଓ ତାଇକଣ୍ଡୋ କୁ ସାମିଲ କରିବ ।

ଟୋକିଓ ପାରା ଅଲମ୍ପିକ୍ସ ରେ ଭାରତ –
୫୪ଟି ଭାରତୀୟ ଏଥେଲେଟ ୯ଟି ଖେଳରେ ନିଜର କାରନାମା ଦେଖାଇବେ । ଭାରତୀୟ ପାରା ଅଲମ୍ପିକ୍ସ ରେ ତୀରନ୍ଦାଜ, ପରା କେନଇଁଙ୍ଗ , ନିସନେ ବାଜି , ଟେବୁଲ୍ ଟେନିସ , ସନ୍ତରଣ , ବ୍ୟାଡ୍ ମିନ୍ଟନ୍ , ପାୱାର ଲିଫିଟଙ୍ଗ ଓ ତାଇକାଣ୍ଡ ରେ ଭାଗ ନେବେ । ଗତ ସଂସ୍କରଣ ରେ ସ୍ୱର୍ଣ୍ଣ ପଦକ ବିଜେତା , ହାଇ ଜମ୍ପର ମାରୀୟପନ୍ ଟୋକିଓ ଅଲମ୍ପିକ୍ସ ରେ ୨୦୨୦ରେ ଧ୍ଵଜାବହାକ ହେବେ ।

ଟୋକିଓ ପାରା ଅଲମ୍ପିକ୍ସ ୨୦୨୦ କେବେ ହେବ –
ଟୋକିଓ ପାରା ଅଲମ୍ପିକ୍ସ ୨୦୨୦ ରେ ଆୟୋଜନ ଅଗଷ୍ଟ ୨୪ ୨୦୨୧, ମଙ୍ଗଳବାର ଦିନ ଅନୁଷ୍ଠିତ ହେବ । ଏହାର ସମାପନ ସେପ୍ଟେମ୍ବର ୫ , ୨୦୨୧ ରେ ହୋଇଥାଏ ।

ଟୋକିଓ ପାରା ଅଲମ୍ପିକ୍ସ ୨୦୨୦ କେଉଁଠାରେ ହେବ –
ଡିଡି ସ୍ପୋର୍ଟସ ସମସ୍ତ କେବୁଲ ଓ ଡିଟିଏଚ ପ୍ଲାଟଫର୍ମ ଉପରେ ପ୍ରତେକଦିନ ସକାଳ ୯ଟା ବେଳେ ପାରା ଅଲମ୍ପିକ୍ସ ଟୋକିଓ ୨୦୨୦ ରୁ ଲାଇଭ କଭରେଜ ପ୍ରସାରଣ କରିବ ।

ଟୋକିଓ ପାରା ଅଲମ୍ପିକ୍ସ ୨୦୨୦ ରେ ଭାଗ ନେବାକୁ ଥିବା ଭାରତୀୟ ଖେଳାଳି , ଖେଳ ଓ ତାରିଖ –

ତୀରନ୍ଦାଜ
ଶୁକ୍ରବାର , ୨୭ ଅଗଷ୍ଟ
ପୁରୁଷ ରିକର୍ବ ବ୍ୟକ୍ତିଗତ ଓପନ – ହରବିନ୍ଦର୍ ସିଂ ଓ ବିବେକ ଚିକାରା
ପୁରୁଷ କମ୍ପାଉଣ୍ଡ ବ୍ୟକ୍ତିଗତ ଓପନ – ରାକେଶ କୁମାର, ଶ୍ୟାମ ସୁନ୍ଦର ସ୍ବାମୀ
ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ଓପନ – ଜ୍ୟୋତି ବଳୀୟା
କମ୍ପାଉଣ୍ଡ ମୀକ୍ସ ଟିମ୍ ଓପନ – ଜ୍ୟୋତି ବଳୀୟାନ ଓ ଟିବିଶି

ବ୍ୟାଡ୍ ମିନ୍ଟନ୍ –
ବୁଧବାର ସେପ୍ଟେମ୍ବର ୧ ତାରିଖ
– ପୁରୁଷ ଏକଲ SL 3 – ପ୍ରମୋଦ ଭଗତ ଓ ମନୋଜ ସରକାର
– ମହିଳା ଏକଲ ଏସ ୟୁ 5 – ପଲକ୍ କୋହଲି
– ମିଶ୍ରିତ ଯୁଗଳ SL 3 ଓ SU 5- ପ୍ରମୋଦ ଭଗତ୍ ଓ ପଲକ୍ କୋହଲି
ଗୁରୁବାର ସେପ୍ଟେମ୍ବର ୨ ତାରିଖ –
– ପୁରୁଷ ଏକଲ SL 4- ସୁହାସ ଲାଲିନା କେରେ , ତରୁଣ ଧିଲନ
– ପୁରୁଷ ଏକଲ SS 6 – କୃଷ୍ଣା ନଗର
– ମହିଳା ଏକେଲ୍ SL 4- ପାରୁଲ ପରମାର
– ମହିଳା ଯୁଗଳ – SL 3SU5- ପରୂଲ୍ ପରମାର ଓ ପଲକ୍ କୋହଲି

