କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଚଳିତବର୍ଷର ପବିତ୍ର ସ୍ଵାଧୀନତା ଦିବସ-୨୦୨୧ଅବସରରେ କନ୍ଧମାଳ ଜିଲ୍ଲାର ଜଣେ ସବଇନସପେକ୍ଟରଙ୍କ ସମେତ ୩ ଜଣ କନେଷ୍ଟବଳଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଡିସ ଆୱାର୍ଡ ପାଇବା ଲାଗି ମନୋନୀତ ହୋଇଛନ୍ତି ।ଏନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଚିଠି ନଂ.୮୮୦/ଏସିଆର ସେଲ ତା୧୧/୮/୨୧ରେ ପ୍ରକାଶ ପାଇଛି । କନ୍ଧମାଳରୁ ପୁରସ୍କାର ପାଇବାକୁଥିବା ଗୋଛାପଡ଼ା ଥାନା ସବଇନସପେକ୍ଟର ରଣଜିତ କୁମାର ମୁନୀ ଓ ୩ଜଣ କନେଷ୍ଟବଲ ସରୋଜ କୁମାର ସାହୁ, ତପନ କୁମାର ପ୍ରଧାନ, କାର୍ତ୍ତିକ କହଁର ବୋଲି ଜଣାପଡିଛି । ଡିଜିପି ଡିସ୍କ ଆୱାର୍ଡ ପାଇବା ଶୁଣି ସମସ୍ତ କର୍ମଚାରି ମାନେ ଖୁସି ବ୍ୟକ୍ତ କରିବା ସହ ଡିଜିପି ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ପୁରସ୍କାର ସେମାନଙ୍କୁ ଆଗାମୀ ଦିନରେ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ଲାଗି ପ୍ରେରଣା ଯୋଗାଇବ ଆଉ ସେମାନେ ଦକ୍ଷତାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି ।
Comments are closed.