Odisha news

ବିଦୁରଙ୍କ ନୀତି : ସବୁ ବ୍ୟକ୍ତିଙ୍କୁ ବିଦୁରଙ୍କ ଏହି ୫ଟି କଥାକୁ ଧ୍ୟାନ ରଖିବା ଉଚିତ

ମହାତ୍ମା ବିଦୁରଙ୍କ ନୀତି ଆମର ଦୈନଦିନ ଜୀବନରେ ଏହାର ଅନେକ ପ୍ରଭାବ ପଡିଥାଏ l ରାଜା ଧୃତରାଷ୍ଟ୍ର ମଧ୍ୟ ବିଦୁରଙ୍କ ନୀତିକୁ ମହତ୍ୱ ଦେଇଥିଲେ l କୁହାଯାଏ ଯେ ଯେଉଁ ବ୍ୟକ୍ତି ବିଦୁରଙ୍କ ନୀତିକୁ ଆପଣାଇଛି ତାର ଜୀବନ ଶୈଳୀ ସୁନ୍ଦର ହୋଇଛି l କାରଣ ମହାତ୍ମା ବିଦୁର ଜଣେ ଜ୍ଞାନୀ ଥିଲେ l ଆସନ୍ତୁ ଆଜି ଜାଣିବା ବିଦୁରଙ୍କର ସେହି ପାଞ୍ଚଟି ନୀତି ବିଷୟରେ ଯାହାକୁ ଆମେ ଆମ ଜୀବନରେ ଗ୍ରହଣ କରିଛେ l

* ବିଦୁରଙ୍କ ନୀତି ଅନୁସାରେ ଧର୍ମର ରାସ୍ତା ହିଁ ପରମ କଲ୍ୟାଣକାରୀ ଅଟେ l କେବଳ କ୍ଷମା ହିଁ ଶାନ୍ତିର ମାଧ୍ୟମ ଅଟେ l ଜ୍ଞାନ ପରମ ସନ୍ତୋଷ କାରି ଓ ଅହିଂସା ସୁଖ ପ୍ରଦାନ ଅଟେ l

* ବିଦୁରଙ୍କ ନୀତି ଅନୁସାରେ ଯେପରି ଭାବରେ ଘାସରେ ଲାଗି ଯାଇଥିବା ନିଆଁ ସମଗ୍ର ପଡିଆକୁ ନଷ୍ଟ କରିଦିଏ ,ସେହିଭଳି କ୍ଷମା ହୀନ ବ୍ୟକ୍ତି ନିଜ ସହିତ ଅନ୍ୟ ମାନଙ୍କର ଦୋଷର ମଧ୍ୟ ଭଗି ଅଟେ l

* ବିଦୁର କହିଛନ୍ତି ଯେଉଁ ବ୍ୟକ୍ତି ଶକ୍ତିଶାଳୀ ହୋଇଥିଲେ ମଧ୍ୟ କ୍ଷମା ଶିଳ ଓ ନିର୍ଧନ ମାନଙ୍କ ପାଇଁ ଦାନ ଶିଳ ହୋଇଥାଏ ,ଏହି ଭଳି ବ୍ୟକ୍ତି ସ୍ୱର୍ଗଠାରୁ ମଧ୍ୟ ଉନ୍ନତ ସ୍ଥାନ ପ୍ରାପ୍ତ କରିଥାଏ l

* ବିଦୁରଙ୍କ ନୀତି ଅନୁସାରେ ଯିଏ ଧନଵାନ ହେଲା ପରେ ମଧ୍ୟ ଦାନଶୀଳ ହୋଇ ନଥାଏ ,ଗରିବ ହେବ ପରେ ମଧ୍ୟ ଦୁଃଖ ସହିବାର ଶକ୍ତି ନଥାଏ ଏହିଭଳି ବ୍ୟକ୍ତି ମାନେ ସବୁବେଳେ ହଇରାଣ ହୋଇଥାନ୍ତି l

* ବିଦୁର କହିଛନ୍ତି ଯେ ଯେଉଁ ବ୍ୟକ୍ତି କାହାରି ସାହିତ କଟୁ ବଚନରେ କଥା ହୁଏ ନାହିଁ ,ଅନ୍ୟ ମାନଙ୍କ ପ୍ରତି ଦୟାଶୀଳ ଓ କ୍ଷମଶିଳା ହୋଇଥାଏ ସେହିଭଳି ବ୍ୟକ୍ତି ସବୁବେଳେ ଆଦର ଓ ସମ୍ମାନ ପାଇଥାଏ l

Comments are closed.