Odisha news

ଜୀବନରେ ଆବଶ୍ୟକ ଗୋଟିଏ ଭଲ ମିତ୍ର : କେବେବି ଏହି ମଣିଷଙ୍କର ଜୀବନରେ କରନ୍ତୁ ନାହିଁ ଅନାଦର

ଆମେ ନିଜର ପରିଶ୍ରମ ବଳରେ ଯେତେ ସଫଳତା ଲାଭ କରିଥିଲେ ମଧ୍ୟ ଏହା ଗୋଟିଏ ଭଲ ମିତ୍ର ବିନା ମୂଲ୍ୟହୀନ l ଶାସ୍ତ୍ର ଅନୁସାରେ ଜୀବନରେ ଗୋଟିଏ ଏଭଳି ମିତ୍ର ରହିବା ଆବଶ୍ୟକ ଯାହାର ତତ୍ୱାବଧାନରେ ଜୀବନରେ ଜଟିଳ ରୁ ଜଟିଳ ସମସ୍ୟାର ସମାଧାନ କରିହେବ l ଜ୍ଞାନୀ ମାନଙ୍କ ମତରେ ସେହି ସ୍ଥାନ କେବଳ ଗୋଟିଏ ମା ହିଁ ନେଇ ପାରିବ l ମା ହେଉଛି ଗୋଟିଏ ସନ୍ତାନର ସବୁଠୁ ନିକଟତର l ଇତିହାସରେ ମଧ୍ୟ ଏପରି ପ୍ରଭାବୀ ଘଟଣା ରହିଛି ଯାହା ଦ୍ୱାରା ସନ୍ତାନର ଉନ୍ନତି ମାର ସଂସ୍ପର୍ଶ ରେ ପୁତ୍ର ସଫଳତା ହାସଲ କରିଥାଏ l

ଜୀବନର ପ୍ରକୃତ ବନ୍ଧୁ ମା –
– ମାଙ୍କ ସମ୍ମାନରେ କେବେବି ଅବହେଳା କରିବା ଉଚିତ ନୁହେଁ l ଏହା ବୁଝିବା ଆବଶ୍ୟକ ଯେ ଆପଣଙ୍କ ସହିତ ଜନ୍ମରୁ ଥିବା ମଣିଷଟି ଆପଣଙ୍କ ଜୀବନରେ କଣ କମି ରହିଛି ଓ ଆପଣ କେଉଁ କାର୍ଯ୍ୟରେ ସଂପୂର୍ଣ୍ଣ ସଫଳଗାମୀ ତାହା କେବଳ ଗୋଟିଏ ମା ହିଁ ବୁଝି ପାରିବ l

– ମା ଙ୍କ ସହିତ ଯେ କୌଣସି ସମସ୍ୟା ହୋଇଥାଉ ଯେପରିକି ପରିବାର ସମ୍ବନ୍ଧୀୟ କିମ୍ବା କାର୍ଯ୍ୟ ସମ୍ବନ୍ଧୀୟ ତାହା କେବେବି ଲୁଚାଇବା ଉଚିତ ନୁହେଁ l କାରଣ ଜୀବନକୁ ନେଇ ତାଙ୍କ ଅନୁଭବ ଖୁବ ମହତ୍ୱପୂର୍ଣ୍ଣ ଅଟେ l ତେଣୁ ଯେ କୌଣସି କଠିନ ସମୟରେ ଗୋଟିଏ ମାର ସାହାଯ୍ୟ ନେଇ ପାରିବେ l

– ଗୋଟିଏ ମା ନିଜ ଜୀବନରେ ଭଉଣୀ , ଝିଅ ,ବୋହୁ ବିଭିନ ସୋପାନ ଦେଇ ଯାଇଥାଏ l ଏପରି ସ୍ଥିତିରେ ତାର ସ୍ଥାନ କେହି ନେଇ ପାରିବେ ନାହିଁ l ତେଣୁ ଆପଣଙ୍କ ସଫଳତା ପଛରେ ଅନେକ ମହତ୍ୱ ରହିଥାଏ ଯାହା ଜୀବନର ପରିଭାଷାକୁ ବୁଝାଇଥାଏ l

– ଯେତେବେଳେ ବାହାରକୁ କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଛନ୍ତି ସେତେବେଳେ ବଡ ମାନଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ l ଦେଖିବେ କାର୍ଯ୍ୟରେ କୃତକାର୍ଯ୍ୟ ଲାଭ କରିବେ l

– ଅସୁବିଧା ସମୟରେ ଠିଆ ହୋଇଥିବା ବ୍ୟକ୍ତିକୁ ଜୀବନରେ କେବେବି ଭୁଲିବା ଉଚିତ ନୁହେଁ l ଗୋଟିଏ ଭଲ ବନ୍ଧୁ ନିକଟରୁ ମିଳିଥିବା ପରାମର୍ଶ କୁ କେବେବି ଆଦେଇଯିବା ଉଚିତ ନୁହେଁ l ସେହି ପରାମର୍ଶ ଆମକୁ ଜୀବନରେ ସଫଳତା ଦେଇଥାଏ l

Comments are closed.