ପାରା କୋନଇଁଙ୍ଗ ଗୁରୁବାର ୨ ସେପ୍ଟେମ୍ବର
– ମହିଳା ବିଏଲ2 – ପ୍ରାଚୀ ଯାଦବ

ପାୱାର ଲିଫ୍ଟିଙ୍ଗ
ଶୁକ୍ରବାର ୨୭ ଅଗଷ୍ଟ
ପୁରୁଷ ମାନଙ୍କର ୬୫କିଗ୍ରା – ଜୟଦିପ ଜସ୍ପାଲ
ମହିଳା – ୫୦ କେଜି – ସକିନା ଖତୁନ

ସନ୍ତରଣ
ଶୁକ୍ରବାର ସେପ୍ଟେମ୍ବର ୩ –
ସୁୟସ ଯାଦବ ନିରଞ୍ଜନ ମୁକୁନ୍ଦ

ଟେବୁଲ୍ ଟେନିସ –
ବୁଧବାର ଅଗଷ୍ଟ ୨୫
ସୋନାଲେବନ୍ ମଧୁଭାଇ ପଟେଲ ଓ ଭାବନା ହସମୁଖ ଭାଇ ପଟେଲ

ତାଇକାଣ୍ଡୋ
ଗୁରୁବାର ସେପ୍ଟେମ୍ବର ୨
ମହିଳା – ଅରୁଣା ତମ୍ବର୍

ସୁଟିଂ
ଅଗଷ୍ଟ ୩୦ ସୋମବାର
ପୁରୁଷ – ସ୍ୱରୂପ ମହାବୀର ଓ ଦୀପକ ସୈନି
ମହିଳା – ରବିନା ଫ୍ରଂଶିସ

ବୁଧବାର ସେପ୍ଟେମ୍ବର ୧
ମିଶ୍ରିତ R 3 – ଦୀପକ ସେଇନି , ସିଦ୍ଧାର୍ଥ ବାବୁ ଓ ଅବନୀ ଲେଖ୍ରା
ବ୍ୟାୟାମ –
ଶନିବାର ଅଗଷ୍ଟ ୨୮
ଜଭେଲୀନ – ପୁରୁଷ ରଞ୍ଜିତ ଭଟି , ରବିବାର ୨୧ ଅଗଷ୍ଟ
ଡିସକସ – ବିନୋଦ କୁମାର
ହାଇ ଜମ୍ପ – ବିନୋଦ କୁମାର ରାମ୍ ପାଲ
ସୋମବାର ଅଗଷ୍ଟ ୩୦ –
ପୁରୁଷ ଡିସକସ – ଯୋଗେଶ କଠୁଣୀୟ
ଜଭେ ଲିନ – ସୁନ୍ଦର୍ ସିଂ ଗୁ ଜର , ସୀମିତ ଅନ୍ତିଲ , ସମୀର ଚୌଧୁରୀ

ମଙ୍ଗଳବାର ଅଗଷ୍ଟ ୩୧-
ପୁରୁଷ ହାଇ ଜମ୍ପ୍ – ଶରଦ କୁମାର , ମାରୀୟ ପନ୍ ଥଙ୍ଗ ବାଲି , ବରୁଣ ସିଂ ଭାଟି
ମହିଳା ହାଇ ଯାମ୍ପ – ସିମ୍ରନ
ମହିଳା ସାଟ ଫୁଟ – ଭଗ୍ୟଶ୍ରି ଯାଦବ

ବୁଧବାର ସେପ୍ଟେମ୍ବର ୧
ମେନ୍ସ କ୍ଳବ୍ ଥରୋ- ଧର୍ମବୀର ନେନ୍ ଓ ଅମିତ୍ କୁମାର
ଗୁରୁବାର ସେପ୍ଟେମ୍ବର ୨ –
ପୁରୁଷ ସଟ୍ ଫୁଟ୍ – ଅରବିନ୍ଦ ମାଲିକ୍

ଶୁକ୍ରବାର ସେପ୍ଟେମ୍ବର ୩-
ପୁରୁଷ ହାଇ ଜାମ୍ପ – ପ୍ରବୀଣ କୁମାର
ପୁରୁଷ ଜଭେଲିନ – ଟେକ ଚଣ୍ଡୋ
ପୁରୁଷ ସଟ୍ଫୁଟ୍- ଶୋମନ୍ ରାଣା
ମହିଳା କ୍ଳବ୍ ଥରୋ – ଏକତା ବ୍ୟାନ , କସିସ ଲକଡା
ସେପ୍ଟେମ୍ବର ୪
ପୁରୁଷ – ଜଭେଲିନ୍ନ ଥ୍ରାଓ – ନବଦିପ ସିଂହ

Comments are closed.