Odisha news

ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ହକି ଦଳକୁ ଡାକି ସମ୍ବର୍ଦ୍ଧିତ : ଓଡ଼ିଶାକୁ ପ୍ରଂଶସା କଲେ ଉଭୟ ଦଳ

ଓଡ଼ିଶାର ହୃଦୟରେ ହକି ରହିଛି । ଓଡ଼ିଶା ସରକାର ହକିକୁ ଅଗ୍ରାଧିକାର ଦେଇଛନ୍ତି । ଖାସକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ହକି ପାଇଁ ବିଶ୍ୱସ୍ତରର ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଟିମର ପ୍ରାୟୋଜକ ହେବାକୁ ଆଗେଇ ଆସିଛନ୍ତି । ଯାହା ଭାରତୀୟ ହକିକୁ ଏକ ନୂଆ ପରିଚୟ ଦେଇଛି । ଆଉ ରାଜ୍ୟ ସରକାର ଏଭଳି କରି ପୂରା ଦେଶରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଯାହାକୁ ଦେଶର ଅନ୍ୟ ରାଜ୍ୟ ଗୁଡିକ ଆପଣାଇବା ଉଚିତ୍ ବୋଲି କହିଛନ୍ତି ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାନୀ ରାମପାଲ । ପ୍ରତି ରାଜ୍ୟ ଗୋଟିଏ ଗୋଟିଏ କ୍ରୀଡା ଆପଣାଇବା ସହ ପୋତ୍ସାହନ ଦେଲେ ଦେଶରେ କ୍ରୀଡାର ବିକାଶ ହେବ ବୋଲି ରାନୀ କହିଛନ୍ତି ।ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ହକି ଦଳକୁ ଡାକି ସମ୍ବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନେଇଛି ।

ସେହି ଶେଷ ୬ ସେକେଣ୍ଡ । ଯାହା ଭାରତୀୟ ପୁରୁଷ ହକି ଦଳକୁ ଅଲିମ୍ପିକ୍ସରେ ପୋଡିୟମ ଫିନିସ କରିବାକୁ ସୁଯୋଗ ଦେଇଥିଲା । ଶେଷ ୬ ସେକେଣ୍ଡରେ କଣ ହେବ ତାହା ଉପରେ ପୂରା ଦେଶର ନଜର ରହିଥିଲା । କିନ୍ତୁ ଜର୍ମାନୀର ପେନାଲ୍ଟି କର୍ଣ୍ଣରକୁ ଅଟକାଇ ଭାରତକୁ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଭେଟି ଦେଇଥିଲେ ଗୋଲକିପର ପି.ଆର ଶ୍ରୀଜେଶ । ସେତେବେଳେ ଶ୍ରୀଜେଶଙ୍କୁ ଭାରତର ଦ ୱାଲ ଭାବେ ପରିଚୟ ମିଳିଲା । କିଏ ସଙ୍କଟମୋଚକ କହିଲା ତ ପୁଣି କିଏ ପଦକ ବିଜୟ ପଛର ପ୍ରକୃତ ହିରୋର ଟ୍ୟାଗ୍ ଦେଲା । ପୂରା ଦେଶ ଶ୍ରୀଜେଶଙ୍କୁ ପ୍ରଂଶସାରେ ପୋତି ପକାଇଲେ । କିନ୍ତୁ ପଡିଆ ଭିତରେ ସେହି ଶେଷ ୬ ସେକେଣ୍ଡରେ ଶ୍ରୀଜେଶ କଣ ଭାବୁଥିଲେ ତାହା ଓଡ଼ିଶାରେ ବଖାଣିଛନ୍ତି ।

Comments are closed.