Odisha news

ଧ୍ୟାନ ବା ମେଡିଟେଶନ ଦ୍ଵାରା ମିଳିଥାଏ ଶରୀରକୁ ଅଦ୍ଭୁତ ଲାଭ ଓ ଦୂରେଇ ରଖିଥାଏ ଏହିସବୁ ରୋଗରୁ

ଆଗ କାଳରେ ଧ୍ୟାନ ବା ମେଡିଟେଶନ ମୁନି ଋଷି ମାନେ କରୁଥିଲେ । ଏହା ଥିଲା ସେମାନଙ୍କର ଦୀର୍ଘ ଜୀବନ ଓ ସୁସ୍ଥ ଜୀବନ ର ରହସ୍ୟ । ଧ୍ୟାନ କୁ ପୁରାତନ ଶିକ୍ଷା ପ୍ରଣାଳୀ ର ଗୋଟିଏ ଅଂଶ ଭାବରେ ଗ୍ରହଣ କରାଯାଇଥିଲା , ଗୁରୁ କୂଳ ଗୁଡିକରେ ଗୋଟିଏ ଛାତ୍ର ପାଇଁ ଏହାଥିଲା ମହତ୍ତ୍ଵ ପୂର୍ଣ୍ଣ କାର୍ଯ୍ୟ । ଆଜିକାଲି ଏହା କିନ୍ତୁ ଦେଖିବାକୁ ମିଳୁନାହିଁ । ଆସନ୍ତୁ ଆଜି ଜାଣିବା ଧ୍ୟାନ ଦ୍ଵାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ ।
* ଧ୍ୟାନ କରିବା ଦ୍ଵାରା ମନ ଶାନ୍ତ ରହିବା ସହିତ ମସ୍ତିଷ୍କ ମଧ୍ୟ ସ୍ଥିର ରହିଥାଏ । ସ୍ମରଣ ଶକ୍ତି , ଏକାଗ୍ରତା ଓ ସ୍ଥିରତା ବଢାଇବାରେ ଧ୍ୟାନ ସାହାଯ୍ୟ କରିଥାଏ ।
* କ୍ରୋଧୀ ବ୍ୟକ୍ତିଙ୍କ ମନକୁ ଶାନ୍ତ ରଖିଥାଏ ଧ୍ୟାନ ।ଯଦି କୌଣସି ନିର୍ଣ୍ଣୟ ଆପଣ ନ ନେଇ ପାରୁଛନ୍ତି ତେବେ ଏହିଭଳି ସ୍ଥିତିରେ ଧ୍ୟାନ ଆପଣଙ୍କୁ ସାହାଯ୍ୟ କରିଥାଏ ।
* ମନର ଚଂଚଳତା କୁ ନିୟନ୍ତ୍ରଣ କରେ ମେଡିଟେଶନ । ଗବେଷକ ମାନଙ୍କ ମତରେ ହୃଦୟ ରୋଗ ପାଇଁ ଗୋଟିଏ ପ୍ରତିକାର ଅଟେ ଧ୍ୟାନ । ତେଣୁ ଯେଉଁମାନେ ହୃଦ ରୋଗ ରେ ଗତି କରୁଛନ୍ତି ସେମାନେ ଧ୍ୟାନ କରିବା ଉଚିତ୍ ।
* ଦୀର୍ଘାୟୁ ଜୀବନ ପାଇଁ ମେଡିଟେଶନ ହେଉଛି ଗୋଟିଏ ଉତ୍ତମ ମାର୍ଗ । ଆଗ କାଳରେ ମୁନି ଋଷିମାନେ ଏଥିପାଇଁ ଦୀର୍ଘ ଜୀବନ ଲାଭ କରୁଥିଲେ ।
* ଶାନ୍ତ ମସ୍ତିଷ୍କ , ଶାନ୍ତ ସ୍ଵଭାବ , ବ୍ୟବହାର ରେ ମାଧୂର୍ଯ୍ୟ ଆଣିଥାଏ ମେଡିଟେଶନ । ଯାହା ଗୋଟିଏ ବ୍ୟକ୍ତିର ବ୍ୟକ୍ତିତ୍ଵ କୁ ପ୍ରକାଶ କରିଥାଏ ।
* ଉଚ୍ଚ ରକ୍ତଚାପ ରୋଗୀ ମାନଙ୍କ ପାଇଁ ମେଡିଟେଶନ ଗୋଟିଏ ଉତ୍ତମ ପଦକ୍ଷେପ ଅଟେ । ଧ୍ୟାନ ଦ୍ଵାରା ମଧ୍ୟ ରକ୍ତଚାପ ନିୟନ୍ତ୍ରଣ
ହୋଇଥାଏ ।
* ମେଡିଟେଶନ ସାହାଯ୍ୟ ରେ ସ୍ନାୟୁ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ଇନ୍ଦ୍ରିୟ ଗୁଡ଼ିକ ମଧ୍ୟ ନିୟନ୍ତ୍ରଣ ରେ ରୁହେ ।
* ସକାଳ ସୂର୍ଯ୍ୟୋଦୟ ପୂର୍ବରୁ ଧ୍ୟାନ କରିବାର ଉପଯୁକ୍ତ ସମୟ ନଚେତ୍ ଆପଣ ସନ୍ଧ୍ୟା ସମୟରେ ମଧ୍ୟ ଧ୍ୟାନ କରି ପାରିବେ ।
* ଯେତେବେଳେ ଆପଣ ଧ୍ୟାନ କରୁଛନ୍ତି ଢିଲା ପୋଷାକ ପରିଧାନ କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ଶରୀରର ଶ୍ୱାସ କ୍ରିୟା ଠିକ୍ ଭାବରେ ହେବା ସହିତ ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକ ଠିକ୍ ଭାବରେ ଧ୍ୟାନରେ କେନ୍ଦ୍ରୀଭୂତ ହୋଇ ପାରିବ ।
* ଧ୍ୟାନ କରିବା ସମୟରେ ନିଜର ଇଷ୍ଟ ଦେବା ଦେବୀଙ୍କୁ ନିଜ ଧ୍ୟାନ ରେ ରଖି ମେଡିଟେଶନ କରିବା ଫଳରେ ଜୀବନରେ ଏକ ପ୍ରକାରର ସ୍ଥିରତା ଆସିଥାଏ ।

Comments are closed.