Odisha news

ମହାଭାରତର ରୋଚକ କଥା : ମହାଭାରତ ଯୁଦ୍ଧ ଏହି ୫ଟି ଭୁଲ ପାଇଁ ହୋଇଥିଲା

ମହାଭାରତରେ ଦ୍ରୌପଦୀ ହେଲେ ଜଣେ ମୁଖ୍ୟ ଚରିତ୍ର l ଦ୍ରୌପଦୀଙ୍କ ଜୀବନ ଓ ଚରିତ୍ରକୁ ବୁଝିବା ଖୁବ କଠିନ ଅଟେ l ତାଙ୍କୁ କେବଳ ଜଣେ କିଏ ଯଦି ବୁଝି ପାରୁଥିଲା ସେଥିଲେ ତାଙ୍କର ପରମ ମିତ୍ର କୃଷ୍ଣ l ଏପରି କୁହାଯାଏ ଯେ ଦ୍ରୌପଦୀ ଏପରି କିଛି ଚାରିଟି ଭୁଲ କରିଥିଲେ ଯେଉଁଥିପାଇଁ ମହାଭାରତ ଯୁଦ୍ଧ ହୋଇଥିଲା l

ପ୍ରଥମ ଭୁଲ ଥିଲା ନିଜର ଶ୍ୱମ୍ବରରେ କର୍ଣ୍ଣଙ୍କୁ ସୂତ ପୁତ୍ର କହି ଅପମାନିତ କରିବା ,ଦୁତୀୟ ଭୁଲ ଥିଲା ଦୁର୍ଯ୍ୟଧନଙ୍କୁ ଅପମାନିତ କରି ଇନ୍ଦ୍ର ପ୍ରସ୍ଥରେ ଅନ୍ଧର ପୁତ୍ର ଅନ୍ଧ କହିବା l ତୃତୀୟ ଭୁଲଟି ଥିଲା ଜୟଦ୍ରଥଙ୍କୁ ଲଣ୍ଡା କରି ଅପମାନିତ କରିବା l ଚତୁର୍ଥ ଭୁଲଟି ଥିଲା ଚିର ହରଣ ପରେ ପାଣ୍ଡବ ମାନଙ୍କୁ ଯୁଦ୍ଧପାଇଁ ପ୍ରେରିତ କରିବା l

ଦ୍ରୌପଦୀଙ୍କର ୫ଟି ଭୁଲ ଯୋଗୁ ହୋଇଥିଲା ମହାଭାରତ ଯୁଦ୍ଧ l ଉପରକ୍ତ ତୃତୀୟ ଓ ଚତୁର୍ଥ ଭୁଲକୁ ଭୁଲ ଭାବରେ କୃଷ୍ଣ ଗଣନା କରି ନଥିଲେ କାରଣ ଏହା ପରିସ୍ଥିତିରେ ପଡି କରାଯାଇଥିଲା l ଏହାର ଅର୍ଥ ହେଲା ଦ୍ରୌପଦୀ ଦୁର୍ଯ୍ୟଧନ ଓ କର୍ଣ୍ଣଙ୍କୁ ଅପମାନିତ କରିଥିଲେ ,ଯାହା ବଦଳରେ ଜୟଦ୍ରଥ ଓ ଦୁର୍ଯ୍ୟଧନ ଅପମାନିତ କରିଥିଲେ l କିନ୍ତୁ ଦ୍ରୌପଦୀଙ୍କର ସବୁଠୁ ବଡ଼ ଭୁଲ ହେଲା ସେ ପାଞ୍ଚ ପାଣ୍ଡବଙ୍କ ସହିତ ବିବାହ କରିବା ପାଇଁ ରାଜି ହୋଇଯାଇଥିଲେ l

ଅର୍ଜୁନ ଶ୍ୱମ୍ବରରେ ପ୍ରତିଯୋଗିତା ଜିତିଥିଲେ କିନ୍ତୁ କେଉଁ ପରିସ୍ଥିତିରେ ଦ୍ରୌପଦୀ ପାଞ୍ଚ ପାଣ୍ଡବଙ୍କର ପତ୍ନୀ ହେଲେ ସେ ବିଷୟରେ ହୁଏତ କେହି କହିପାରିବେ ନାହିଁ l କିନ୍ତୁ ଯଦି ସେ ପାଞ୍ଚଜଣଙ୍କୁ ସ୍ୱାମୀ ଭାବରେ ସ୍ୱୀକାର କରି ନଥାନ୍ତେ ଆଜି ଇତିହାସ ଆଉକିଛି ଅଲଗା ହୋଇଥାନ୍ତା l ଦ୍ରୌପଦୀ ଶ୍ୱମ୍ବର ସାରିବା ପରେ କୁନ୍ତୀ ଓ ବେଦ ବ୍ୟାସଙ୍କ କହିବା ଅନୁସାରେ ଯୁଧିଷ୍ଠିର ଓ ଅନ୍ୟ ଚାରି ପାଣ୍ଡବଙ୍କୁ ବିବାହ କରିଥିଲେ l ଗୋଟିଏ କଥା ଅନୁସାରେ ଦ୍ରୌପଦୀ ସମସ୍ତ ପାଣ୍ଡବଙ୍କୁ ଶ୍ରୀକୃଷ୍ଣଙ୍କ କହିବା ଅନୁସାରେ ସ୍ୱୀକାର କରିଥିଲେ l

କାରଣ ବିବାହ ପୂର୍ବରୁ ଦ୍ରୌପଦୀ ଯେଉଁ ପାଞ୍ଚଟି ଗୁଣ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଚାହିଁଥିଲେ ତାହା କେବେବି ଗୋଟିଏ ପୁରୁଷ ମଧ୍ୟରେ ସମ୍ଭବ ନଥିଲା l ତେଣୁ ଶ୍ରୀ କୃଷ୍ଣ କହିଥିଲେ ହେ ଦ୍ରୌପଦୀ ,ତମେ ଯେଉଁ ପାଞ୍ଚଟି ଗୁଣ ତମ ସ୍ୱାମୀଙ୍କ ଭିତରେ ରହୁ ବୋଲି ଇଛା ପ୍ରକାଶ କରିଥିଲା ତାହା ଜଣଙ୍କ ପାଖରେ ସମ୍ଭବ ନୁହେଁ ତେଣୁ ତମେ ଏହି ପଞ୍ଚୁ ପାଣ୍ଡବଙ୍କୁ ନିଜର ସ୍ୱାମୀ ରୂପରେ ସ୍ୱୀକାର କର l

Comments are closed.