Odisha news

ପିଜୁଳି ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ , ଅନେକ ରୋଗ ପାଇଁ ରାମବାଣ

ବର୍ଷା ଋତୁରେ ବିଭିନ୍ନ ପାଚିଲା ଫଳ ଦେଖିବାକୁ ମିଳିଥାଏ । ସେଥି ମଧ୍ୟରୁ ଗୋଟିଏ ହେଲା ପିଜୁଳି । ଏହି ଫଳଟି ଖାଇବାକୁ ଯେତିକି ରସଯୁକ୍ତ ସେତିକି ସୁସ୍ୱାଦୁ ଅଟେ । ଆମ ବାଡି ବଗିଚାରେ ମଧ୍ୟ ପିଜୁଳି ଗଛ ଦେଖିବାକୁ ଆମେ ପାଇଥାଉ । ପିଜୁଳି ର ପତ୍ର ମଧ୍ୟ ଶରୀର ପାଇଁ ହିତକର ।

– ଆମେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ନିଜର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ଉଚିତ୍ । ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ଖାଦ୍ୟକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ ।
– ଯଦି ଜଣେ ବ୍ୟକ୍ତି ପ୍ରତିଦିନ ପିଜୁଳି ଖାଇ ଥାଏ ତେବେ ତାର ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ । ନିକଟରେ ଗବେଷକ ମାନେ ଏହାକୁ ନେଇ ବିଶେଷ ତଥ୍ୟ ଦେଇଛନ୍ତି ।
– ପିଜୁଳି ଭିଟାମିନ ସି ରେ ଭରପୁର ଅଟେ । ଏଥିରେ ଭରି ରହିଥିବା ପ୍ରାକୃତିକ ଭିଟାମିନ ସି ରେ ଭରପୁର । ଅନେକ ରୋଗରୁ ଆମକୁ ସୁରକ୍ଷିତ ରଖିବ ବୋଲି ୟୁନଭରସିଟି ଅଫ ସିଡନୀ ରେ ଖାଦ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।
– ପିଜୁଳି ଇମ୍ୟୁନିଟି ରେ ଭରପୁର ଅଟେ । ଏହାକୁ ଦେଶୀ ଭାବରେ ଇମ୍ୟୁନିଟି ବୁଷ୍ଟର୍ କୁହାଯାଇ ଥାଏ । ପିଜୁଳି ଖାଇବା ଦ୍ବାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ।
– ପିଜୁଳି ମେଦ ବହୁଳତା ସମସ୍ୟାକୁ ମଧ୍ୟ ଦୁର କରିଥାଏ । ତା ସହିତ କ୍ୟାନସର ପ୍ରତିରୋଧକ ଅଟେ । ତେଣୁ ଆଜିକାଲିର ଜୀବନ ଶୈଳୀ କୁ ନେଇ ଏଥିପ୍ରତି ସଚେତନ ହେବା ଆବଶ୍ୟକ ।
– ପିଜୁଳି ପାଚନ ପ୍ରକ୍ରିୟା କୁ ସୁସ୍ଥ ରଖେ। ଯେଉଁ କାରଣରୁ ପେଟର ବିଭିନ୍ନ ସମସ୍ୟା ଠିକ୍ ହୋଇଥାଏ । କୋଷ୍ଠ କାଠିନ୍ୟ ସମସ୍ୟା ମଧ୍ୟ ଠିକ୍ ରଖେ । ଶରୀରରେ ହେମୋଗ୍ଲୋବିନ ସ୍ତରକୁ ଠିକ୍ ରଖେ ।

Comments are closed.