Odisha news

ଖାଲିପେଟରେ ଚା ପିଇବା ଦ୍ୱାରା ହୋଇପାରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଯଦି ଆପଣ ନିଜ ଦିନର ଆରମ୍ଭ ଗୋଟିଏ କପ ଗରମ ଚାହା ରେ ଆରମ୍ଭ କରୁଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ l ଆମେ ଏଠାରେ ଏପରି କିଛି କହିବାକୁ ଯାଉଛୁ ଯାହା ଆପଣ ଜାଣିଲେ ଚିନ୍ତାରେ ପଡିଯିବେ l ଆପଣ ଜାଣି ପାରିବେ ଯେ ସକାଳୁ ଖାଲି ପେଟରେ ଚା ପୀଇବା ଶରୀର ପକ୍ଷରେ କେତେ କ୍ଷତିକାରକ ହୋଇପାରେ l

* ହୋଇପାରେ ଅଲସର ସମସ୍ୟା –
ସକାଳୁ ଉଠି ଖାଲି ପେଟରେ ଗରମ ଚା ପିଇବା ଦ୍ୱାରା ପେଟ ଭିତରର ଅଂଶ କୁ ଆଘାତ ଲାଗିଥାଏ l ଯେଉଁ କାରଣରୁ ଅଲସର ସମସ୍ୟା ହୋଇଥାଏ l ତେଣୁ ସକାଳୁ ଉଠି ଖାଲି ପେଟରେ ଚା ପିଇବା ଦ୍ୱାରା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ l

* ହୋଇପାରନ୍ତି ମୋଟାପଣ ର ଶିକାର –
ସକାଳୁ ଖାଲି ପେଟରେ ଚା ପିଇବା ଦ୍ୱାରା ସେଥିରେ ଥିବା ଚିନି ଶରୀର ଭିତରକୁ ଯାଇ ଆପଣଙ୍କ ଓଜନ ବଢିବାର କାରଣ ହୋଇପାରେ l

* ପାଚନ କ୍ରିୟା ପ୍ରଭାବିତ ହୋଇପାରେ –
ସକାଳୁ ଉଠି ଚା ପିଇବା ଦ୍ୱାରା ଲୋକଙ୍କର ଗ୍ୟାସ ସମସ୍ୟା ଦେଖା ଦେଇଥାଏ l ଯେଉଁ କାରଣରୁ ପାଚନ କ୍ରିୟା ଶିଥିଳ ହୋଇ ଯାଇଥାଏ , ଆଉ ଆପଣ ଦିନ ସାରା ବ୍ୟସ୍ତ ଲାଗିଥାଏ l

* ହୋଇପାରେ ହୃଦ ରୋଗ ସମସ୍ୟା –
ଖାଲି ପେଟରେ ଚା ପିଇବା ଦ୍ୱାରା ଏଥିରେ ଥିବା କାଫିନ ଶରୀରକୁ ଯାଇ ରକ୍ତଚାପକୁ ପ୍ରଭାବିତ କରିଥାଏ ଓ ହୃଦ ରୋଗ ସମସ୍ୟା ଦେଖା ଦେଇଥାଏ l

Comments are closed.