Odisha news

ରେଲୱେ ସେଣ୍ଟ୍ରାଲ୍ ହସପିଟାଲ୍ ରେ ନୂତନ ଓପିଡି କମ୍ପ୍ଲେକ୍ସ ଏବଂ ନବିକୃତ୍ତ ଅପରେସନ୍ ଥିଏଟର ଉଦ୍ଘାଟିତ

କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଓପିଡି ପରାମର୍ଶ ପାଇଁ  ଏବଂ ଚିକିତ୍ସାଳୟକୁ ଯିବା ଆସିବା କରୁଥିବା ରୋଗୀ ଓ ସେମାନଙ୍କ ସହାୟକ ମାନଙ୍କ ସୁବିଧା ପାଇଁ  ପୂର୍ବତଟ ରେଳପଥର କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ଏକ ନୂତନ ଓପିଡି କମ୍ପ୍ଲେକ୍ସ ନିର୍ମାଣ କରାଯାଇ ଅଛି ଯାହାଦ୍ୱାରା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଏବଂ ବାହ୍ୟ ରୋଗୀଙ୍କ ମିଶ୍ରଣକୁ ଏଡ଼ାଇବା ସହିତ କୋଭିଡି ସଂକ୍ରମଣକୁ ଏଡ଼ାଇବା ପାଇଁ ସହାୟକ ହୋଇପାରିବ |
ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ରେଳବାଇ କେନ୍ଦ୍ରୀୟ ହସ୍ପିଟାଲରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ନୂତନ ଓପିଡି କମ୍ପ୍ଲେକ୍ସ ଏବଂ ନବିକୃତ୍ତ ଅପରେସନ୍ ଥିଏଟର (ଓଟି) ର ଉଦଘାଟନ କରିଛନ୍ତି |
ଭୁବନେଶ୍ୱରର ରେଲୱେ ସେଣ୍ଟ୍ରାଲ୍ ହସ୍ପିଟାଲରେ ସର୍ଜିକାଲ୍ ସେବାରେ ତୃତୀୟ ସ୍ତରର ଯତ୍ନକୁ ଆହୁରି ବୃଦ୍ଧି କରିବା ପାଇଁ ଅପରେସନ୍ ଥିଏଟର (ଓଟି) କମ୍ପ୍ଲେକ୍ସକୁ ନବୀକରଣ କରାଯାଇଛି |
ଭୁବନେଶ୍ୱରରେ ଥିବା ଜୋନାଲ ମୁଖ୍ୟାଳୟ ହସପିଟାଲ୍ (ସେଣ୍ଟ୍ରାଲ୍ ହସ୍ପିଟାଲ୍) ର ବେଡ୍ କ୍ଷମତା 70 ବେଡ୍ ରୁ 110 ବେଡ୍ କୁ ବୃଦ୍ଧି କରାଯାଇଛି ଏବଂ ଏହି ହସ୍ପିଟାଲରେ DNB ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ମଧ୍ୟ ଉଦ୍ଧିଷ୍ଟ ହେବ | ଏହାଦ୍ୱାରା ଉତ୍ତମ ଚିକିତ୍ସା ପାଇଁ ରେଳବାଇ କର୍ମଚାରୀ ମାନଙ୍କୁ ସହାୟତା ଯୋଗାଇ ପାରିବ |
କୋଭିଡ କେୟାର କ୍ଷେତ୍ରରେ ନିରନ୍ତର ସେବା ପାଇଁ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ କର୍ମଚାରୀଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଛି |  ମୋଟାମୋଟି ଭାବେ, ୮୨ ଜଣ ଆଗ ଧାଡ଼ିର ସ୍ୱାସ୍ଥ୍ୟସେବା କର୍ମଚାରୀ, ଯେଉଁମାନେ କୋଭିଡ଼୧୯ ଦ୍ୱାରା ପ୍ରଭାବିତ ରୋଗୀମାନଙ୍କର ଯତ୍ନରେ ଆନ୍ତରିକତାର ସହିତ ଜଡ଼ିତଥିଲେ ସେମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା |
ଏହି ଅବସରରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ପ୍ରମୁଖ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ କେ ସି ସାହୁ, କେନ୍ଦ୍ରୀୟ ଚିକିତ୍ସାଳୟର ଚିକିତ୍ସା ନିର୍ଦେଶକ ଡ. ଏ. କେ. ସେଠୀ ଏବଂ ଅନ୍ୟାନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ |

Comments are closed.