Odisha news

ଦିବ୍ୟଙ୍ଗ ଯୁବ ସ୍ଵେଛାସେବୀଙ୍କ ପରଲୋକ

ପୋଲସରା:୧୨-୦୮-୨୧:-(ରଞୟ ପାଣିଗ୍ରାହୀ) ପୋଲସରା ବ୍ଲକ୍ ଅନ୍ତର୍ଗତ ବାଲିଛାଇ ପଞ୍ଚାୟତର ଦିବ୍ୟାଙ୍ଗ ଯୁବକ ଯୋଗେନ୍ଦ୍ର ସାହୁଙ୍କf ୨୫ ବର୍ଷ ବୟସରେ ଅକାଳ ବିୟୋଗ ହୋଇଯାଇଛି । ପୂର୍ବରୁ ସେ ହୃଦ ରୋଗରେ ପୀଡିତ ଥିଲେ ଏବଂ ଗତ କିଛିଦିନ ତଳେ ଅସୁସ୍ଥତା ଅନୁଭବ କରୁଥିବାରୁ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ମୃତ୍ୟୁବରଣ କରିଥିଲେ । ସେ ଜଣେ ଦିବ୍ୟାଙ୍ଗ ଯୁବ ସ୍ଵେଚ୍ଛାସେବୀ ଭାବେ କେବଳ ଗଞ୍ଜାମ ଜିଲ୍ଲାରେ ନୁହେଁ ପୁରୀ ଜିଲ୍ଲାର ପଞ୍ଚସଖାଙ୍କ ପ୍ରତିଷ୍ଠିତ ବକୁଳ ବନବିଦ୍ୟାଳୟକୁ ସଫା କରିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଦ୍ଵାରା ସ୍ଥାନୀୟ ଲୋକଙ୍କ ହୃଦୟ ଜିଣିପାରି ଥିଲେ । ଏହା ବ୍ୟତୀତ ପୋଲସରା ଅଞ୍ଚଳରେ ଖରା ଦିନରେ ଜଳଛତ୍ର, ବୃକ୍ଷ ରୋପଣ, ପଶୁ ପକ୍ଷୀଙ୍କ ସୁରକ୍ଷା ଓ ଖାଦ୍ୟ ପାନୀୟ ଯୋଗାଣ, ଏବଂ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ବାର୍ତ୍ତା ସର୍ବଦା ସ୍ମରଣୀୟ ହୋଇ ରହିବ । ଯୋଗେନ୍ଦ୍ରଙ୍କ ଶାରୀରିକ ଗଠନରେ ଅସମାନତା ଓ ଘରେ ଓଳିଏ ଖାଦ୍ୟର ଅଭାବ ଥିଲେ ମଧ୍ୟ ତାଙ୍କର ଦୃଢ଼ ଇଛାଶକ୍ତି ଦ୍ବାରା ଜଣେ ସ୍ଵେଚ୍ଛାସେବୀ ହୋଇପାରିଥିଲେ । ତାଙ୍କର ଅକାଳବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହା ସହ ସମାଜସେବୀ ପ୍ରଭାକର ପଣ୍ଡା, ଅଲେଖ ସାହୁ, ପ୍ରହଲ୍ଲାଦ ସାହୁ, ରାମକୃଷ୍ଣ ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

Comments are closed.